ETV Bharat / state

ବିଜେପୁର ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତାଙ୍କ ଦେହାନ୍ତ

ବିଜେପୁର ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତାଙ୍କ ଦେହାନ୍ତ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ତାଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

author img

By

Published : Jan 28, 2022, 7:46 PM IST

ବିଜେପୁର ପୂର୍ବତନ ବିଧାୟକ ରାଜୀବଲୋଚନ ହୋତାଙ୍କ ଦେହାନ୍ତ

ବରଗଡ: ପୂର୍ବତନ ବିଧାୟକ ରାଜୀବଲୋଚନ ହୋତାଙ୍କ ଦେହାନ୍ତ । ବରଗଡର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ 1980 ରୁ 1985 ପର୍ଯ୍ୟନ୍ତ ବିଧାୟକ ଥିଲେ । ଏଥିସହ ସେ ଜଣେ ସୁସଙ୍ଗଠକ ଓ ସମାଜସେବୀ ମଧ୍ୟ ଥିଲେ ।

ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଅହରହ ପ୍ରୟାସ ଜାରି ରଖିଥିଲେ ସ୍ବର୍ଗତ ହୋତା । ତେବେ ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ଥିବାବେଳେ 86 ବର୍ଷ ବୟସରେ ଆଜି ବରଗଡର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ବରପାଲି ସ୍ଥିତ ତାଙ୍କ ବାସଭବନକୁ ମୃତଶରୀର ନିଆଯାଇଛି ।

ସେଠାରେ ବିଧାୟିକା ରୀତା ସାହୁ, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ଅନେକ ନେତା ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବରପାଲି ଠାରେ ଥିବା ତାଙ୍କ ନିଜ ଫାର୍ମାଶିଷ୍ଟ କଲେଜ ପରିସରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.