ETV Bharat / state

ବରଗଡରୁ ବିପୁଳ ପରିମାଣରେ ଜାଲ ନୋଟ୍‌ ଜବତ, ୨ ଗିରଫ

author img

By

Published : Jul 8, 2022, 10:48 AM IST

ବରଗଡରୁ ବିପୁଳ ଜାଲ ନୋଟ ଜବତ ସହ 2 ଜଣଙ୍କୁ ଗିରଫ କକଲା STF ଓ ବରପାଲି ପୋଲିସ । ଅଧିକ ପଢନ୍ତୁ

ଜାଲ ନୋଟ ଜବତ ସହ ୨ ଗିରଫ
ଜାଲ ନୋଟ ଜବତ ସହ ୨ ଗିରଫ

ବରଗଡ: ବିପୁଳ ଜାଲ ନୋଟ ଜବତ ସହ 2 ଜଣଙ୍କୁ ଗିରଫ କକଲା STF ଓ ବରପାଲି ପୋଲିସ । ଏନେଇ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ବରଗଡ଼ SDPO ଦୀପକ ଗଚ୍ଛାୟତ l ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ମହତ୍ତମ ପଡ଼ାର ବଲରାମ ମେହେର ଓ ସମ୍ବଲପୁର ସିକିର୍ଡ଼ି ଗ୍ରାମର ପଟ୍ଟୁ ଯାଦବ।

ଜାଲ ନୋଟ ଜବତ ସହ ୨ ଗିରଫ

ସୂଚନା ଅନୁଯାୟୀ ବଳରାମ ମେହେର ଓ ପଟ୍ଟୁ ଯାଦବ ଜାଲ ନୋଟ କାରବାରରେ ଲିପ୍ତ ଥିଲେ । ଗତକାଲି ବିଳମ୍ବିତ ରାତିରେ ବଳରାମ 12 ଲକ୍ଷ 97 ହଜାର 500 ଟଙ୍କାର ଜାଲ ନୋଟ ଧରି ବରପାଲି ଠାରୁ ବରଗଡ଼ ପଟକୁ ଆସୁଥିବା ବେଳେ STF ଟିମ ଓ ପୋଲିସ ଚଢାଉ କରିଥିଲା। ଏହାପରେ ବଳରାମଠୁ 2595 ଖଣ୍ଡ 500 ଟଙ୍କିଆ ଜାଲ ନୋଟ ଜବତ କରିଥିଲା । ଏନେଇ ଅଧିକ ତଦନ୍ତ ପରେ ସମ୍ବଲପୁର ପଟ୍ଟୁ ଯାଦବଙ୍କ ଠାରୁ 1 ଲକ୍ଷ 32ହଜାର 500ଟଙ୍କା ଜାଲ ନୋଟ୍‌ ଜବତ କରିବା ସହ ପୋଲିସ ତାକୁ ଗିରଫ କରିଥିଲା । ଫଳରେ STF ଓ ବରପାଲି ପୋଲିସ ସହାୟତାରେ ଜାଲନୋଟ୍‌ କାରବାର ଚଳାଇଥିବା ଗ୍ୟାଙ୍ଗକୁ ଧରିବାରେ ସଫଳତା ମିଳିଛି ।

ପଟ୍ଟୁ ୟାଦବ ଉତ୍ତରପ୍ରଦେଶ ରାଜ୍ୟ ଗୋରଖପୁର ଜିଲ୍ଲା ପରାୱାରୀ ଗ୍ରାମର ମୂଳବାସିନ୍ଦା ହୋଇଥିବା ବେଳେ ସେ ଜାଲ ନୋଟ କାରବାର ପାଇଁ ଏଠାକୁ ଆସିଥିବା ଜଣାପଡିଛି । ସେହିପରି ବଲରାମଙ୍କଠାରୁ ଜାଲନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ କଲର ପ୍ରିଣ୍ଟର ଆଦି ଜବତ କରାଯାଇଛି । ଏନେଇ ବରପାଲି ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.