ETV Bharat / state

ଟୋକନ ବ୍ୟବସ୍ଥା ବିରୋଧରେ ଦାନା ବାନ୍ଧୁଛି ଆନ୍ଦୋଳନ

author img

By

Published : Nov 28, 2019, 3:56 AM IST

ଧାନ ବିକ୍ରି ପ୍ରକ୍ରିୟାରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥା ଲାଗୁ କରିଥିବାବେଳେ ଚାଷୀ ଏହି ଟୋକନ ବ୍ୟବସ୍ଥାକୁ ପ୍ରବଳ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ହେଲେ ସରକାରଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ଥମିଥିଲା । କିନ୍ତୁ ଏବେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଚାଷୀ ଆନ୍ଦୋଳନ ।

PHOTO
ଦାନା ବାନ୍ଧୁଛି ଆନ୍ଦୋଳନ

ବରଗଡ: ଧାନ ବିକ୍ରିକୁ ନେଇ ପୁଣି ଦାନା ବାନ୍ଧୁଛି ପଶ୍ଚିମ ଓଡିଶାରେ ଆନ୍ଦୋଳନ । ଗତ କିଛିଦିନ ତଳେ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ହେଲେ ସରକାର ଯେଣେତେଣେ ଆନ୍ଦୋଳନକୁ ପ୍ରଶମିତ କରିବାରେ ସଫଳ ହୋଇଥିଲେ । ହେଲେ ଯେଉଁ ପ୍ରତିଶୃତି ଦେଇ ସରକାର ଆନ୍ଦୋଳନକୁ ପ୍ରଶମିତ କରିବାରେ ସଫଳ ହେଲେ ଏବେ ସେହି ପ୍ରତିଶୃତି ରଖିବାରେ ସରକାର ବିଫଳ ହୋଇଛନ୍ତି । ଫଳରେ ବରଗଡରେ କୁହୁଳୁଛି ଆନ୍ଦୋଳନ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ବରଗଡ

ଯାହାକୁ ନେଇ ଚାଷୀ ଏବେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଘଟଣା ଅନୁସାରେ ଧାନ ବିକ୍ରିରେ ଟୋକନ ବ୍ୟବସ୍ଥା ସରଳ କରିବା ସହ ଚାଷୀଙ୍କ କୌଣସି ସମସ୍ୟା ହେବ ନାହିଁ ବୋଲି ସରକାରଙ୍କ ପ୍ରତିନିଧି ଭାବେ ଚାଷୀଙ୍କ ସହ ଆଲୋଚନା କରିଥିବା ନେତା କହିଥିଲେ । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ ଚାଷୀ ମାନଙ୍କୁ ଟୋକନ ଲାଗୁକରାଯିବ ନାହିଁ ଏବଂ ମାର୍କେଟ ରେ ପଡିଥିବା ଧାନବସ୍ତା ସବୁ ଶୀଘ୍ର ଉଠାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ ମାତ୍ର ଗୋଟିଏ ଦିନ ପରେ ନେତା ଓ ମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତି ପଦାରେ ପଡିଥିଲା । ସମସ୍ତ ମଣ୍ଡିରେ ଟୋକନ ବ୍ୟବସ୍ଥା ଲାଗୁକରିବା ସହିତ ଚାଷୀଙ୍କ ଆଖିର ସ୍କାନ କରାଯାଉଛି ଯାହାକି ବାଧ୍ୟତାମୂଳକ । ଫଳରେ ବହୁ ମଣ୍ଡି ମାନଙ୍କରେ ଚାଷୀ ତାଲା ପକାଇ ଆନ୍ଦୋଳନ କରୁଥିବା ବେଳେ ମଣ୍ଡି ଚାରିଆଡେ ପଡିରହିଛି ଚାଷୀଙ୍କ ହଜାର ହଜାର ଧାନ ବସ୍ତା ।

ତେବେ ସରକାରଙ୍କ ଏପରି ଦୋମୁହାଁ ନୀତିକୁ ଚାଷୀ ନିନ୍ଦା କରିବା ସହିତ ପୁଣି ତୀବ୍ର ଆନ୍ଦୋଳନ ପାଇଁ ଜିଲ୍ଲାର ଚାଷୀ ପ୍ରସ୍ତୁତ ହେଉଥିବା ବେଳେ ଏଥର କିନ୍ତୁ ଜିଲ୍ଲା ପ୍ରଶାସନ କିମ୍ବା ନେତା ମନ୍ତ୍ରୀ ଆଉ ଭକୁଆ ବନାଇ ପାରିବେ ନାହିଁ ଏବଂ ଆନ୍ଦୋଳନ ଉଗ୍ରରୂପ ନେବ ବୋଲି କହିଛି କୃଷକ ସଙ୍ଗଠନ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:ଚାଷୀଙ୍କୁ ଠକିଦେଲେ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ , ମିଥ୍ୟା ପ୍ରତିଶୃତି ଦେଇ ଆନ୍ଦୋଳନକୁ ଭଣ୍ଡୁର କରିଦେଲେ ଏବଂ ତହିଁ ଆରଦିନ ଟୋକନ ବ୍ୟବସ୍ଥାକୁ ପୁଣି ଲାଗୁକରାଗଲା ସେଥିପାଇଁ ଚାଷୀ ଏକଜୁଟ ହୋଇ ପୁଣି ତୀବ୍ର ଆନ୍ଦୋଳନ ପାଇଁ ଚଳାଇଛି ପ୍ରସ୍ତୁତି ।

Body:ବରଗଡ଼ ଜିଲ୍ଲାରେ ଚଳିତ ଖରିବ ଫସଲ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟସରକାର ଟୋକନ ବ୍ୟବସ୍ଥା ଲାଗୁ କରିଥିବାବେଳେ ଜିଲ୍ଲାର ଚାଷୀ ଏହି ଟୋକନ ବ୍ୟବସ୍ଥାକୁ ପ୍ରବଳ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ । ଗୋଡଭାଗା ଠାରେ ହଜାର ହଜାର ବସ୍ତା ଧାନ ପକାଇ ଦୀର୍ଘ ୧୪ ଘଣ୍ଟା ଧରି ରାଜାରାସ୍ତାକୁ ଅବରୋଧ କରିଥିଲେ ଚାଷୀ । ଶେଷରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ମନ୍ତ୍ରୀ ସୁଶାନ୍ତ ସିଂ ଚାଷୀ ମାନଙ୍କୁ ଟୋକନ ଲାଗୁକରାଯିବ ନାହିଁ ଏବଂ ମାର୍କେଟ ରେ ପଡ଼ିଥିବା ଧାନବସ୍ତା ସବୁ ଶୀଘ୍ର ଉଠାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ ମାତ୍ର ଗୋଟିଏ ଦିନ ପରେ ନେତା ଓ ମନ୍ତ୍ରୀଙ୍କ ମିଥ୍ୟା ପ୍ରତିଶ୍ରୁତି ପଦାକୁ ପଡ଼ିଥିଲା । ସମସ୍ତ ମଣ୍ଡିରେ ଟୋକନ ବ୍ୟବସ୍ଥା ଲାଗୁକରିବା ସହିତ ଚାଷୀଙ୍କ ଆଖିର ସ୍କାନ କରାଯାଉଛି ଯାହାକି ବାଧ୍ୟତାମୂଳକ । ଫଳରେ ବହୁ ମଣ୍ଡି ମାନଙ୍କରେ ଚାଷୀ ତାଲା ପକାଇ ଆନ୍ଦୋଳନ କରୁଥିବା ବେଳେ ମଣ୍ଡି ଚାରିଆଡ଼େ ପଡ଼ିରହିଛି ଚାଷୀଙ୍କ ଲକ୍ଷଲକ୍ଷ ଧାନ ବସ୍ତା ।

ତେବେ ସରକାରଙ୍କ ଏପରି ଦୋମୁହାଁ ନୀତିକୁ ଚାଷୀ ନିନ୍ଦା କରିବା ସହିତ ପୁଣି ତୀବ୍ର ଆନ୍ଦୋଳନ ପାଇଁ ଜିଲାର ଚାଷୀ ପ୍ରସ୍ତୁତ ହେଉଥିବା ବେଳେ ଏଥର କିନ୍ତୁ ଜିଲ୍ଲା ପ୍ରଶାସନ କିମ୍ବା ନେତା ମନ୍ତ୍ରୀ ଆଉ ଭକୁଆ ବନାଇ ପାରିବେ ନାହିଁ ଏବଂ ଆନ୍ଦୋଳନ ଉଗ୍ରରୂପ ନେବା ବୋଲି କହିଛି କୃଷକ ସଙ୍ଗଠନ ।

ବାଇଟ ୧ - ସନାତନ ପ୍ରଧାନ ( ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ସଭ୍ୟ )
ବାଇଟ ୨- ହେମନ୍ତ ବାରିକ ( ଚାଷୀ ଅତାବିରା )
ବାଇଟ୩- ସୁଧୀର ରଞ୍ଜନ ପ୍ରଧାନ ( ଚାଷୀ , ବାନ୍ଧେନ ଟିକ୍ରା )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.