ବରଗଡ: ବ୍ୟାନ ପରେ ବି ଚାଲିଛି ପବ୍ ଜୀ ଗେମ୍ ! କିଭଳି ବେଆଇନ ମାଧ୍ୟମରେ ଗେମ ଖେଳି ପାରିବେ ସେନେଇ ବିଭିନ୍ନ ଭିଡିଓ ମାଧ୍ୟମରେ ଦର୍ଶାଯାଉଛି । ଏହି ଭିଡିଓଗୁଡିକ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହା ଦ୍ବାରା ପିଲାମାନେ ପୁଣି ଥରେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।
ଏପରି ଭିଡିଓ ଗୁଡିକ ସମ୍ପୂର୍ଣ ବେଆଇନ ଥିବା ବେଳେ ପିଲାମାନେ ମଧ୍ୟ ଏହାକୁ ଅନୁସରଣ କରି ପୁଣି ସେହି PUBG ଗେମ ରେ ମାତି ଯାଇଛନ୍ତି । ଚଳିତ ମାସ 2 ତାରିଖ ଦିନ ସରକାର ଚାଇନାର 118ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯେଉଁଥିରେ ପପୁଲାର ଅନଲାଇନ ଗେମ ପବ ଜୀ ରହିଛି । ପବ ଜୀ ବ୍ୟାନ ପରେ କିଏ କାହିଁକି ଏପରି ଭିଡିଓ ସେୟାର କରୁଛି ସେନେଇ ଏବେ ପ୍ରଶ୍ନ ଉଠିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ