ବରଗଡ: ଅଦିନିଆ ବର୍ଷାରେ ବେହାଲ ବରଗଡ । ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷା ବରଗଡ ଜିଲ୍ଲାର ଚାଷୀ ମାନଙ୍କ ପାଇଁ କାଳ ସାଜିଛି । ରବି ଫସଲ ପାଇଁ ସୁହାଇଲା ଭଳି ବର୍ଷା ହୋଇଥିବା ବେଳେ ପ୍ରବଳ କାକରପାତ ଯୋଗୁଁ ପନିପରିବା ସହିତ ଧାନ ଫସଲ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି ।
ବୁଧବାର ରାତିରୁ ବରଗଡରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଅସମୟରେ ବର୍ଷାକୁ ନେଇ ବରଗଡରେ ପନିପରିବା ଚାଷୀ ବେହାଲ ହୋଇପଡିଛନ୍ତି । ସେହିଭଳି ବିଭିନ୍ନ ମଣ୍ଡିରେ ମାନଙ୍କରେ ଗତ ଖରିଫ ଋତୁର ପଡିଥିବା ଧାନ ବର୍ଷା ପାଣିରେ ନଷ୍ଟ ହୋଇଯାଇଛି । ଏହିଭଳି ଅବସ୍ଥାରେ ଚାଷୀ କଣ କରିବେ ଚିନ୍ତାରେ ଚାଷୀ ।
ଅନ୍ୟପଟେ ନୂତନ ଭାବେ ଆସିଥିବା ଆମ୍ବ ଗଛର ବଉଳ ଝଡି ନଷ୍ଟ ହୋଇଯାଇଛି । ଏପରି ପରିସ୍ଥିତିରେ ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନ ଶୀଘ୍ର ବିକ୍ରି କରାନଗଲେ ବହୁ ଚାଷୀ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ