ETV Bharat / state

କର୍କଟ ରୋଗୀଙ୍କ ପାଇଁ ହାପିନେସ ପ୍ରୋଗ୍ରାମ: ବଢୁଛି ରୋଗୀଙ୍କ ମନୋବଳ, ମିଳୁଛି ଶକ୍ତି - ମହାତ୍ମା ଗାନ୍ଧୀଙ୍କ ଅଣନାତି

କର୍କଟ ରୋଗୀଙ୍କ ପାଇଁ ବରଗଡ଼ରେ ଆୟୋଜିତ ହୋଇଛି ହାପିନେସ ପ୍ରୋଗ୍ରାମ । ଫାଇଟର୍ସ ଗୃପ ଓ ଆର୍ଟ ଅଫ ଲିଭିଙ୍ଗର ମିଳିତ ଉଦ୍ୟମରେ ଏହି କର୍ମଶାଳା ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ କର୍କଟ ରୋଗୀଙ୍କ ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଆଣୁଛି ଏବଂ ସେମାନଙ୍କୁ ଦୃଢମନା କରୁଛି । ଦେଖନ୍ତୁ ଏହି ରିପୋର୍ଟ

କର୍କଟ ରୋଗୀଙ୍କ ପାଇଁ ହାପିନେସ ପ୍ରୋଗ୍ରାମ: ବଢୁଛି ରୋଗୀଙ୍କ ମନୋବଳ, ମିଳୁଛି ଶକ୍ତି

author img

By

Published : Dec 1, 2022, 9:31 PM IST

ବରଗଡ଼: କ୍ୟାନ୍ସର ବା କର୍କଟ ରୋଗ ଯେତେ ଭୟଙ୍କର ହେଉ ନାଁ କାହିଁକି ତାଠାରୁ ଅଧିକ ଭୟଙ୍କର ଏହି ରୋଗର ନାଁ । କ୍ୟାନ୍ସର ବା କର୍କଟ ରୋଗର ନାଁ ଶୁଣିଲେ ରୋଗୀ ଓ ପରିବାର ଲୋକଙ୍କ ମାନସିକ ସ୍ଥିତି ଦୋହଲି ଯାଇଥାଏ । ଏପରିକି ଆତ୍ମୀୟ ଓ ସମ୍ପର୍କୀୟଙ୍କୁ ମଧ୍ୟ ପ୍ରଭାବିତ କରିଥାଏ ।

କର୍କଟ ରୋଗୀଙ୍କ ପାଇଁ ହାପିନେସ ପ୍ରୋଗ୍ରାମ: ବଢୁଛି ରୋଗୀଙ୍କ ମନୋବଳ, ମିଳୁଛି ଶକ୍ତି

କ୍ୟାନ୍ସର ରୋଗୀ ଓ ପରିବାର ଆର୍ଥିକ ସମସ୍ୟା ଓ ମାନସିକ ପୀଡା ମଧ୍ୟରେ ଗତି କରିବା ସହ ସମାଜର ମୁଖ୍ୟସ୍ରୋତରୁ ବିଚ୍ଛିନ୍ନ ହୋଇପଡନ୍ତି । ସେମାନଙ୍କୁ ଏଭଳି ସ୍ଥିତିରୁ ମୁକ୍ତ କରି ଜୀବନରେ ଖୁସି ଭରିଦେବା ପାଇଁ ଫାଇଟର୍ସ ଗୃପ ଓ ଆର୍ଟ ଅଫ ଲିଭିଙ୍ଗ (Art of Living)ର ମିଳିତ ଉଦ୍ୟମରେ ବରଗଡ଼ରେ ଆୟୋଜିତ ହୋଇଛି ଏକ ହାପିନେସ ପ୍ରୋଗ୍ରାମ (Happiness Program for cancer patients)। ଏହି କାର୍ଯ୍ୟକ୍ରମ କର୍କଟ ରୋଗୀଙ୍କ ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଆଣୁଛି ଏବଂ ସେମାନଙ୍କୁ ଦୃଢମନା କରୁଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ଯୋଗଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ କ୍ୟାନ୍ସର ସରଭାଇଭର୍ସ ସାମିଲ ହୋଇଥିଲେ ।

ଜଣେ ବ୍ୟକ୍ତି କ୍ୟାନ୍ସର ରୋଗରେ ପୀଡ଼ିତ ହେବା ପରେ ରୋଗୀ ଓ ପୀଡିତ ପରିବାରକୁ ମାନସିକ ସହଯୋଗ ରୂପକ ଚିକିତ୍ସା ଆବଶ୍ୟକ । ମାତ୍ର ଏହି ସମୟରେ ସେମାନେ ଏକାକୀ ହୋଇପଡ଼ନ୍ତି । ସମାଜ ମଧ୍ୟ ସେମାନଙ୍କ ଠାରୁ ଦୂରେଇ ରହେ । ଯାହା କ୍ୟାନ୍ସର ରୋଗୀ ଓ ସେହି ପରିବାର ଉପରେ ଗଭୀର ପ୍ରଭାବ ପକାଇଥାଏ । ତେବେ କ୍ୟାନ୍ସର ରୋଗ ସହିତ ଲଢେଇ କରି ବିଜୟୀ ହୋଇଥିବା ବରଗଡର କିଛି କ୍ୟାନ୍ସର ସରଭାଇଭର କର୍କଟ ରୋଗୀଙ୍କ ଏପରି କଷ୍ଟଦାୟକ ଜୀବନ ବଞ୍ଚିବାର ଶୈଳୀକୁ ଅନୁଭବ କରିପାରିଛନ୍ତି । ଏଥିଲାଗି ଅନେକ କ୍ୟାନ୍ସର ସରଭାଇଭର ମାନେ ବରଗଡରେ ଫାଇଟର୍ସ ଗୃପ ନାମରେ ଏକ ସଂଗଠନ ଗଢି କ୍ୟାନ୍ସର ପୀଡିତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ବରଗଡ ଜିଲ୍ଲା ଏକ କ୍ୟାନ୍ସର ପ୍ରବଣ ଅଞ୍ଚଳ ହୋଇଥିବାରୁ ଏ ଅଞ୍ଚଳରେ କ୍ୟାନ୍ସର ସରଭାଇଭର୍ସ ବହୁତ ସଂଘର୍ଷପୂର୍ଣ୍ଣ ଜୀବନ ବିତେଇ ଆସୁଛନ୍ତି । ତଥାପି କେବେ ହାର ମାନିନାହାଁନ୍ତି । ସେଥିପାଇଁ ତାଙ୍କୁ ଫାଇଟର୍ସ କୁହାଯାଉଛି । କିନ୍ତୁ ବେଳେବେଳେ ଏମାନେ ମଧ୍ଯ ପାରିବାରିକ ଦାୟିତ୍ୱ ସହିତ ବ୍ୟସ୍ତ କର୍ମମୟ ଜୀବନ ଯୋଗୁଁ ଅସୁସ୍ଥ ହୋଇପଡ଼ନ୍ତି । ଯେଉଁଥିପାଇଁ ସେମାନେ ମାନସିକ ସ୍ତରରେ ମଧ୍ଯ ଦୁର୍ବଳ ହୋଇପଡ଼ନ୍ତି । ଏଭଳି ସମସ୍ୟାକୁ ସାମ୍ନା କରିବା ପାଇଁ ସେମାନେ ଏକ ବିକଳ୍ପ ଜୀବନର ସନ୍ଧାନରେ ରହିଥିଲେ । ସେଥିପାଇଁ ବରଗଡ଼ର କ୍ୟାନ୍ସର ସରଭାଇଭର୍ସ ଫାଇଟର୍ସ ଗୃପ ଗତ ୨୫ ନଭେମ୍ବରରୁ ୩୦ ନଭେମ୍ବର ୬ ଦିବସୀୟ ପ୍ରେରଣାଦାୟୀ କାର୍ଯ୍ୟଶାଳାର "ବିକଳ୍ପ ଜୀବନର ପରିକଳ୍ପନା" ଆୟୋଜନ କରିଥିଲେ । ଆର୍ଟ ଅଫ୍ ଲିଭିଙ୍ଗ୍ ଏହି କ୍ୟାନ୍ସର ସରଭାଇଭର୍ସ ମାନଙ୍କୁ ପ୍ରେରଣା ଦେବାପାଇଁ ବିଭିନ୍ନ ପ୍ରକାରର ପ୍ରକ୍ରିୟା ମାଧ୍ୟମରେ ଯୋଜନାବଦ୍ଧ କାର୍ଯ୍ୟଶାଳାର ପ୍ରୟାସ କରିଥିଲେ ।

ଏହି ଅବସରରେ ଭାରତୀୟ ପ୍ରସିଦ୍ଧ ଲେଖକ ତଥା ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଅରୁଣ ଗାନ୍ଧୀ କ୍ୟାନ୍ସର ସରଭାଇଭର୍ସ ଫାଇଟର୍ସ ଗ୍ରୁପର ସଦସ୍ଯ ସାକ୍ଷାତ କରିବାକୁ ଆସିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ କ୍ୟାନ୍ସର ସରଭାଇଭର୍ସ ଏହି ପ୍ରେରଣାଦାୟୀ କାର୍ଯ୍ୟଶାଳାରେ ଭାଗ ନେଇଥିଲେ । ଏ ନେଇ କ୍ୟାନ୍ସର ପୀଡ଼ିତା ସୂର୍ଯ୍ୟକାନ୍ତି ସିକନ୍ଦର କହିଛନ୍ତି, "ଆର୍ଟ ଅଫ ଲିଭିଙ୍ଗ ଜରିଆରେ ଆମେ ଏକ କୋର୍ସ କରିଛୁ । ଯାହାକି ବହୁ ଲାଭଦାୟକ । ଏହା ମୋ ଶରୀରରେ ଶକ୍ତି ଭରିବା ସହିତ ମୋ ମନୋବଳକୁ ଦୃଢ କରିଛି । ପୂର୍ବାପେକ୍ଷା ମୁଁ ଅଧିକ ସୁସ୍ଥ ଓ ଖୁସି ଅନୁଭବ କରୁଛି । ଯେଉଁମାନେ ଏହି ରୋଗରେ ପୀଡିତ ସେମାନେ ନିଶ୍ଚିତ ଏହି କୋର୍ସ କରନ୍ତୁ ।"

ସେପଟେ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ କହିଛନ୍ତି, " ବରଗଡରେ ଆୟୋଜିତ ହୋଇଥିବା ଏହି କର୍ମଶାଳା ନିଶ୍ଚିତ ପ୍ରଶଂସନୀୟ । କର୍କଟ ରୋଗରେ ପୀଡିତ ହୋଇଥିବା ବ୍ୟକ୍ତି ରୋଗ ଅପେକ୍ଷା ତାଙ୍କୁ ଚିନ୍ତା ଅଧିକ ଅସୁସ୍ଥ କରେ । ସେମାନଙ୍କ ମନ ଖୁସି ରହିଲେ ରୋଗୀ ଅଧା ରୋଗରୁ ମୁକ୍ତ ପାଇଥାନ୍ତି । ଏହି କର୍ମଶାଳା ମାଧ୍ୟମରେ ସେମାନେ ନାଚଗୀତ ସହିତ ବିଭିନ୍ନ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ଯାହାକି ସେମାନଙ୍କୁ ଖୁସି କରୁଥିବା ଦେଖିବାକୁ ମିଳିଛି ।"

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.