ETV Bharat / state

କଲବଲ କରୁଛି ଲଗାଣ ବର୍ଷା; ପଦ୍ମପୁରରେ ବନ୍ୟା ସ୍ଥିତି - ପଦ୍ମପୁରରେ ବନ୍ୟା ସ୍ଥିତି

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ପଦ୍ମପୁର ଉପଖଣ୍ଡ ପଦ୍ମପୁର ଓ ଝାରବନ୍ଧ ବ୍ଲକର ଚିରାଲ ନଦୀର ପାଣି ବଢ଼ି ଯାଇ ବନ୍ୟାପରି ସ୍ଥିତି ଉପୁଜିଛି । ଅଧିକ ଖବର ପଢନ୍ତୁ...

କଲବଲ କରୁଛି ଲଗାଣ ବର୍ଷା; ପଦ୍ମପୁରରେ ବନ୍ୟା ସ୍ଥିତି

author img

By

Published : Aug 16, 2020, 10:39 PM IST

ବରଗଡ଼: ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ପଦ୍ମପୁର ଉପଖଣ୍ଡ ପଦ୍ମପୁର ଓ ଝାରବନ୍ଧ ବ୍ଲକର ଚିରାଲ ନଦୀର ପାଣି ବଢ଼ି ଯାଇ ବନ୍ୟାପରି ସ୍ଥିତି ଉପୁଜିଛି । ବହୁ ପୋଲ ଉପର ଦେଇ ନଦୀ ପାଣି ପ୍ରବାହିତ ହେଉଛି ଯାହା ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଠପ ହୋଇପଡିଛି ।

କଲବଲ କରୁଛି ଲଗାଣ ବର୍ଷା; ପଦ୍ମପୁରରେ ବନ୍ୟା ସ୍ଥିତି

ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ପ୍ରଚୁର ମାତ୍ରାରେ ବର୍ଷା ଲାଗିରହିଥିବା ବେଳେ ପୁଟୁକା ଓ ଖିରାପାଲି ପୋଲ ଉପର ଦେଇ ପାଣି ଆସୁଥିବା ଯୋଗୁଁ ସଂଯୋଗ ବିଚ୍ଛିନ୍ନ ହେବା ଫଳରେ ବାଇକକୁ କାନ୍ଧରେ ବୋହି ଲୋକେ ଏକ ବ୍ରିଜ ପାର କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି ।

ନଦୀର ପାଣି କ୍ଷେତ,ଖଳା ଓ ରାସ୍ତା ଉପରେ ମାଡିଯାଇଥିବା ବେଳେ ବହୁ ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି। ଏହି ଅଞ୍ଚଳରେ ବର୍ଷା ମାସରେ ନଦୀର ବଢି ପାଣି ଅନବରତ ପୋଲ ଉପରୁ ପ୍ରବାହିତ ହୋଇଥାଏ ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ପ୍ରତିବର୍ଷ ବାଧାପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ଆଜି ପ୍ରଥମ ଥର ପାଇଁ ନଦୀର ବଢି ପାଣି ଆସି ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.