ETV Bharat / state

ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ମୁଁହରୁ ସ୍ବାଧୀନତାର ମହତ୍ତ୍ବ - ସ୍ଵାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ

ସ୍ଵାଧୀନତା କିପରି ହାସଲ କରାଯାଇଥିଲା ? ଦେଶକୁ ସ୍ଵାଧୀନ କରିବା ପାଇଁ କେତେ ଜଣ ପ୍ରାଣ ହରାଇଛନ୍ତି, ଏସବୁ ମନେ ପକାଇ ଭାବ ବିଭୋର ହୋଇପଡିଛନ୍ତି ବରଗଡ ପାଣିମୋରା ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ |

ଡିଜାଇନ ଫଟୋ
author img

By

Published : Aug 15, 2019, 6:10 PM IST

ବରଗଡ: ଆଜି ଦେଶ ହର୍ଷୋଲ୍ଲାସର ସହିତ 73 ତମ ସ୍ଵାଧୀନତା ଦିବସ ପାଳନ କରୁଛି । ତେବେ ସ୍ଵାଧୀନତା କିପରି ହାସଲ କରାଯାଇଥିଲା ? ଦେଶକୁ ସ୍ଵାଧୀନ କରିବା ପାଇଁ କେତେ ଯେ ପ୍ରାଣବଳୀ ଦେଇଛନ୍ତି, ତାହା ମନେ ପକାଇ ଭାବ ବିଭୋର ହୋଇପଡିଛନ୍ତି ସ୍ଵାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

୧୦୦ ବର୍ଷ ବୟସରେ ପଦାର୍ପଣ କରିଥିବା ଜିତେନ୍ଦ୍ର ପ୍ରଧାନଙ୍କ ହୃଦୟରେ ଆଜି ମଧ୍ୟ ରହିଛି ଗଭୀର ଦେଶଭକ୍ତି | ଭାରତ ମାତାକୁ ଇଂରେଜ ମାନଙ୍କର କବଳରୁ ମୁକୁଳାଇବା ପାଇଁ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଜେଲ ଯାଇଥିବା ସମୟର କଥା ଏବେବି ତାଙ୍କ ମନରେ ଝଲସି ଯାଉଛି |

ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ହେଉଛି ପଶ୍ଚିମ ଓଡ଼ିଶାର ଏକମାତ୍ର ଗାଁ, ଯେଉଁଠି ଗୋଟିଏ ଗାଁର ସର୍ବାଧିକ ୩୨ ଜଣ ସଂଗ୍ରାମୀ ଇଂରେଜ ମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ଜେଲ କାରାଦଣ୍ଡ ଭୋଗିଥିଲେ | ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ବେଳେ ଏହି ଗ୍ରାମରୁ ସର୍ବାଧିକ ୩୨ ଜଣ କାରାବରଣ କରିଥିବା ଯୋଗୁଁ ଏହି ଗ୍ରାମକୁ ସଂଗ୍ରାମୀ ପୀଠ ବୋଲି କୁହାଯାଇଥାଏ । ତେବେ ଏହି ଗ୍ରାମର ୩୨ ଜଣ ସଂଗ୍ରାମୀ ମାନଙ୍କ ମଧ୍ୟରୁ ଏବେ ଜଣେ ମାତ୍ର ଜୀବିତ ରହିଛନ୍ତି |

‘ଇଟିଭି ଭାରତ’ ପକ୍ଷରୁ ପାଣିମୋରାର ଏହି ସ୍ଵାଧୀନତା ସଂଗ୍ରାମୀଙ୍କୁ ଭେଟି ସେ ସମୟର ଅନୁଭୂତି ବିଷୟରେ ପଚରାଯିବାରୁ ସଂଗ୍ରାମୀ ଶ୍ରୀ ପ୍ରଧାନ କିଛି ସମୟ କହିବା ପରେ ଭାବ ବିଭୋର ହୋଇପଡିଥିଲେ । ଆଖିରୁ ତାଙ୍କର ଝରିଯାଇଥିଲା ଝର ଝର ଲୁହ | ଦେଶ ପ୍ରତି ରହିଥିବା ତାଙ୍କର ଗଭୀର ଶ୍ରଦ୍ଧା, ଭକ୍ତି ଓ ପ୍ରେମ ଯେମିତି ଏବେବି କାଣିଚିଏ କମିନାହିଁ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro: ଆଜି ଦେଶ 73 ତମ ସ୍ଵାଧୀନତା ଦିବସ ପାଳନ କରୁଛି ଏବଂ ଆଜିର ଏହି ସ୍ଵାଧୀନ କିପରି ହାସଲ କରାଯାଇଥିଲା , ଦେଶକୁ ସ୍ଵାଧୀନ କରିବା ପାଇଁ କେତେ କଣ କରାନଯାଇଛି ତାହା ମନେକରି ଭାବବିଭୋର ହୋଇପଡି କାନ୍ଦି ପକାଇଥିଲେ ପାଣିମୋରା ଗ୍ରାମର ଜଣେ ମାତ୍ର ଜୀବିତ ଥିବା ସ୍ଵାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ | ୧୦୦ ବର୍ଷ ବୟସକୁ ପଦାର୍ପଣ କରିଥିବା ଜିତେନ୍ଦ୍ର ପ୍ରଧାନଙ୍କ ହୃଦୟରେ ଆଜିମଧ୍ୟ ରହିଛି ଗଭୀର ଦେଶଭକ୍ତି | ଭାରତ ମାତାକୁ ଇଂରେଜ ମାନଙ୍କର କବଳରୁ ମୁକୁଳାଇବା ପାଇଁ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଜେଲଯାଇଥିବା ସମୟର କଥା ଏବେବି ତାଙ୍କ ମନରେ ଝଲସିଯାଉଛି |
Body:ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ହେଉଛି ପଶ୍ଚିମ ଓଡ଼ିଶାର ଏକମାତ୍ର ଗାଁ ଯେଉଁଠି ଗୋଟିଏ ଗାଁ ର ସର୍ବାଧିକ ୩୨ ଜଣ ସଂଗ୍ରାମୀ ଇଂରେଜ ମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଜେଲ କାରାଦଣ୍ଡ ଭୋଗିଥିଲେ | ମହାତ୍ମା ଗାନ୍ଧିଙ୍କ ଅହିଂସା ଆନ୍ଦୋଲନ ବେଳେ ଏହି ଗ୍ରାମରୁ ସର୍ବାଧିକ ୩୨ଜଣ କାରାବରଣ କରିଥିବା ଯୋଗୁଁ ଏହି ଗ୍ରାମକୁ ସଂଗ୍ରମୀ ପୀଠ ବୋଲି କୁହାଯାଇଥାଏ । ତେବେ ଏହି ଗ୍ରାମର ୩୨ ଜଣ ସଂଗ୍ରାମୀ ମାନଙ୍କ ମଧ୍ୟରୁ ଏବେ ଜଣେ ମାତ୍ର ଜୀବିତ ରହିଛନ୍ତି | ୧୯୧୯ ମସିହାରେ ଜନ୍ମଗ୍ରହଣ କରିଥିବା ଜିତେନ୍ଦ୍ର ପଧାନ ୧୦୦ ବର୍ଷ ବୟସରେ ପଦାର୍ପଣ କରି ଆଜି ମଧ୍ୟ ସ୍ୱାଧୀନ ଦେଶକୁ ନିଜ ଚକ୍ଷୁରେ ଦେଖିଆସୁଛନ୍ତି | ଇ ଟିଭି ଭାରତ ପକ୍ଷରୁ ପାଣିମୋରାର ଏହି ସ୍ଵାଧୀନତା ସଂଗ୍ରାମୀଙ୍କୁ ଭେଟି ସେସମୟର ଅନୁଭୂତି ବିଷୟରେ ପଚରାଯିବାରୁ ସଂଗ୍ରାମୀ ଶ୍ରୀ ପ୍ରଧାନ କିଛି ସମୟ କହିବା ପରେ ଭାବ ବିଭୋର ହୋଇପଡିଥିଲେ ଏବଂ ଆଖିରୁ ତାଙ୍କର ଝରିଯାଇଥିଲା ଲୁହ | ଦେଶ ପ୍ରତି ରହିଥିବା ତାଙ୍କର ଶ୍ରଦ୍ଧା, ଭକ୍ତି ଓ ପ୍ରେମକୁ ଇ ଟିଭି ଭାରତ ପରିବାର ସମ୍ମାନ ଜଣାଏ |Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.