ETV Bharat / state

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ - କଂସ ଚରିତ୍ର ପାଇଁ ହୃଷିକେଶ ଭୋଇ ଚୟନ

ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଚରିତ୍ର ପାଇଁ ହୃଷିକେଶ ଭୋଇଙ୍କୁ ଚୟନ କରାଯାଇଛି । 56 ଜଣ କଳାକାରଙ୍କୁ ପଛରେ ପକାଇ ଚଳିତ ଥର ପୁଣି କଂସ ଭୂମିକାରେ ଅଭିନୟ କରିବେ । ଅଧିକ ପଢ଼ନ୍ତୁ

hrusikesh bhoi to play kansa role at bargarh dhanuyatra
ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ
author img

By

Published : Nov 11, 2022, 2:27 PM IST

ବରଗଡର: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ ଭାବେ ଅଭିନୟ କରିବେ ହୃଷିକେଶ ଭୋଇ । ଚଳିତ ବର୍ଷ ବରଗଡ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର 75 ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ହେବାକୁ ଯାଉଛି । ଉନ୍ନତ ଧରଣର କଳା ପ୍ରଦର୍ଶନ ନିମନ୍ତେ ଦକ୍ଷ କଳାକାର ଚୟନ ପାଇଁ ଚାଲିଥିଲା କଳାକାର ମାନଙ୍କର ଅଡିସନ । ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିବା କଂସ ଭୂମିକାରେ ଅଭିନୟ ପାଇଁ 56 ଜଣ କଳାକାର ମାନଙ୍କର ଅଡିସନ ହୋଇଥିଲା । ସଭିଙ୍କୁ ପଛରେ ପକାଇ ହୃଷୀକେଶ ଭୋଇ କଂସ ଭାବେ ଚୟନ ହୋଇଛନ୍ତି ।

ହୃଷୀକେଶ ଭୋଇଙ୍କ ନିଆରା ଅଭିନୟ ପାଇଁ ବିଶ୍ଵ ଦରବାରେ କଂସ ଭୂମିକା ପାଇଁ ପୁଣି ଥରେ ସୁଯୋଗ ପାଇଛନ୍ତି । ଗତ ତିନି ଦିନ ଧରି ବରଗଡର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଚାଲିଥିବା ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଅଡ଼ିସନରେ ମହାରାଜା କଂସ ଭୂମିକାରେ ହୃଷିକେଶ ଭୋଇ ଚୟନ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସହ ଆବାହକ ମିର୍ଧା ଟପ୍ପୋ ଘୋଷଣା କରିଛନ୍ତି । ଏନେଇ ହୃଷିକେଶ କହିଛନ୍ତି, "ଦୀର୍ଘ 75 ବର୍ଷ ପୂର୍ତ୍ତି ଅବସରରେ ଧନୁଯାତ୍ରାରେ ଉତ୍ତମ କଳା ପ୍ରଦର୍ଶନ ନିମନ୍ତେ କଳାକାର ପାଇଁ ଅଡିସନ ଚାଲିଥିଲା । ଯେଉଁଥିରେ ଚଳିତ ବର୍ଷ ମଧ୍ୟ କଂସ ଭୂମିକାରେ ଅଭିନୟ ପାଇଁ ମୋତେ ସୁଯୋଗ ମିଳିଛି । କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଅଭିନୟ କରିବାକୁ ସୁଯୋଗ ପାଇନଥିଲି । ଚଳିତ ଥର ନୂଆ କଳାକାର ଚୟନ ହୋଇଥିବାରୁ ଯାତ୍ରାର ଅଭିନୟ ଭଲ ହେବାନେଇ ଆଶାବାଦୀ ରହିଛି ।"

କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ

ଏହା ମଧ୍ୟ ପଢ଼ନ୍ତୁ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା: କଂସ ଅଭିନୟ ପାଇଁ କଳାକାରଙ୍କ ଅଡିସନ

10ଟି ଅଭିନୟ ପାଇଁ 10ଟି କଳାକାରଙ୍କ ଅଡିସନ ପ୍ରକ୍ରିୟା ହୋଇଥିଲା । ତେବେ ମୁଖ୍ୟ ଭୂମିକା କଂସ ମହାରାଜ ପାଇଁ ପୂର୍ବତନ କଂସ ହୃଷୀକେଶ ଭୋଇ ଚୟନ ହୋଇଥିବାବେଳେ ମହାମନ୍ତ୍ରୀ ଭୂମିକାରେ ଗୋଲାପ ଚନ୍ଦ୍ର ଦାସ ଚୟନ ହୋଇଛନ୍ତି । ସେହିପରି ସାର୍ତକି ପାଇଁ ସେବାନନ୍ଦ ନାୟକ, ଅକ୍ରୁର ଅଭିନୟ ପାଇଁ ଜଗନ୍ନାଥ ସାହୁ, ସେନାପତି ରୂପେ ଦୟାନନ୍ଦ ମାଝି, ଚାଣ୍ଡୁର ରୂପେ ମୁକେଶ ଚନ୍ଦ୍ର ଆଚାର୍ଯ୍ୟ, ମୁଷ୍ଟିକ ରୂପେ ସୂର୍ଯ୍ୟ ପ୍ରକାଶ କର୍ଣ୍ଣ, ଦେବକୀ ରୂପେ କନକ ଦନସେନା, ବାସୁଦେବ ଅଭିନୟ ପାଇଁ ମନୋଜ କୁମାର ସାହୁ, ଉଗ୍ରସେନ ଭୂମିକାରେ ଆର୍ତତ୍ରାଣ ମହାପାତ୍ର ଏବଂ ଶେଷରେ ନାରଦ ଭୂମିକାରେ ଜଗନ୍ନାଥ ସାହୁ ଚୟନ ହୋଇଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.