ETV Bharat / state

ରାତି ପାହିଲେ ନେତାଙ୍କ ପରୀକ୍ଷା, ମାଓ ଅଞ୍ଚଳରେ କେମିତି ରହିଛି ସୁରକ୍ଷା ବ୍ୟବସ୍ଥା ?

ବରଗଡର 1378 ଗୋଟି ବୁଥରେ ଭୋଟର ନିଜର ମତ ସ୍ବାବ୍ୟସ୍ତ କରିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

author img

By

Published : Apr 18, 2019, 2:52 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଗୁରୁବାର 2019 ସାଧାରଣ ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହାକୁ ନେଇ ବରଗଡ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି | ଜିଲ୍ଲାର 1378 ଗୋଟି ବୁଥରେ ଭୋଟର ନିଜର ମତ ସ୍ବାବ୍ୟସ୍ତ କରିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲାରେ ରହିଥିବା 5ଟି ବିଧାନସଭା ମଧ୍ୟରୁ ପଦ୍ମପୁର ଓ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ମାଓ ପ୍ରବଣ ଅଞ୍ଚଳ ହୋଇଥିବାବେଳେ ଉଭୟ ବିଧାନସଭାରେ ମତଦାନର ସମୟସୀମା କମ କରାଯାଇଛି | ସକାଳ 7 ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ କରାଯାଇ ଅପରାହ୍ନ 4ଟାରେ ମତଦାନ ପ୍ରକ୍ରିୟା ବନ୍ଦ କରାଯିବ |

ତେବେ କିଭଳି ପଦ୍ମପୁର ବିଧାନସଭା ମଣ୍ଡଳୀ ଭଳି ମାଓପ୍ରବଣ ଅଞ୍ଚଳରେ ମତଦାନ ପାଇଁ କିପରି ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେନେଇ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

ଝାରସୁଗୁଡାରେ ମହିଳାଙ୍କ ଭୋଟକୁ ବେଶି ଗୁରୁତ୍ବ

ଝାରସୁଗୁଡା: ଖରା ତାତିଠାରୁ ବଢିଲାଣି ରାଜନୀତି ତାତି। ଡୋର ଟୁ ଡୋର କ୍ୟାମ୍ପେନିଂ ସହ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ପ୍ରାର୍ଥୀ। ତେବେ ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଆରମ୍ଭ ହେବ ନିର୍ବାଚନ ମହାପର୍ବର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ନିଜ ନିଜ ପ୍ରାର୍ଥୀଙ୍କୁ ବାଛିବାକୁ ମତଦାନ କରିବେ ମତଦାତା। ଏଥିପାଇଁ ପୋଲିଂ କର୍ମଚାରୀ ଓ ପୋଲିଂ ବୁଥ ବି ପ୍ରସ୍ତୁତ। ତେବେ ଆସନ୍ତାକାଲି ବରଗଡ ଲୋକସଭା ସଂଲଗ୍ନ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ବି ମତଦାନ ହେବ। ତେବେ ସେଠାରେ ପ୍ରସ୍ତୁତି କେମିତି ରହିଛି ସେ ନେଇ ପୋଲିଂ କର୍ମଚାରୀଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି ରବି ନାରାୟଣ ସାହୁ।

ତେବେ ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପିଙ୍କ ବୁଥ କରାଯାଇଥିବା ବେଳେ ଏଠାରେ ସମସ୍ତ ଅଧିକାରୀ ମଧ୍ୟ ମହିଳା ଅଟନ୍ତି। ଆସନ୍ତାକାଲି ମତଦାନ ଯେଭଳି ସୁରୁଖୁରୁରେ ସମାପନ ହେବ ସେନେଇ ସମସ୍ତେ ଆଶାବାଦୀ ଅଛନ୍ତି।

ଝାରସୁଗୁଡାରୁ ରବି ନାରାୟଣ ସାହୁ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.