ETV Bharat / state

ଅନ୍ଧବିଶ୍ବାସରେ ଅନ୍ଧ ପରିବାର, ଜୀବନ ଦେବ କହି ଗୁଣିଆ ଫେରାର

ବରଗଡ ଗାଇସିଲେଟ ବ୍ଲକ ଚଙ୍ଗାରିଆ ଗ୍ରାମର ସପ୍ତଶିଳା ଭୋଇ ନାମକ ଜଣେ ମହିଳାଙ୍କୁ ସାପ କାମୁଡାରେ ମୃତ୍ୟୁ ହୋଇଥିବା ବେଳେ ତିନିଦିନ ମଧ୍ୟରେ ମହିଳାଙ୍କ ଜୀବନ ଫେରିଆସିବ କହି ଗୁଣିଆ ଫେରାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jun 23, 2019, 10:19 PM IST

ବରଗଡ: ବିଜ୍ଞାନ ଓ ଅନ୍ଧବିଶ୍ଵାଶ ମଧ୍ୟରେ ଯୁଦ୍ଧ ଚାଲି ଆସିଥିଲେ ମଧ୍ୟ ଆଜିର ଆଧୁନିକ ଯୁଗରେ ଅନ୍ଧବିଶ୍ଵାସ କିଛି ଲୋକଙ୍କ ମନରେ ବାନ୍ଧି ହୋଇରହିଛି । ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିବା ବେଳେ ତିନି ଦିନ ଭିତରେ ଜୀବନ ଫେରିଆସିବ କହି ମୃତ ମହିଳାଙ୍କ ମୃତଦେହକୁ ଝଡାଫୁଙ୍କା କରିବା ଘଟଣା ବରଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ
ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଳି ପଞ୍ଚାୟତର ଚଙ୍ଗାରିଆ ଗ୍ରାମର ସପ୍ତଶିଳା ଭୋଇ ନାମକ ଜଣେ ମହିଳା ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ପରିବାର ଲୋକେ ମହିଳାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ପୋଲିସକୁ ଖବର ଦିଆଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ ।

ପରିବାର ଲୋକେ ଅନ୍ଧବିଶ୍ବାସର ଜାଲରେ ପଡି ଜଣେ ଗୁଣିଆଙ୍କୁ ଡାକିଆଣି ମୃତ ମହିଳା ଜଣଙ୍କୁ ବଞ୍ଚାଇବା ପାଇଁ ନାନା ପ୍ରୟାସ କରିଥିଲେ । ମନ୍ତ୍ର ଉଚ୍ଚାରଣ କରି ଝଡାଫୁଙ୍କା ଆରମ୍ଭ କରିଦେଇଥିଲେ । ଏପରି ବହୁ ସମୟ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗୁଣିଆ ଜଣକ ତିନିଦିନ ମଧ୍ୟରେ ମହିଳାଙ୍କ ଜୀବନ ଫେରିଆସିବ କହି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଚାଲିଯାଇଛି ।

ଆଜିର ଆଧୁନିକ ଯୁଗରେ ବିଜ୍ଞାନ ଏତେ ଅଗ୍ରଗତି କରିସାରିଥିଲେ ମଧ୍ୟ ଲୋକେ ଅନ୍ଧବିଶ୍ଵାସକୁ ନିଜ ମାନସିକତାରୁ ଦୂରେଇ ରଖିପାରୁନଥିବା ଚିନ୍ତାର ବିଷୟ ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.