ETV Bharat / state

ଦେକୁଳବାରେ ଗିରି ଗୋବର୍ଦ୍ଧନ ମହୋତ୍ସବ, ଯୋଗ ଦେଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର

ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଦେକୂଳବା ଗ୍ରାମରେ ମହାସମାରୋହରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ବହୁ ମନ୍ତ୍ରୀ ନେତା ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ଦେକୁଳବାରେ ଗିରି ଗୋବର୍ଦ୍ଧନ ମହୋତ୍ସବ ଅନୁଷ୍ଠିତ

author img

By ETV Bharat Odisha Team

Published : Nov 15, 2023, 3:38 PM IST

ଦେକୁଳବାରେ ଗିରି ଗୋବର୍ଦ୍ଧନ ମହୋତ୍ସବ ଅନୁଷ୍ଠିତ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ତାଳମେଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ ଦେକୁଳବା ଗ୍ରାମ ଦଳଗଞ୍ଜନ ଲୋକମଣ୍ଡପଠାର ଦେକୂଳବା ଗିରି ଗୋବର୍ଦ୍ଧନ ମହୋତ୍ସବର ଆରମ୍ଭ ହୋଇଯାଇଛି । 2 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ ।

ତେବେ 200 ବର୍ଷ ପୁରୁଣା ଗ୍ରାମ ଦେକୂଳବାରେ କେଉଁ ଆବାହନ କାଳରୁ ଚାଲିଆସିଛି ଏହି ଗିରିଗୋବର୍ଦ୍ଧନ ପୂଜା । ମାନ୍ୟତା ରହିଛି ଯେ, ଏହି ଗ୍ରାମରେ ଦେବତାମାନଙ୍କର ବାସ ରହିଥିଲା ଓ ଲୋକମାନେ ଏଠାରେ ଦେବତାମାନଙ୍କୁ ପୂଜା କରୁଥିଲେ । ଯେଉଁଥିପାଇଁ ଏହି ଗ୍ରାମର ନାମକରଣ ଦେକୁଳବା ରଖାଯାଇଥିଲା ଓ କେଉଁ ଆବାହାନ କାଳରୁ ଏଠାରେ ଗିରିଗୋବର୍ଦ୍ଧନ ପୂଜା ଚାଲିଆସିଛି ।

ଏହାମଧ୍ୟ ପଢନ୍ତୁ...ଶ୍ୟାମାକାଳୀ ପୂଜା ପାଇଁ ଉତ୍ସବ ମୁଖର ବୌଦ୍ଧ ଜିଲ୍ଲା

ତେବେ 2014 ମସିହାରେ ଏହି ସ୍ଥାନକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିବାବେଳେ ଧୀରେଧୀରେ ଏହି ଛୋଟିଆ ଗ୍ରାମଟିର ଐତିହ୍ୟ ଲୋକଲୋଚନକୁ ଆସିଥିଲା । ତେବେ ପ୍ରତିବର୍ଷ ଏଠାରେ ଗିରିଗୋବର୍ଦ୍ଧନ ପୂଜା ଧୂମଧାମରେ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଏହି ଦେକୂଳବା ଗ୍ରାମ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇବାର ଦଶ ବର୍ଷ ପୂର୍ତ୍ତି ହୋଇଥିବାରୁ ଚଳିତ ବର୍ଷ ବିରାଟ ଆୟୋଜନ ସହିତ ଏହି ଗିରିଗୋର୍ବଧନ ପୂଜାକୁ ପାଳନ କରାଯାଇଛି ।

ତେବେ ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ବଲାଙ୍ଗିର, ସମ୍ବଲପୁର, କୋରାପୁଟ, ବରଗଡ଼, କଳାହାଣ୍ଡି ଆଦି ଅନେକ ଜିଲ୍ଲାରୁ କଳାକାରମାନେ ଆସି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଲୋକମାନେ ମଧ୍ୟ ଏହାକୁ ବେଶ ଉପଭୋଗ କରିଥିଲେ । ଏହି ମହୋତ୍ସବ ବିଧାୟିକା ସ୍ନେହଙ୍ଗିନୀ ଛୁରିଆଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ସମାରୋହରେ ମୁଖ ଅତିଥି ଭାବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର , ସମ୍ମାନିତ ଅତିଥି ଭାବରେ ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ସ୍ଵତନ୍ତ୍ର ଅତିଥି ପଦ୍ମଶ୍ରୀ ହଲଧର ନାଗ ପ୍ରମୁଖ ଯୋଗ ଦେଇଥିଲେ ।

ଅନ୍ୟପଟେ ଦେକୁଳବାର ଗିରିଗୋବର୍ଦ୍ଧନ ପୂଜା ପୌରାଣିକ ବାତାବରଣ ସୃଷ୍ଟି କରିବା ସହ ଏହା ସାଂସ୍କୃତିକ, ସାମାଜିକ ଓ ଭାଇଚାରାର ଏକ ମିଳନସ୍ଥଳୀ ପାଲଟିଥିଲା । ଏହି ଅବସରରେ ଶିକ୍ଷା, କଳା, କ୍ରୀଡ଼ା, ସମାଜସେବା, ବୁଣାକାର, ଚାଷୀ ଓ ଚିକିତ୍ସା କ୍ଷେତ୍ର ଆଦିରେ ଉଲ୍ଲେଖନୀୟ ଅବଦାନ ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଗୁଡ଼ିକୁ ସମ୍ମାନିତ କରାଯାଇଥିଲା ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.