ETV Bharat / state

ନକଲି ଔଷଧ ଠାବ ଘଟଣା, 5 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବରଗଡ ପୋଲିସ

author img

By

Published : Apr 28, 2023, 12:42 PM IST

Updated : Apr 28, 2023, 12:55 PM IST

ବରଗଡରେ ନକଲି ଔଷଧ ଠାବ ଘଟଣା । ଉତ୍ତରପ୍ରଦେଶରୁ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବରଗଡ ପୋଲିସ । ଅଧିକ ପଢନ୍ତୁ

bargarh fake medicine racket
bargarh fake medicine racket
bargarh fake medicine racket

ବରଗଡ: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ନକଲି ଔଷଧ କାରବାର । ନକଲି ଔଷଧ ସପ୍ଲାଇ କରୁଥିବା ଉତ୍ତରପ୍ରଦେଶ ରାଜ୍ୟର 5 ଜଣ ଅପରାଧୀକୁ ଗତ ୨୬ ତାରିଖରେ ଗିରଫ କରିବାରେ ସଫଳ ହୋଇଥିଲା ବରଗଡ ପୋଲିସ । ଏହାପରେ ସେମାନଙ୍କୁ ବରଗଡ ଅଣାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ବରଗଡ ଟାଉନ ଥାନା ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ବରଗଡରେ ନକଲି ଔଷଧ ବିକ୍ରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିବା ପରେ ପୋଲିସ ବିଭାଗର ଅଧିକ ତଦନ୍ତ ପରେ ନକଲି ଔଷଧ ସବୁ ଉତ୍ତରପ୍ରଦେଶ ରାଜ୍ୟରୁ ଆସୁଥିବା ଜାଣିବାକୁ ପାଇଥିଲା । ଏହାପରେ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର STFର ସହାୟତାରେ 5 ଜଣ ଅପରାଧୀକୁ ଗିରଫ କରିଥିଲା ।

ସୂଚନା ଅନୁଯାୟୀ, ନକଲି ଔଷଧ କାରବାରର ଖବର ପାଇ ଗତ ଜାନୁୟାରୀ 17 ତାରିଖରେ STF ଟିମ ବରଗଡର ଅଶୋକ ମେଡିକାଲରେ ରେଡ କରିଥିଲା ଏବଂ ବହୁ ନକଲି ମେଡ଼ିସିନ ଜବତ କରିବା ସହିତ ନକଲି ଔଷଧ ବିକ୍ରେତା ସୁନୀଲ ଅଗ୍ରୱାଲଙ୍କୁ ଗିରଫ କରିଥିଲା । ବରଗଡର ପୁରୁଣା ଡାକ୍ତରଖାନା ନିକଟରେ ରହିଥିବା ଅଶୋକ ମେଡିକାଲ ହଲର ମାଲିକ ସୁନୀଲ ଅଗ୍ରୱାଲକୁ ଗିରଫ କରି ପୋଲିସ ତାଙ୍କୁ ଜେରା କରିଥିଲା ଏବଂ ଅଧିକ ତଦନ୍ତ ପରେ ସୁନିଲ ଅଗ୍ରୱାଲଙ୍କୁ କୋର୍ଟକୁ ଚାଲାଣ କରିଥିଲା । ତେବେ ଉକ୍ତ ଦୋକାନରୁ ଜବଦ ହୋଇଥିବା ଔଷଧ ଗୁଡିକ ନକଲି ବୋଲି ଲେବୋରେଟୋରୀ ଟେଷ୍ଟରୁ ରିପୋର୍ଟ ଆସିବା ପରେ ପୋଲିସ ପୁଣି ସକ୍ରିୟ ହୋଇପଡିଥିଲା ଏବଂ ନକଲି ଔଷଧ ସପ୍ଲାଇ କରୁଥିବା ଉତ୍ତରପ୍ରଦେଶର ଅପରାଧୀଙ୍କୁ ଧରିବାକୁ ଯୋଜନା କରିଥିଲା ।

ତେବେ ବରଗଡ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ପୋଲିସ ବିଭାଗର 9 ଜଣିଆ ଟିମ ଗଠନ କରାଯାଇଥିଲା ଏବଂ ଓଡିଶା ଏସଟିଏଫର ଦୁଇଜଣ ଅଫିସର, ବରଗଡ ଡ୍ରଗ ଇନ୍ସିପେକ୍ଟର ଓ ଝାରସୁଗୁଡା ଡ୍ରଗ ଇନ୍ସିପେକ୍ଟରଙ୍କ ମିଳିତ ଟିମ ଉତ୍ତରପ୍ରଦେଶ ରାଜ୍ୟକୁ ଯାଇ ସେଠାକାର ପୋଲିସ ଓ STFର ସହାୟତାରେ ନକଲି ଔଷଧ କାରବାର କରୁଥିବା 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବରଗଡ ଜିଲ୍ଲାକୁ ଆଣିବାରେ ସଫଳ ହୋଇଛି ।

ତେବେ ୟୁପି ରାଜ୍ୟର ସମସ୍ତ ଅଭିଯୁକ୍ତ ବାରଣାସୀ ଜିଲ୍ଲାର ହୋଇଥିବା ବେଳେ ଅଭିଯୁକ୍ତମାନେ ହେଲେ 30 ବର୍ଷୀୟ ଶୁଭମ ଜୟସ୍ବାଲ, 42 ବର୍ଷୀୟ ରିତେଶ ଜୟସ୍ବାଲ, 49 ବର୍ଷୀୟ ଚନ୍ଦ୍ରଶେଖର ସିଂ, 40 ବର୍ଷୀୟ ଗୌରବ ଶର୍ମା ଏବଂ 35 ବର୍ଷୀୟ ଅଭିଶେଖ କୁମାର ସିଂ । ନକଲି ଔଷଧ କାରବାରରେ ଉତ୍ତରପ୍ରଦେଶ ରାଜ୍ୟର 5 ଜଣ ଅଭିଯୁକ୍ତଙ୍କୁ ଗୁରୁବାର ବରଗଡ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ବେଳେ ପୂର୍ବରୁ ବରଗଡ ଗୋକୁଳ ଧାମର 41 ବର୍ଷୀୟ ସୁନୀଲ ଅଗ୍ରୱାଲଙ୍କୁ କୋର୍ଟକୁ ଚାଲାଣ କରାଯାଇଥିଲା ।

ଇଟିଭି ଭାରତ, ବରଗଡ

Last Updated : Apr 28, 2023, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.