ETV Bharat / state

ଅମଳ ବେଳେ ଅଗ୍ନିକାଣ୍ଡ: ଜଳିଗଲା 2 ଏକର ଜମିର ଧାନ - baragada

ମେସିନ ସାହାଯ୍ୟରେ ବିଲରୁ ଧାନ ଅମଳ କରୁଥିବାବେଳେ ଅଗ୍ନିକାଣ୍ଡ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ବ୍ଲକର ଅଡଗାଁରେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 30, 2019, 10:29 PM IST

ବରଗଡ: ମେସିନ ସାହାଯ୍ୟରେ ବିଲରୁ ଧାନ ଅମଳ କରୁଥିବାବେଳେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ମେସିନ ସହ ଟ୍ରାକ୍ଟର ଓ ଦୁଇ ଏକର ଚାଷଜମିର ଧାନ ଜଳି ନଷ୍ଟ ହୋଇଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ବ୍ଲକ ଅନ୍ତର୍ଗତ ଅଡଗାଁରେ ।

ଏହି ଗାଁର ଭଗବତିଆ ପ୍ରଧାନ ନାମକ ଜଣେ ଧାନ ଚାଷୀ ତାଙ୍କ ଉପାର୍ଜିତ ଧାନକୁ ବିଲରୁ ମେସିନ ସାହାଯ୍ୟରେ ସଂଗ୍ରହ କରୁଥିଲେ । ସେହି ଗ୍ରାମର ପ୍ରଶାନ୍ତ ସାହୁଙ୍କ ଟ୍ରାକ୍ଟର ଓ ମେସିନ ଲଗାଇ ଧାନ ସଂଗ୍ରହ କରୁଥିବା ସମୟରେ ହଠାତ ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଧାନଗଦାରେ ଲାଗିଯାଇଥିଲା ଏବଂ ଭାଗବତିଆଙ୍କ ଦୁଇ ଏକର ଜମିର ଧାନ ପୋଡି ନଷ୍ଟ ହୋଇଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ଅଗ୍ନିଶମ ବିଭାଗକୁ ଗ୍ରାମ ଲୋକେ ଖବର ଦେବା ପରେ ଘଟଣାସ୍ଥଳକୁ ବିଭାଗୀୟ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମେସିନ ଓ ଟ୍ରାକ୍ଟରରେ ଲାଗିଥିବା ନିଆଁକୁ ଲିଭାଇଥିଲେ । ମାତ୍ର ସେ ପର୍ଯ୍ୟନ୍ତ ଅମଳ ଧାନ ସବୁ ନିଆଁରେ ପାଉଁଶ ହୋଇସାରିଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

SLUG : KINNER

FORMAT : AVO

REPORT : DEBASIS MOHAPATRA / BHADRAK

DATE : 30.05.2019

ANCHOR : ଭଣ୍ଡାରିପୋଖରୀ ବ୍ଲକ ସାନବନସ୍ତା ଗ୍ରାମରେ ଗତ ଏପ୍ରିଲ 29 ତାରିଖ ନିର୍ବାଚନୀ ହିଂସା ଦେଖା ଦେଇଥିଲା ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟଂ ଚାଲୁଥିବା ବେଳେ  କିଛି ଖଳ ପ୍ରକୃତି ଲୋକେ ଦଳିତ ଲୋକଙ୍କୁ ସେହି ସ୍ଥାନରେ ମାଡ ମାରିଥିଲେ ପରେ ମଧ୍ୟ ଗାଁରେ ପଶି ସେହି ଲୋକମାନଙ୍କୁ ଆକ୍ରମଣ କରିଥିଲେ ଏନେଇ ଗ୍ରାମବାସୀ ମାନେ ଭଣ୍ଡାରିପୋଖରୀ ଥାନାରେ ଏତାଲା ଦେଇଥିଲେ  ହେଲେ ଏନେଇ ଦୀର୍ଘ 1ମାସ ବିତିଯାଇଥିଲେ ମଧ୍ୟ ଭଣ୍ଡାରିପୋଖରୀ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ  ଏହାର ପ୍ରତିବାଦରେ କିନ୍ନର ସଂଘ ଓଡିଶା ମାନବାଧିକାର ମଞ୍ଚର 7ଜଣଆ ଦଳ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଯାଇ ଭେଟିଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଥିଲେ ତେବେ ଆରକ୍ଷୀ ଅଧିକ୍ଷକ ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। 

ftp ରେ ଭିଜୁଆଲ ଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.