ETV Bharat / state

ଫେରିଲା ବର୍ଷା, ଫେରିଲା ଖୁସି - ମୌସୁମୀ

ପୁଣି ମୌସୁମୀ ଫେରିବା ନେଇ ଖୁସି ବରଗଡ ଚାଷୀ । ବର୍ଷା ନହେବା କାରଣରୁ ମରିଯାଉଥିବା ତଳି ଏବେ ପୁଣି ଅସରାଏ ପାଣି ପାଇ ଜୀବନ୍ତ ହୋଇଉଠିଛନ୍ତି । ଲଘୁଚାପ ବର୍ଷାରେ ଖୁସି ମନାଉଛନ୍ତି ଚାଷୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Aug 8, 2019, 11:56 PM IST

ବରଗଡ: ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ମୁହଁରୁ ହଜିଯାଇଥିବା ହସ ପୁଣି ଫେରି ଆସିଛି । ମୌସୁମୀର ପ୍ରଥମ ବର୍ଷାରେ ଚାଷୀ ଚାଷକାର୍ଯ୍ୟ ଆରମ୍ଭ କରିଦେଇଥିବା ପରେ ମୌସୁମୀର ଦେଖାନଥିଲା । ମାତ୍ର ପୁଣି ମୌସୁମୀ ଫେରିଛି । କିଛି ଦିନ ହେବ ଲଗାଣ ବର୍ଷାରେ ପୁଣି ଚାଷକାମ ଆରମ୍ଭ କରିଛନ୍ତି ବରଗଡ ଚାଷୀ ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ମୌସୁମୀର ଏହି ଲୁଚକାଳି ଖେଳରେ ବରଗଡରେ ମରୁଡି ଭଳି ପରିସ୍ଥିତି ଦେଖାଦେଇଥିଲା । ଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ବରଗଡରେ ଅଧିକ ବୃଷ୍ଟିପାତ ହୋଇଛି । ଜିଲ୍ଲାରେ ଚଳିତ ମାସ ସାଧାରଣତଃ 412 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାର ପଦ୍ମପୁର, ପାଇକମାଳ, ଗାଇସିଲେଟ, ଝାରବନ୍ଦ, ସୋହେଲା ଓ ଭଟଲି ବ୍ଲକର ବହୁ ଅଞ୍ଚଳର ଜମିରେ ତଳି ବର୍ଷା ଅଭାବରୁ ମରିବାକୁ ଆରମ୍ଭ ହୋଇସାରିଥିଲା କିନ୍ତୁ ଠିକ୍ ସମୟରେ ଲଘୁଚାପର ଆସିବା ଚାଷୀଙ୍କ ମନରେ ଉତ୍ସାହ ଭରିଦେଇଛି । ସେମାନେ ହଳଲଙ୍ଗଳ ଧରି ଚାଷ କରୁଥିବାର ନଜର ଆସିଛନ୍ତି ।

ବରଗଡ ଜିଲ୍ଲାରେ ପ୍ରାୟ ୬୦% ଭାଗ ଚାଷ ଜମି ରହିଥିବା ବେଳେ ଏଠାକାର ପ୍ରାୟ ୭୫% ପରିବାର ଚାଷ ଉପରେ ନିର୍ଭର କରନ୍ତି । ସେ ଧନୀ ହେଉ ବା ଗରିବ ହେଉ ସବୁ ବର୍ଗର ଲୋକଙ୍କ ପାଇଁ ଚାଷ ହେଉଛି ଏଠାକାର ପ୍ରଧାନ ଜୀବିକା ତେଣୁ ବରଗଡ ଜିଲ୍ଲାର ୩ ଲକ୍ଷରୁ ଅଧିକ ପରିବାର ଚାଷ ଉପରେ ନିର୍ଭରଶୀଳ ଥିବାବେଳେ ପ୍ରାୟ ୨ଲକ୍ଷ ୪୭ ହଜାର ୨୨ ଜଣ ଶ୍ରମିକ ଚାଷ କାମ କରି ପରିବାର ପୋଷଣ କରିଥାନ୍ତି । ଜିଲ୍ଲାର ସମୁଦାୟ 3 ଲକ୍ଷ ୪୮ ହଜାର ୭୪୭ ହେକ୍ଟର ଚାଷ ଜମି ମଧ୍ୟରୁ ୨ ଲକ୍ଷ ୪ ହଜାର ୨୪୭ ହେକ୍ଟର ଜମିରେ କେବଳ ଧାନ ଚାଷ କରାଯାଉଥିବା ବେଳେ ୧ ଲକ୍ଷ ୪୪ ହଜାର ୫ ଶହ ହେକ୍ଟର ଜମିରେ ପନିପରିବା ତଥା ଅନ୍ୟାନ୍ୟ ଚାଷ କରାଯାଇଥାଏ । ତେବେ ଚଳିତ ଖରିବ୍ ଋତୁର ଫସଲ ଅମଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ପ୍ରକ୍ରିୟାରେ ଧାନ ସଂଗ୍ରହ କରାଯିବ ଯାହାକି ଚାଷୀ ମାନଙ୍କ ପାଇଁ ସହଜ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ମୁହଁରୁ ହଜିଯାଇଥିବା ହସ ପୁଣି ଫେରି ଆସିଛି | ମୌସୁମୀ ବାୟୁ ଆସି ଅସରାଏ ବର୍ଷିଦେଇ ଚାଲିଯାଇଥିଲା ଆଉ ଦେଖା ଦେଇନଥିଲା | ମୌସୁମୀର ପ୍ରଥମ ବର୍ଷାରେ ଚାଷୀ ତା ବିଲରେ ଚାଷକାମ ଆରମ୍ଭ କରିଦେଇଥିଲା କିନ୍ତୁ ହଜିଯାଇଥିବା ମୌସୁମୀ କୁ ନେଇଚିନ୍ତାରେ ଚାଷୀ ମୁହରୁ ମଧ୍ୟ ହଜିଯାଇଥିଲା ହସ | ହେଲେ କିଛି ଦିନ ହେଲା ପୁଣି ଲଗାତାର ବର୍ଷା ଚାଷୀର ମଉଲି ଯାଇଥିବା ମନକୁ ପୁଣି ସତେଜ କରିଦେଇଛି ଏବଂ ଚାଷୀ ପୁଣି ହଲ ଲଙ୍ଗଳ ଧରି ଖୁଶିରେ ଆରମ୍ଭ କରିଦେଇଛି ତାର ଚାଷକାମ |
Body:ମୌସୁମୀ ର ଲୁଚକାଳି ଖେଳରେ ଓଡିଶାର ଭାତହାଣ୍ଡିରେ ମରୁଡି ଭଳି ପରିସ୍ଥିତି ଆରମ୍ଭ ହୋଇପଡିଥିବା ବେଳେ ଲଗାତାର ବର୍ଷା ଯୋଗୁଁ ଜୀବନ ଫେରି ପାଇଛି ଚାଷୀ | ଗତ ବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ବରଗଡରେ ଯେତେ ବର୍ଷା ହୋଇଥିଲା ଚଳିତ ବର୍ଷ ତା ଠାରୁ ଅଧିକ ବର୍ଷା ହୋଇସାରିଛି | ଚଳିତ ମାସରେ ସାଧାରଣତଃ ୩୯୭ ମିଲିମିଟର ବର୍ଷା ହୋଇଥାଏ ହେଲେ ଆଜି ପର୍ଯ୍ୟନ୍ତ ୪୧୨ ମିଲିମିଟର ବର୍ଷା ହୋଇସାରିଛି | ବରଗଡ ଜିଲ୍ଲାର ପଦ୍ମପୁର , ପାଇକମାଳ , ଗାଇସିଲେଟ , ଝାରବନ୍ଦ , ସୋହେଲା ଓ ଭଟଲି ବ୍ଲକର ବହୁ ଅଞ୍ଚଳରେ ଚାଷୀଙ୍କ ପଲହା ସବୁ ବର୍ଷା ଅଭାବରେ ମରିବସିଥିଲା ଏବଂ ଚାଷୀ ମୁଣ୍ଡରେ ଚଡକ ପଡିଯାଇଥିଲା ହେଲେ ଲଗାତାର ବର୍ଷା ଲାଗିରହିଥିବାରୁ ଚାଷୀଙ୍କ ମନରେ ପୁଣି ଚାଷକାମର ଉତ୍ସାହ ଭରିଉଠିଲା ଏବଂ ହଲ ଲଙ୍ଗଳ ଧରି ଏବେ କ୍ଷେତ ଭିତରେ ପୁଣି ମାତିପଡିଛି ଚାଷକାମରେ |
ବରଗଡ ଜିଲ୍ଲାରେ ପ୍ରାୟ ୬୦ % ଭାଗ ଚାଷ ଜମି ରହିଥିବା ବେଳେ ଏଠାକାର ପ୍ରାୟ ୭୫ % ପରିବାର ଚାଷ ଉପରେ ନିର୍ଭର କରି ପରିବାର ପୋଷଣ କରିଥାନ୍ତି | ସେ ଧନୀ ହେଉ ବା ଗରିବ ହେଉ ସବୁ ବର୍ଗର ଲୋକଙ୍କ ପାଇଁ ଚାଷ ହେଉଛି ଏଠାକାର ପ୍ରଧାନ ଜୀବିକା ତେଣୁ ବରଗଡ ଜିଲ୍ଲାର ୩ ଲକ୍ଷରୁ ଅଧିକ ପରିବାର ଚାଷ ଉପରେ ନିର୍ଭରଶୀଳ ଥିବାବେଳେ ପ୍ରାୟ ୨ଲକ୍ଷ ୪୭ ହଜାର ୨୨ ଜଣ ଶ୍ରମିକ ଚାଷ କାମ କରି ପରିବାର ପୋଷଣ କରିଥାନ୍ତି | ଜିଲ୍ଲାର ସମୁଦାୟ 3 ଲକ୍ଷ ୪୮ ହଜାର ୭୪୭ ହେକ୍ଟର ଚାଷ ଜମି ମଧ୍ୟରୁ ୨ ଲକ୍ଷ ୪ ହଜାର ୨୪୭ ହେକ୍ଟର ଜମିରେ କେବଳ ଧାନ ଚାଷ କରାଯାଉଥିବା ବେଳେ ୧ ଲକ୍ଷ ୪୪ ହଜାର ୫ ଶହ ହେକ୍ଟର ଜମିରେ ପନିପରିବା ତଥା ଅନ୍ୟାନ୍ୟ ଚାଷ କରାଯାଇ ବ୍ୟାପକ ଫସଲ ଅମଳ କରାଯାଇଥାଏ | ତେବେ ଚଳିତ ଖରିବ ରୂତୁରେ ବିଳମ୍ବରେ ବର୍ଷା ହେଲେ ମଧ୍ୟ ଗତ ବର୍ଷ ତୁଳନାରେ ଅଧିକ ମାତ୍ରାରେ ବର୍ଷା ହୋଇଥିବାରୁ ଭଲ ଫସଲ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି |
Conclusion:ତେବେ ଚଳିତ ଖରିବ ରୂତୁର ଫସଲ ଅମଳ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂତନ ପ୍ରକ୍ରିୟାରେ ଧାନ ସଂଗ୍ରହ କରାଯିବ ଯାହାକି ଚାଷୀ ମାନଙ୍କ ପାଇଁ ସହଜ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି |

ବାଇଟ 1- କରୁଣାକର ସାହୁ ( ଚାଷୀ )
ବାଇଟ 2- ଜତୀନ ବେହେରା ( ଚାଷୀ )
ବାଇଟ 3- ଅରୁଣ ପ୍ରଧାନ ( ଚାଷୀ )
ବାଇଟ 4- ଦୀନବନ୍ଧୁ ଗାନ୍ଧୀ ( ଜିଲ୍ଲା କୃଷି ଉପନିର୍ଦେଶକ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.