ବରଗଡ: ଜିଲ୍ଲାପାଳଙ୍କୁ ହୀରାକୁଦ ବିସ୍ଥାପିତଙ୍କ 5ଦଫା ଦାବିପତ୍ର । ହୀରାକୁଦ ବିସ୍ଥାପିତବାସୀଙ୍କୁ ପଟ୍ଟା ପ୍ରଦାନ ସହିତ ବିଭିନ୍ନ ଯୋଜନାରେ ସାମିଲ କରିବାକୁ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।
ପ୍ରତି ବିଭାଜିତ ପରିବାରଙ୍କୁ 10 ଡିସିମିଲ ଜମି ପ୍ରଦାନ କରିବା,ସୁନ୍ଦରଗଡ ଓ ଛତିଶଗଡର ରାୟଗଡାରେ ରହୁଥିବା ବିସ୍ଥାପିତଙ୍କୁ ଉପଯୁକ୍ତ ଯୋଜନାରେ ସାମିଲ କରିବା, ହୀରାକୁଦ ବାସହୀନ ପରିବାରଙ୍କୁ ବିସ୍ଥାପିତ ପ୍ରମାଣ ପତ୍ର ପ୍ରଦାନ,ଅଣରାଜସ୍ବ ଗାଁକୁ ରାଜସ୍ବ ମାନ୍ୟତା ସହଏନଏଚଆରସିର ନିର୍ଦ୍ଦେଶ ପାଳନ କରିବାକୁ ଦାବି ହୋଇଛି । ଏହି ସବୁ ଦାବି କରି ଆଜି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ଆହ୍ଵାନକ୍ରମେ ଜିଲ୍ଲାପାଳଙ୍କୁ 5ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ସଭାପତି ଶୈଳବାଲା ପ୍ରଧାନ ।
ଅନ୍ୟପଟେ ବରଗଡ ବେହେରା ସ୍ଥିତ ମା ସମଲେଇ କପଡା ବଜାର ବୁଣାକାର ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ଦୁଇଗୋଟି ସୂତାକଳ ସ୍ଥାପନ,ବେହେରା ବଜାରରେ ଶୌଚାଳୟ ନିର୍ମାଣ ,ଗାଡି ପାର୍କିଂ ଏବଂ ଉନ୍ନତମାନର ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରି ଜିଲ୍ଲାପାଳଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ଗ୍ରହଣ କରିବା ସହ ଖୁବ ଶୀଘ୍ର ଅଧିକାରୀଙ୍କୁ ପଠାଇ ସଂପୂର୍ଣ୍ଣ ତଦନ୍ତ କରିବା ସହ ବୁଣାକାଙ୍କ ସ୍ଵାର୍ଥରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ