ETV Bharat / state

ସାର ସମସ୍ୟାକୁ ନେଇ ତାତିଲେ ଚାଷୀ: ବରଗଡ଼-ବଲାଙ୍ଗୀର ରାସ୍ତା 5 ଘଣ୍ଟା ବନ୍ଦ

author img

By

Published : Feb 2, 2022, 10:21 PM IST

ସାର ସମସ୍ୟାକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ । ବରଗଡ଼ରୁ ବଲାଙ୍ଗୀର ରାସ୍ତାକୁ 5 ଘଣ୍ଟା ଜାମ କଲେ ଚାଷୀ । ଅଧିକ ପଢନ୍ତୁ

ସାର ସମସ୍ୟାକୁ ନେଇ ତାତିଲେ ଚାଷୀ: ବରଗଡ଼ ବଲାଙ୍ଗୀର ରାସ୍ତାକୁ 5 ଘଣ୍ଟା କଲେ ବନ୍ଦ

ବରଗଡ : ସାର କଳା ବଜାରୀ କରାଯାଉଥିବାବେଳେ ପ୍ରଶାସନ ପକ୍ଷରୁ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉନ ଥିବା ଅଭିଯୋଗ ହୋଇଛି । ଏନେଇ ଆଜି (ବୁଧବାର) ଚାଷୀଙ୍କ ତରଫରୁ ରାସ୍ତାରୋକ କରାଯାଇଛି । ସ୍ଥାନୀୟ ଅମ୍ବାପାଳି ଠାରେ ଶତାଧିକ ଚାଷୀ ବରଗଡ ବଲାଙ୍ଗୀର ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି ।

ଦୀର୍ଘ 5 ଘଣ୍ଟା ଧରି ଆନ୍ଦୋଳନ କରାଯିବା ପରେ ମଧ୍ୟ ଚାଷୀଙ୍କ ସମସ୍ଯାର ସମାଧାନ ନ ହେବାରୁ ରାତ୍ରି ପର୍ଯ୍ୟନ୍ତ ଚାଷୀ ମାନେ ରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ବରଗଡରେ ସରକାରୀ ଦାମରୁ 200 ଟଙ୍କାରୁ 500 ଟଙ୍କା ପର୍ଯ୍ୟନ୍ତ ଅଧିକ ଟଙ୍କାରେ ସାର ବିକ୍ରି କରାଯାଉଥିବା ବେଳେ ଖୁଣ୍ଟାପାଳି ଗ୍ରାମର ଚାଷୀ ଏହାର ବିରୋଧ କରିଥିଲେ । ମାତ୍ର ବାରମ୍ବାର କୃଷି ଅଧିକାରୀ ଏବଂ cso ଅଫିସରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା ।

ଏହାବି ପଢନ୍ତୁ : କ୍ଷେତରେ ଜରୁରୀ ଅବତରଣ କଲା ବାୟୁସେନା ହେଲିକପ୍ଟର

ହେଲେ ବୁଧବାର ଖୁଣ୍ଟାପାଳି ଅଞ୍ଚଳର ବହୁ ଚାଷୀ ଉତ୍ୟକ୍ତ ହୋଇ କୃଷି ଅଫିସକୁ ଘେରାଉ କରିଥିଲେ । ପରେ ଅମବାପାଳି ସ୍ଥିତ ସାର ଗୋଦାମ ସମ୍ମୁଖରେ ଆନ୍ଦୋଳନ କରି ରାସ୍ତା ଜାମ କରି ରଖିଛନ୍ତି । ଜିଲ୍ଲା ପ୍ରଶାସନ ସାର ପଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିବା କହୁଥିବା ବେଳେ କିନ୍ତୁ ଚାଷୀଙ୍କୁ ସାର ଯୋଗାଇବାରେ ଅସମର୍ଥ ହେଉଛି । ଫଳରେ ଚାଷୀମାନେ ଉତ୍ୟକ୍ତ ହୋଇ ଆଜି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.