ବରଗଡ: ବିବାହ ଭୋଜି ଖାଇ ପ୍ରାୟ 70 ଜଣ ଅସୁସ୍ଥ । ଏଭଳି ଅଭାବନୀୟ ଘଟଣା ବରଗଡ ଉପକଣ୍ଠସ୍ଥ ବରାହଗୁଡା ଗ୍ରାମରେ ଘଟିଛି । ଏହି ଘଟଣାଟି ଜଣା ପଡିବା ପରେ ବରଗଡ ମୁଖ୍ୟ ଡାକ୍ତରଖାନାରୁ ଏକ ଟିମ ସେଠାରେ ପହଞ୍ଚି ଅସୁସ୍ଥଙ୍କ ଚିକିତ୍ସା କରିଛନ୍ତି ।
ଖବର ଥାଉକି, ବରାହଗୋଡା କଲୋନୀ ପଡାର ଗଙ୍ଗାଧର କୁମ୍ଭାରଙ୍କ ନାତି ବାହାଘର ଭୋଜିରେ ବହୁ ଲୋକ ସାମିଲ ହୋଇଥିଲେ । ଭୋଜି ଖାଇ ସାରି ଯାଇଥିବା ଅଧିକାଶଂ ଲୋକଙ୍କୁ ସକାଳେ ଝାଡା ବାନ୍ତି ହୋଇଥିଲା ।
ତେବେ ଏହି ଘଟଣା ପ୍ରସାରିତ ହେବା ପରେ କଳାପାଣି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ମନୋରଞ୍ଜନ ହୋତା ଏବଂ ବରଗଡ ମୁଖ୍ୟ ଚିକିତ୍ସାଳୟର ଏକ ଟିମ ବରାହଗୁଡାକୁ ପହଞ୍ଚି ଅସୁସ୍ଥ ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି |
ଭୋଜିରେ ରନ୍ଧା ଯାଇଥିବା ଖାଦ୍ୟ କୌଣସି କାରଣରୁ ବିଷକ୍ରୀୟା ହୋଇଯାଇଥିବାରୁ ଏପରି ଅଘଟଣ ଘଟିଥିବା ଅନୁସନ୍ଧାନରୁ ଜଣାପଡିଛି। ତେବେ ଭୋଜିରେ ବ୍ୟବହୃତ ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ଏହାର ପରୀକ୍ଷା ପାଇଁ ଲ୍ୟାବ ପଠାଯାଇଥିବା ଜଣାପଡିଛି |
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ