ETV Bharat / state

ବିଜେପୁରରେ ଫୁଟିଲା ଗୁଳି, 3 ଦୁର୍ବୃତ୍ତଙ୍କୁ କାବୁ କଲେ ଗ୍ରାମବାସୀ - district

ବରଗଡ ଜିଲ୍ଲାର ଲାଉମୁଣ୍ଡା ଗାଁରେ ଗୁଳିକାଣ୍ଡ ହୋଇଛି । ଗୁଳିମାଡ ପରେ ୩ଜଣଙ୍କୁ ଅଟକରଖି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଗୁଳିକାଣ୍ଡ ପରେ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାସହ ଗୁଳିମାଡର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ ।

ଫଟୋ ସୋଜନ୍ୟ: ସମ୍ବାଦଦାତା. ବରଗଡ
author img

By

Published : Jun 7, 2019, 9:01 PM IST

ବରଗଡ: ଉପନିର୍ବାଚନ ପୂର୍ବରୁ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆଶାନ୍ତ ହୋଇଛି । ଜିଲ୍ଲାର ଲାଉମୁଣ୍ଡା ଗାଁରେ ଗୁଳିକାଣ୍ଡ ହୋଇଛି । ଗୁଳିମାଡ ପରେ ୩ଜଣଙ୍କୁ ଅଟକରଖି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଗୁଳିକାଣ୍ଡ ପରେ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାସହ ଗୁଳିମାଡର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ ।

ଭିଡ଼ିଓ ସୋଜନ୍ୟ: ସମ୍ବାଦଦାତା. ବରଗଡ

ସୂଚନା ଅନୁସାରେ ବିଜେପୁର ଥାନା ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମରେ ଶୁକ୍ରବାର ସକାଳେ ୧୦ଟା ସମୟରେ ତିନିଜଣ ଯୁବକ ଏକ ବାଇକରେ ଆସି ଗାଁ ଭିତରେ ବନ୍ଧୁକ ଫୁଟାଇ ଲୋକଙ୍କୁ ଭୟଭୀତ କରିଥିଲେ | ଗୁଳି ଫୁଟାଇବା ପରେ ଗ୍ରାମବାସୀ ତିନି ଯୁବକଙ୍କୁ ଘେରିଯାଇ କାବୁ କରିଥିଲେ । ଏହାପରେ ତିନି ଅଭିଯୁକ୍ତଙ୍କୁ ଗ୍ରାମବାସୀ ମାଡ ମରି ପୋଲିସକୁ ଖବର ଦେଇଥିଲେ । କିଛି ସମୟ ପରେ ପୋଲିସ ଘଟଣା ସ୍ଥଳରେ ଉତ୍ତକ୍ୟ ଲୋକଙ୍କ ଠାରୁ ତିନି ଅଭିଯୁକ୍ତଙ୍କୁ ଉଦ୍ଧାର କରି ଗିରଫ କରିଥିଲE । ପ୍ରାଥମିକ ସୂଚନାରୁ ଜଣା ପଡିଛି ଯେ କାହାରି କୌଣସି କ୍ଷତି ନୁହେଁ ବରଂ ଭୟ ସୃଷ୍ଟି କରିବା ପାଇଁ ଏଭଳି କାଣ୍ଡ ଭିଆଇଥିବା ଜଣା ପଡିଛି ।

ସୂଚନା ଯୋଗ୍ୟ ଯେ ସମଗ୍ର ପଶ୍ଚିମ ଓଡିଶାରେ ବିଜେପୁର ବିଧାନସଭା ଶାନ୍ତିପ୍ରିୟ ଅଞ୍ଚଳ । ମାତ୍ର ନିର୍ବାଚନ ସମୟରେ ଏଠାରେ ବାରମ୍ବାର ଗୁଳି ଫୁଟିବା ଘଟଣା ଲୋକଙ୍କୁ ଭୟଭୀତ କରୁଛି । ଆଗକୁ ବିଜେପୁରରେ ଉପନିର୍ବାଚନ ହେବାକୁ ଥିବା ବେଳେ ଏପରି ଗୁଳିକାଣ୍ଡ ପଛରେ କୌଣସି ରାଜନୈତିକ ଲିଙ୍କ ରହିଛି ନା ଆଉ କଣ ରହସ୍ୟ ରହିଛି ? ଏପରି ବହୁ ପ୍ରଶ୍ନ ଲୋକଙ୍କ ମନରେ ରହିଥିବା ବେଳେ ପୋଲିସ ପକ୍ଷରୁ ଏହିସବୁ ଦିଗରେ ତଦନ୍ତ ଆରମ୍ଭ ହୋଇଯାଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.