ETV Bharat / state

ସୋମବାରଠୁ ଆରମ୍ଭ ହେବ କଲେଜରେ ମାଗଣା ଅନଲାଇନ କୋଚିଂ, ଅସମ୍ପୂର୍ଣ୍ଣ ରହିଛି ସ୍ମାର୍ଟ କ୍ଲାସ

author img

By ETV Bharat Odisha Team

Published : Jan 7, 2024, 10:51 PM IST

Free JEE NEET Online Class: ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ସରକାରଙ୍କ ମାଗଣା ଅନଲାଇନ ଜେଇଇ ଓ ନିଟ କୋଚିଂ । ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବରେ ଅନଲାଇନ ମାଧ୍ୟମରେ କୋଚିଂ ଦିଆଯିବ । ଅଧିକ ପଢ଼ନ୍ତୁ

ଲେଜରେ ମାଗଣା ଅନଲାଇନ କୋଚିଂ
ଲେଜରେ ମାଗଣା ଅନଲାଇନ କୋଚିଂ
ଲେଜରେ ମାଗଣା ଅନଲାଇନ କୋଚିଂ

ବରଗଡ଼: ଜେଇଇ ଓ ନିଟ ପାଇଁ ମାଗଣା କୋଚିଂ । ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ସରକାରଙ୍କ ମାଗଣା ଅନଲାଇନ ଜେଇଇ ଓ ନିଟ କୋଚିଂ । ଆସନ୍ତାକାଲି ଠାରୁ ବିଧିବଦ୍ଧ ଭାବରେ ଅନଲାଇନ ମାଧ୍ୟମରେ କୋଚିଂ ଦିଆଯିବ । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ କୋଚିଂ ଦିଆଯିବ । ପ୍ରଥମ ପର୍ଯ୍ୟାୟ ସକାଳ ସମୟ ଏବଂ ଅପରାହ୍ନ ସମୟରେ ହେବ କ୍ଲାସ । ତେଣୁ ବାରମ୍ବାର କଲେଜମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍ମାର୍ଟ କ୍ଲାସ ରୁମ୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନେକ କଲେଜରେ ସ୍ମାର୍ଟ କ୍ଲାସର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରି ନାହିଁ । ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲାରେ ସ୍ମାର୍ଟ କ୍ଲାସରୁମ ନିର୍ମାଣ ସରିନଥିବା ଦେଖିବାକୁ ମିଳିଛି ।

ତେବେ ସୋମବାର ଅର୍ଥାତ ଜାନୁଆରୀ ୮ ତାରିଖଠାରୁ ବିଧିବଦ୍ଧ ଭାବରେ ଅନଲାଇନ ମାଧ୍ୟମରେ ଦିଆଯିବ କୋଚିଂ । ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କୁ ଦିଆଯିବ ମାଗଣାରେ ମେଡ଼ିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ସମେତ ପ୍ରତିଯୋଗିତାମୂଳକ ପାଠ୍ୟକ୍ରମ ପାଇଁ କୋଚିଂ । ଯାହା ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବରେ ସହାୟକ ହେବ । ଏନେଇ ତିନି ଦିନ ଧରି ସମସ୍ତ କଲେଜରେ ୱାର୍ମିଂ କ୍ଲାସ ଆରମ୍ଭ ହୋଇଛି । ଯେଉଁଥିରେ ମାଗଣା ଷ୍ଟଡି ମ୍ୟାଟେରିଆଲ ସହ କୋଚିଂ ମଧ୍ୟ ଦିଆଯିବ । ଏହାସହ ପାଖାପାଖି ଯୁକ୍ତ ଦୁଇ ପ୍ରଥମ ବର୍ଷ ୭୦ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେହି ତୁଳନାରେ ପାଖାପାଖି ୬୫ ପ୍ରତିଶତ ପିଲାମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି । ସେପଟେ ଏଭଳି ମାଗଣା କୋଚିଂକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଛି । ଗରିବ ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବେଶ ଲାଭବାନ ହୋଇପାରିବେ । ଯେଉଁମାନେ ମେଡିକାଳ ଓ ଇଞ୍ଜିନିଅରିଂ ପ୍ରସ୍ତୁତି ପାଇଁ ଅତିରିକ୍ତ କୋଚିଂ କରିବାଜୁ ଆର୍ଥିକ ଭାବେ ଅସମର୍ଥ ରହିଥିଲେ ସେହି ଛାତ୍ରଛାତ୍ରୀଙ୍କ ପାଇଁ ଏହି ଯୋଜନା ବରଦାନ ସଦୃଶ୍ୟ ହୋଇଛି ବୋଲି ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ......ଆରମ୍ଭ ହେଲା ମାଗଣା ନିଟ୍ ଓ ଜେଇଇ କୋଚିଂ

ସେପଟେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଅଭିରାମ ଆୟାର୍ କହିଛନ୍ତି ଯେ, ଆସନ୍ତା ସୋମବାର ଠାରୁ ମାଗଣାରେ ପ୍ରତିଯୋଗିତା ମୂଳକ କୋଚିଂ ଆରମ୍ଭ ହେବ । ସକାଳ ୮ ଟା ୩୦ ରୁ ୧୦ ଟା ପର୍ଯ୍ୟନ୍ତ କୋଚିଂ ଦିଆଯିବ । ତେବେ ବରଗଡ଼ ସହରରେ ରହିଥିବା କଲେଜରେ PWD ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଗ୍ରାମାଞ୍ଚଳ ତଥା ବ୍ଲକ ଏଡେଡ଼ କଲେଜ ଗୁଡିକରେ ବ୍ଲକ ଅଫିସ ତରଫରୁ ନିର୍ମାଣ କାର୍ଯ୍ୟ କରାଯାଉଛି । କିନ୍ତୁ ବରଗଡ଼ ସହରରେ ରହିଥିବା ଦୁଇ ଗୋଟି କଲେଜରେ ଆଜି ପର୍ଯ୍ୟନ୍ତ ସ୍ମାର୍ଟ କ୍ଲାସର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ । କ୍ଲାସ ରୁମ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ସ୍ମାର୍ଟ ବୋର୍ଡ଼ ବା LCD ବୋର୍ଡ଼ ଲାଗିପାରି ନାହିଁ । କିଛି ମାସ ପୂର୍ବରୁ ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜକୁ ସ୍ମାର୍ଟ କ୍ଲାସ ପ୍ରସ୍ତୁତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏପର୍ଯ୍ୟନ୍ତ ସ୍ମାର୍ଟ କ୍ଲାସ ରୁମ ସମ୍ପୁର୍ଣ୍ଣ ହୋଇନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.