ବରଗଡ: ଆଗାମୀ ଡ଼ିସେମ୍ବର 31ରେ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ନୂତନ କଳାକାର ଚୟନ ପାଇଁ କମିଟି ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଛି ।
ଏନେଇ ବିଭିନ୍ନ କଳାକାର ଏହାକୁ ବିରୋଧ କରି ଆଦୌ ଆବେଦନ କରୁନଥିବା ବେଳେ ଅଭିନୟ ପାଇଁ ଇଚ୍ଛୁକ କେତେକ କଳାକାର ନିଜର ଆବେଦନ ପତ୍ର ଦାଖଲ କରିଛନ୍ତି । ତେବେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ ପୂର୍ବରୁ ଅଭିନୟ କରିଥିବା ହୃଷିକେଶ ଭୋଇ ବୁଧବାର କଂସ ଭୂମିକାରେ ଅଭିନୟ କରିବା ପାଇଁ ନିଜର ଆବେଦନ ପତ୍ର ଦାଖଲ କରିଛନ୍ତି ।
ଚଳିତ ଧନୁଯାତ୍ରାରେ ନୂତନ କଳାକାର ଚୟନକୁ ନେଇ ବିବାଦ ବଢିଚାଲିଥିବା ବେଳେ ଏହି ଚୟନକୁ ସ୍ଥଗିତ ରଖିବାପାଇଁ କଳାକାର ସଂଘ ଦାବି କରୁଛି । ଏପରି ପରିସ୍ଥିତିରେ ଧନୁଯାତ୍ରା ପାଇଁ କଳାକାର ନିଜର ଆବେଦନ ଦାଖଲ କରୁନଥିବା ବେଳେ କିଛି କଳାକାର ଆବେଦନ ପତ୍ର ଦାଖଲ କରିଛନ୍ତି ।
ତେବେ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାରେ ଦୀର୍ଘ 9 ବର୍ଷ ଧରି କଂସ ଭୂମିକାରେ ନିଜର ଅଭିନୟ ପ୍ରଦର୍ଶନ କରିଥିବା ହୃଷିକେଶ ଭୋଇ ବୁଧବାର ତାଙ୍କର ଆବେଦନ ପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦାଖଲ କରିଛନ୍ତି।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ