ETV Bharat / state

ତାତିରୁ ମିଳୁନି ନିସ୍ତାର, ଡହଳବିକଳ ବରଗଡ଼ବାସୀ - bargarh

ବରଗଡରେ ବଢୁଛି ସୂର୍ଯ୍ୟଙ୍କ ପ୍ରକୋପ । କାମ ନଥିଲେ ଖରାକୁ ନ ଯିବା ପାଇଁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 28, 2019, 11:19 PM IST

ବରଗଡ଼: ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ ଆଉ ଏବେ ପାରା ୪୬ ଡିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗରୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ଚାରିଦିନରେ ଗ୍ରୀଷ୍ମ ପ୍ରବାହ ପ୍ରଖର ହେବ । ତେଣୁ ଲୋକଙ୍କୁ ବିନା କାମରେ ଘରୁ ବାହାରିବାକୁ ମନା କରାଯାଇଛି । ସକାଳ ୯ଟା ପରେ ଘରୁ ବାହାରକୁ ଯିବା କଷ୍ଟକର ହୋଇପଡିଛି । ତତଲା ପବନ ସହିତ ଗୁଳୁଗୁଳି ଓ ଅତ୍ୟଧିକ ଗରମ ପଥିକଙ୍କ ପାଇଁ ମୁଣ୍ଡବ୍ୟଥା ହୋଇଛି ।

ପେଟପାଟଣା ପାଇଁ ରାସ୍ତାକଡରେ ବିକ୍ରି କରୁଥିବା ଖୁଚୁରା ବେପାରୀଙ୍କ ଜୀବନ ଜୀବିକା ଉପରେ ମଧ୍ୟ ପଡ଼ିଛି ପ୍ରଭାବ । ଲୋକେ ଘରୁ ବାହାରୁନଥିବାବେଳେ ଗ୍ରାହକଙ୍କ ଅପେକ୍ଷାରେ ରହିଛନ୍ତି ବେପାରୀ । ଅନ୍ୟପଟେ ଦିନ ମଜୁରିଆ ରିକ୍ସା ଚାଳକମାନେ ନିଜ ପରିବାରର ପେଟପାଟଣା ପାଇଁ ବାଧ୍ୟ ହୋଇ ଖରାକୁ ଖାତିର ନ କରି ସଵାରୀ ଅନ୍ୱେଷଣରେ ଘରୁ ବାହାରି ପଡୁଛନ୍ତି । ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ପାଣିର ଅଭାବ କାରଣରୁ ବହୁ ପଶୁପକ୍ଷୀ ମଧ୍ୟ ଜୀବନ ହରାଉଛନ୍ତି । ପାଣି ଟିକକ ପାଇଁ ଡ଼ହଳବିକଳ ହୋଇପଡୁଛନ୍ତି ଉଭୟ ମଣିଷ ଓ ପଶୁପକ୍ଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବିଭିନ୍ନ ସ୍ଥାନରେ ପିଇବା ପାଣି ପାଇଁ ଜଳଛତ୍ରର ବ୍ୟବସ୍ଥା କରାଯାଇଥିବାବେଳେ ଅଳ୍ପ ଆଶ୍ୱସ୍ତ ହେଉଛନ୍ତି ବାହାରୁ ଆସୁଥିବା ଯାତ୍ରୀ । ରାସ୍ତାକଡରେ ବିକ୍ରିହେଉଥିବା ବରଫ ଦୋକାନରେ ପଥିକଙ୍କ ଭିଡ ଲାଗି ରହିଥିବାବେଳେ ଆଖୁରସ, ତରଭୁଜ ଓ ଦହିବରା ଠେଲା ମାନଙ୍କରେ ମଧ୍ୟ ଲୋକେ ତଣ୍ଟି ଟିକିଏ ଓଦା କରିବା ପାଇଁ ଲାଇନ ଲଗାଇଛନ୍ତି ।

ନଈ ଓ ପୋଖରୀ ସବୁ ମଧ୍ୟ ଶୁଷ୍କ ହୋଇପଡ଼ିଥିବାବେଳେ ବରଗଡ଼ରେ ଦେଖାଦେଇଛି ପ୍ରବଳ ଜଳସଙ୍କଟ । ଜିଲ୍ଲାରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଅତି ଦରକାର ନ ପଡ଼ିଲେ ଖରାରେ ନ ବାହାରିବା ପାଇଁ ଲୋକଙ୍କୁ କୁହାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ବରଗଡ଼ ।।
ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମର ପ୍ରଭାବ ଏବଂ ପାରା ୪୬ ଡିଗ୍ରୀ କୁ ଛୁଇଁଛି । ପାଣିପାଗ ବିଭାଗରୁ ଲୋକଙ୍କୁ ସତର୍କ କରାଯାଇଛି ଯେ ଚାରିଦିନ ଧରି ଗ୍ରୀଷ୍ମର ପ୍ରବାହ ପ୍ରଖର ହେବ ଏବଂ ଲୋକେ ଅଧିକ ଖରାରେ ଘରୁ ବିନା କାମରେ ବାହାରିବାକୁ ମନା ମଧ୍ୟ କରାଯାଇଛି ।  ସକାଳ ୯ ଟା ପରେ ଘରୁ ବାହାରକୁ ଯିବା କଷ୍ଟକର ହୋଇପଡିଛି । ତତଲା ପବନ ସହିତ ଗୁଳୁଗୁଳି ଓ ଅତ୍ୟଧିକ ଗରମ ପଥିକ ମାନଙ୍କ ପାଇଁ ମୁଣ୍ଡଦୁଖା ହୋଇଛି । ପେଟପାଟଣା ପାଇଁ ରାସ୍ତାକଡରେ ବିକ୍ରୀ କରୁଥିବା ଖୁଚୁରା ବେପାରୀଙ୍କ ଜୀବନ ଜୀବିକା ଉପରେ ମଧ୍ୟ ପଡ଼ିଛି ପ୍ରଭାବ । ଲୋକେ ଘରୁ ବାହାରୁନଥିବା ବେଲେ ଗ୍ରାହକ ମାନଙ୍କ ଅପେକ୍ଷାରେ ରହିଛନ୍ତି ବ୍ୟାପାରି । ଅନ୍ୟପଟେ ଦିନ ମଜୁରୀଆ ରିକ୍ସା ଚାଳକ ମାନେ ନିଜ ପରିବାରର ପେଟପାଟଣା ପାଇଁ ବାଧ୍ୟହୋଇ ଖରାକୁ ଖାତିର ନକରି ସଵାରୀ ଅନ୍ୱେଷଣ ରେ ଘରୁ ବହାରିପଡୁଛନ୍ତି ।  ଗୋଟେ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ଅନ୍ୟପଟେ ପାଣିର ଅଭାବ କାରଣରୁ ବହୁ ପଶୁ ପକ୍ଷୀ ଜୀବନ ହରାଉଛନ୍ତି । ପାଣି ଟିକକ ପାଇଁ ଡ଼ହଳବିକଲ ହୋଇପଡୁଛନ୍ତି ଉଭୟ ମଣିଷ ଓ ପଶୁପକ୍ଷୀ ।
   ବିଭିନ୍ନ ସ୍ଥାନରେ ପିଇବା ପାଣିପାଇଁ ଜଳ ଛତ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଅଳ୍ପ ଆଶ୍ୱସ୍ତ ହେଉଛନ୍ତି ବାହାରୁ ଆସୁଥିବା ଯାତ୍ରୀ ମାନେ।  ରାସ୍ତାକଡରେ ବିକ୍ରିହେଉଥିବା ବରଫ ଦୋକାନରେ ପଥିକ ମାନଙ୍କ ଭିଡ ଲାଗିରହିଥିବା ବେଳେ ଆଖୁରସ ,  ତରଭୁଜ ଓ ଦହିବଡ଼ା ଠେଲା ମାନଙ୍କରେ ମଧ୍ୟ ଲୋକେ ତଣ୍ଟି ଟିକିଏ ଭିଯାଇବା ପାଇଁ ଲାଇନ ଲାଗିଛନ୍ତି। ଆଜି ତାପମାତ୍ରା ୪୬ ଡ଼ିଗ୍ରୀକୁ ଛୁଇଁଥିବା ବେଳେ ଅସହ୍ୟ ହୋଇପଡିଛି ତାତି । 
  ବନ୍ଧ ଓ ପୋଖରୀ ମାନେ ମଧ୍ୟ ଶୁଷ୍କ ହୋଇପଡ଼ିଥିବା ବେଳେ ବରଗଡ଼ରେ ଦେଖାଦେଇଛି ପ୍ରବଳ ଜଳସଂକଟ । ଜିଲ୍ଲାରେ ଅଂଶୁଘାତରେ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି ।
  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି  ଅତି ଦରକାର ନ ପଡ଼ିଲେ ଖରାରେ ନ ବାହାରିବା ପାଇଁ ଲୋକଙ୍କୁ କୁହାଯାଇଛି। 
ବାଇଟ ଓ ଭିଡ଼ିଓ mojo ରେ ଯାଇଛି । 
Slug- odbgh_excessheat_7203682
ବାଇଟ ୧- ଶ୍ୟାମ କୁମାର 
ବାଇଟ ୨- ରିକ୍ସାଚାଳକ 
ବାଇଟ ୩- ବିକ୍ରମ (ବରପାଲି )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.