ETV Bharat / state

ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଉତ୍ୟକ୍ତ ଚାଷୀ - ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ ଉତ୍ୟକ୍ତ ଚାଷୀ

ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ତେନ୍ତୁଳିଟିକ୍ରାର ଅନେକ ଚାଷୀ । ଅଧିକ ପଢନ୍ତୁ

ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳ ଅଫିସ ଘେରିଲେ ଉତ୍ୟକ୍ତ ଚାଷୀ

author img

By

Published : May 27, 2022, 10:24 PM IST

ବରଗଡ଼: ଜିଲ୍ଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ ସପ୍ତାହ ବିତିଯାଇଛି । ହେଲେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗିରହିଛି । ଧାନ ମଣ୍ଡି ଗୁଡ଼ିକ ମିଲର୍ସଙ୍କ ମର୍ଜିରେ ଚାଲିଛି । କଟ୍‌ନିଛଟ୍‌ନି ନହେଲେ ଧାନ ଉଠାଇବାକୁ ସିଧାସଳଖ ମିଲର୍ସଙ୍କ ଏଜେଣ୍ଟ ମାନେ ମନା କରିଦେଉଥିବା ବେଳେ ଚାଷୀଙ୍କୁ ଧାନ ପରିବହନ ଏବଂ ଲୋଡିଂ, ଅନଲୋଡିଂ ଖର୍ଚ୍ଚ ସେମାନେ ଦାବି କରୁଥିବା ଅଭିଯୋଗ ହୋଇଛି । ଏପରିକି ପ୍ରତି ୧ କୁଇଣ୍ଟାଲରେ ୧ କେଜି ଧାନକୁ ବାଧ୍ୟତାମୂଳକ ଭାବେ କାଟି ଦିଆଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳ ଅଫିସ ଘେରିଲେ ଉତ୍ୟକ୍ତ ଚାଷୀ

ଏଭଳି ଅଭିଯୋଗ ନେଇ ଜିଲ୍ଲାର ଭେଡେନ ବ୍ଲକ ଅନ୍ତର୍ଗତ ତେନ୍ତୁଲିଟିକ୍ରା ମଣ୍ଡି ଉପରେ ନିର୍ଭର କରୁଥିବା ଚାଷୀମାନେ ଆଜି(ଶୁକ୍ରବାର) ସକାଳ ୮ ଟାରୁ ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ । ବିନା କଟ୍‌ନିଛଟ୍‌ନିରେ ଧାନ ଉଠାଣ, ମଣ୍ଡିକୁ ଆସୁଥିବା ଧାନକୁ ତତ୍କାଳ କିଣାଯିବା, ଲୋଡିଂ ଓ ଅନଲୋଡିଂ ଖର୍ଚ୍ଚ ଦାବି କରୁଥିବା ମିଲର୍ସ ଏଜେଣ୍ଟଙ୍କ ଲାଇସେନ୍ସ ରଦ୍ଦ ପାଇଁ ଚାଷୀମାନେ ଦାବି କରିଥିଲେ । ତେବେ ଯୋଗାଣ ଅଧିକାରୀ ମାନେ ଧାରଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ ଓ ଚାଷୀଙ୍କ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶୃତ ଦେବା ପରେ ଯାଇ ଚାଷୀ ମାନେ ଆନ୍ଦୋଳନରୁ ଓହରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.