ETV Bharat / state

ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ‘ପାଣିମୋରା’କୁ ପଚାରୁନି ପ୍ରଶାସନ - independence day

ପଶ୍ଚିମ ଓଡିଶାର ସଂଗ୍ରାମୀ ପୀଠ ଭାବେ ବେଶ ଜଣାଶୁଣା ବରଗଡ ଜିଲ୍ଲା ର ପାଣିମୋରା ଗାଁ । ଗାନ୍ଧୀଙ୍କ ଅହିଂସା ନୀତିରେ ଅନୁପ୍ରାଣୀତ ହୋଇ ବ୍ରିଟିସ ହଟାଓ ଆନ୍ଦୋଳନରେ ସାମିଲ ହୋଇଥିଲେ ଏହି ଗାଁର 32 ସଂଗ୍ରାମୀ । ଏଥି ଯୋଗୁଁ ତ ଏହି ଗ୍ରାମକୁ ସଂଗ୍ରମୀ ପୀଠ ବୋଲି କୁହାଯାଇଥାଏ ।

ଡିଜାଇନ ଫଟୋ
author img

By

Published : Aug 15, 2019, 5:14 PM IST

ବରଗଡ: ପଶ୍ଚିମ ଓଡିଶାର ସଂଗ୍ରାମୀ ପୀଠ ଭାବେ ବେଶ ଜଣାଶୁଣା ବରଗଡ ଜିଲ୍ଲା ର ପାଣିମୋରା ଗାଁ । ଜିଲ୍ଲା ସଦର ମହକୁମା ଠାରୁ ପଶ୍ଚିମକୁ ୨୬ କି.ମି ଗଲେ ପଡେ ସୋହେଲା ବ୍ଲକ । ସେଠାରୁ ପ୍ରାୟ ୮କି.ମି. ଉତ୍ତରରେ ରହିଛି ପାଣିମୋରା ଗାଁ । ଗାନ୍ଧୀଙ୍କ ଅହିଂସା ନୀତିରେ ଅନୁପ୍ରାଣୀତ ହୋଇ ବ୍ରିଟିସ ହଟାଓ ଆନ୍ଦୋଳନରେ ସାମିଲ ହୋଇଥିଲେ ଏହି ଗାଁର 32 ସଂଗ୍ରାମୀ । କାରାବରଣ ବି ଭୋଗିଥିଲେ । ଏଥି ଯୋଗୁଁ ତ ଏହି ଗ୍ରାମକୁ ସଂଗ୍ରମୀ ପୀଠ ବୋଲି କୁହାଯାଇଥାଏ । ହେଲେ ଏହି ଐତିହାସିକ ସ୍ମୃତିପୀଠ ଆଜି ଅବହେଳିତ । ପ୍ରଶାସନର ନଜର ଆଢୁଆଳରେ ଥିବା ଏହି ଗାଁକୁ ଯେମିତି ଭୁଲିଯାଇଛନ୍ତି ସରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ପଶ୍ଚିମ ଓଡ଼ିଶାର ପାଣିମୋରା ହେଉଛି ଏକମାତ୍ର ଗାଁ ଯେଉଁଠି ଗୋଟିଏ ଗାଁ ର ସର୍ବାଧିକ ୩୨ ଜଣ ସଂଗ୍ରାମୀ ଇଂରେଜଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ଜେଲ କାରାଦଣ୍ଡ ଭୋଗିଥିଲେ | ସେଥିପାଇଁ ଦେଶ ସ୍ବାଧିନ ପରଠାରୁ ଚର୍ଚ୍ଚାରେ ରହିଛି ଏହି ସଂଗ୍ରାମୀଙ୍କ ଗାଁ ପାଣିମୋରା | ପ୍ରତି ବର୍ଷ ସ୍ବାଧିନତା ଦିବସରେ ସଂଗ୍ରମୀଙ୍କୁ ସମ୍ମାନିତ କରିଥାନ୍ତି ପାଣିମୋରା ଗ୍ରାମବାସୀ | ୩୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଦୁଇଜଣ ଜୀବିତ ରହିଥିଲେ । କିନ୍ତୁ ଚଳିତ ଅଗଷ୍ଟ ୧୦ରେ ୯୫ ବର୍ଷୀୟ ସଂଗ୍ରାମୀ ଦୟାନିଧି ନାୟକ ଆଖିବୁଜି ଦେଇଥିଲେ । ତେବେ ବର୍ତ୍ତମାନ ବଞ୍ଚିରହିଛନ୍ତି ଆଉ କେବଳ ଜଣେ ମାତ୍ର ବୀର ସଂଗ୍ରାମୀ | ୧୯୧୯ ମସିହାରେ ଜନ୍ମଗ୍ରହଣ କରିଥିବା ଜିତେନ୍ଦ୍ର ପଧାନ ୧୦୦ ବର୍ଷ ବୟସରେ ପଦାର୍ପଣ କରି ଆଜି ମଧ୍ୟ ସ୍ବାଧିନ ଦେଶକୁ ନିଜ ଚକ୍ଷୁରେ ଦେଖିଆସୁଛନ୍ତି |

ଭାରତରୁ ବ୍ରିଟିସଙ୍କୁ ତଡିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ଯେଉଁ ସ୍ବରାଜ ଆନ୍ଦୋଳନ ଆରମ୍ଭ କରିଥିଲେ ସେଥିରେ ଅନୁପ୍ରାଣିତ ହୋଇ ପାଣିମୋରା ଗାଁର ବହୁ ବ୍ୟକ୍ତି ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୨ ଜଣ ଏହି ସ୍ୱାଧିନତା ସଂଗ୍ରାମରେ କାରାବରଣ କରିଥିଲେ । ସଂଗ୍ରାମୀ ଚମୁରୁ ପରଡିଆ, ଫୁଲସରା ପଧାନ, ଦୟାନିଧି ନାୟକ, ଡମ୍ବରୁଧର ଦେଓା୍ୱନ, ମିନକେତନ ସରାଫ,ଚୈତନ୍ୟ ସାହୁ, ଚନ୍ଦ୍ରଭାନୁ ପରଡିଆ, ପ୍ରଭାକର ସାହୁ, ପ୍ରଭାକର ପଧାନ, ଜିତେନ୍ଦ୍ରୀୟ ପଧାନ, ମଦନ ଭୋଇ ପ୍ରମୁଖ ଆନ୍ଦୋଳନରେ ମୁଖ୍ୟଙ୍କ ନେତୃତ୍ୱ ତୁଲାଇଥିଲେ । ଏମାନଙ୍କ ମଧ୍ୟରୁ ଦୟାନିଧି ନାୟକ ୬ ମାସ ପାଇଁ କାରାବରଣ କରିଥିବା ବେଳେ ଜିତେନ୍ଦ୍ରୀୟ ପଧାନ ୧ ବର୍ଷ କାରାବରଣ କରିଥଲେ । ୬ ମାସ କାରାବରଣ କରିଥିବା ଦୟାନିଧି ନାଏକ ୭୩ ତମ ସ୍ଵାଧୀନତା ଦିବସ ନିଜ ଆଖିରେ ଦେଖି ପାରିନଥିବା ବେଳେ ବର୍ତ୍ତମାନ ଜୀବିତ ଥିବା ଜଣେ ମାତ୍ର ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କର ଦେଶପ୍ରେମ ଭାବ ଏବେ ବି ତାଙ୍କଠାରେ ଭରପୁର ରହିଛି ।

ମହାତ୍ମା ଗାନ୍ଧୀଙ୍କ ୧୯୪୨ ଭାରତଛାଡ ଆନ୍ଦୋଳନ ସ୍ମୃତିକୁ ସତେଜ ରଖିଛନ୍ତି ପାଣିମୋରା ଗ୍ରାମବାସୀ । ୧୯୪୨ ମସିହାରେ ଗାଁର ୪୨ ଜଣ ସ୍ବାଧିନତା ସଂଗ୍ରାମର ବହ୍ନିରେ ଲମ୍ଫ ମାରିଥିବା ବେଳେ ଅଳ୍ପ ବୟସ ଯୋଗୁଁ ୧୦ ଜଣଙ୍କୁ ଫେରାଇ ଦିଆଯାଇଥିଲା । ସେହି ଦିନଠୁ ଗାଁର ପ୍ରତ୍ୟେକଙ୍କ ଭିତରେ ଦେଖିବାକୁ ମିଳେ ଦେଶପ୍ରେମଭାବ । ଗ୍ରାମର ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏକତାର ଅତୁଟ ବନ୍ଧନରେ ବାନ୍ଧିହୋଇ ରହିଛନ୍ତି । ୧୯୪୭ରୁ ପ୍ରତିଦିନ ଗାଁ ମନ୍ଦିରରେ ନିରବଚ୍ଛିନ୍ନ ଭାବରେ ସକାଳ ପ୍ରାର୍ଥନା ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ବନ୍ଦେ ମା ତରମ ଗାନ ହୋଇଥାଏ ।

ପାଣିମୋରା ଗାଁ ତ୍ୟାଗ ଓ ସମର୍ପଣ ପାଇଁ ସାରା ରାଜ୍ୟରେ ଏହା ଭିନ୍ନଏକ ପରିଚୟ ସୃଷ୍ଟି କରିଛି । ୧୯୭୩ ମସିହାରେ ପ୍ରଥମ କରି ପାଣିମୋରା ଗାଁରେ ଜାତୀୟ କଂଗ୍ରେସ ଜନ୍ମ ନେଇଥିବା ବେଳେ ୧୯୪୦ରେ ୬ ଏବଂ ୧୯୪୨ ରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଅନ୍ଦୋଳନରେ ୩୨ ସଂଗ୍ରାମୀ ନିଜ ପିଲା ଛୁଆ ଘର ଦ୍ବାର ଛାଡି ମାଟି ମା ପାଇଁ ଜୀବନ ଦେଇଦେଇଥିଲେ । ଏହା ପୂର୍ବରୁ ୧୯୨୬ ମସିହାରେ ପରିବ୍ରାଜକ ଦିବ୍ୟକିଶୋର ସାହୁଙ୍କ ନେତୃତ୍ବରେ ଏଠାରେ ଆର୍ଯ୍ୟ ସମାଜ ଗଠିତ ହୋଇଥିବା ବେଳେ ୧୯୪୨ ରୁ ୧୯୫୫ ମଧ୍ୟରେ ୧୦୦ ବିଦେଶୀ ବସ୍ତ୍ରକୁ ବିରୋଧ କରି ଏଠାରେ ‘କିଷାନ ଚରଖା’ ଜରିଆରେ ସୂତା କାଟୁଥିଲେ । ଆଉ ମଧ୍ୟ ଦେଶରେ ଏକ ଓ ସମନ୍ବୟ ବଜାୟ ରଖିବା ଯୋଗୁଁ ମହାତ୍ମା ଗାନ୍ଧୀ ଦେଖିଥିବା ସ୍ବପ୍ନକୁ ପୂରଣା ଉଦ୍ଦେଶ୍ୟ ନେଇ ୧୯୬୫ ମସିହାରେ ବିନୋବା ଭାବେ ପାଣିମୋରା ଗାଁକୁ ଆସି ଭୂଦାନ ଆନ୍ଦୋଳନ କରିଥିଲେ । ସେହି ସମୟରେ ପ୍ରାୟ ଅଧାରୁ ଊର୍ଦ୍ଧ୍ବ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଏଥିଯୋଗୁଁ ତାଙ୍କର ୧୨୨୨ ଏକର ଜମି ସେ ଗାଁକୁ ଦାନ କରିଥିଲେ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ପାଣିମୋରା ଗ୍ରାମରେ ଗୋଟିଏ ବି ଭୂମିହୀନ ପରିବାର ନାହାଁନ୍ତି । ଗାଁର ସର୍ବାଧିକ ପରିବାର ଚାଷ ଉପରେ ନିର୍ଭର କରୁଥିବା ବେଳେ ସ୍ବାଧିନତାର ଏତେ ବର୍ଷ ବିତିଥିଲେ ମଧ୍ୟ ଗାଁ କୁ ଜଳସେଚନ ସୁବିଧା ନାହିଁ । ଫଳରେ ପ୍ରତିବର୍ଷ ଏଠାକର ଚାଷୀଙ୍କୁ ମରୁଡ଼ିର ସାମ୍ନା କରିବାକୁ ପଡିଥାଏ ।

ଗ୍ରାମର ଶିକ୍ଷିତ ଯୁବକଙ୍କୁ ସ୍ବବାଲମ୍ବୀ କରିବାକୁ ଉତ୍କଳ ଖଦି ମଣ୍ଡଳ ୧୯୬୪ ଏପ୍ରିଲରୁ ଖଦିକାମ ଆରମ୍ଭ କରିଥିବା ବେଳେ ୧୯୭୦ ମସିହାରେ ଏହାକୁ ଗ୍ରାନଦାନୀ ସଂଘ ହସ୍ତାନ୍ତର କରିଥିଲା । ଗ୍ରାମଦାନୀ ସଂଘ ଏହାକୁ ୧୯୯୨ ମସିହା ପର୍ଯ୍ୟନ୍ତ ଚଲାଇବା ପରେ ଖଦିବୋର୍ଡ ଏହାକୁ ରାତାରାତି ଉଠାଇନେଇଥିଲେ । ଯାହା ଫଳରେ ଗାଁ ର ଯୁବକମାନେ ଏବେ ଧନ୍ଦା ମୂଳକ ଶିକ୍ଷାରୁ ବଞ୍ଚିତ ହେବା ସହ ଗ୍ରାମରେ ବେକାରୀ ସମସ୍ୟା ବଢିଚାଲିଛି । ଅପରପକ୍ଷେ ଗାଁରେ ପ୍ରାଇମେରୀ ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ଥିବା ବେଳେ ଉଚ୍ଚ ଶିକ୍ଷାପାଇଁ ଛାତ୍ରଛାତ୍ରୀଙ୍କୁ ସହରକୁ ଯିବାକୁ ପଡୁଛି । ଏଥି ଯୋଗୁଁ ବହୁ ପିଲା କଲେଜ ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି | ଗାଁ ଭିତରକୁ ଗାଡି ମଟର ଚଲାଚଳ ପାଇଁ ସୁବିଧା ନାହିଁ ଓ ଛୋଟ ଗାଡ଼ିରେ ଯିବାକୁ ହେଲେ ମଧ୍ୟ ୨ କିଲୋମିଟର ଚାଲି ଚାଲି ଯିବାକୁ ପଡିଥାଏ |

ସଂଗ୍ରମୀମାନେ ଯେଉଁ ସ୍ବପ୍ନ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ତାଜା ଆଜି ବି ଅଧୁରା ରହିଛି । ଦେଶକୁ ସ୍ବାଧିନ କରିବାପାଇଁ ଲଢିଥିବା ଏହି ସଂଗ୍ରାମୀମାନଙ୍କ ସଂଗ୍ରାମ ତଥା ସେମାନଙ୍କ ତ୍ୟାଗର ମୂଲ୍ୟ ଆକଳନ କରାଯାଇପରିବ ନାହିଁ । ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଦିଲ୍ଲୀରେ ଏମାନଙ୍କୁ ସମ୍ମାନିତ କରିଥିଲେ । ତେବେ କଣ ଜାନୁୟାରୀ ୨୬ ଓ ଅଗଷ୍ଟ ୧୫ ରେ ପୁରସ୍କୃତ ଓ ସମ୍ମାନ ପାଇଁ ନିଜ ଲହୁଲୁହ ଦେଇଥିଲେ ସଂଗ୍ରମୀ । ଏମାନେ ସେତେବଳେ ସମ୍ମାନିତ ହେବେ, ଯେବେ ଲୋକେ ସମସ୍ୟାରେ ନ ଜୁଝି ସମସ୍ତ ମୌଳିକ ସୁବିଧା ସୁଯୋଗ ପାଇବେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.