ETV Bharat / state

ବରଗଡରେ ନକଲି ସାର କାରଖାନା ଠାବ, 9 ଗିରଫ - ବରଗଡରେ ନକଲି ସାର କାରଖାନା

ବରଗଡ ଜିଲ୍ଲା ଚାଷୀ ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ବ୍ୟାପକ ମାତ୍ରାରେ ସାର ବ୍ୟବସାୟ ହୋଇଥାଏ । ଏହାର ଫାଇଦା ଉଠାଇ କିଛି ଦୁର୍ବୁତ୍ତ ବେଆଇନ ସାର କାରଖାନା ନିର୍ମାଣ କରିଥିଲେ । ନକଲି ସାରା ପ୍ରସ୍ତୁତ କରି ବଜାରକୁ ଯୋଗାଣ କରୁଥିଲେ । ନକଲି ସାରା କାରଖାନାକୁ ଠାବ କରି ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ବରଗଡରେ  ନକଲି ସାର କାରଖାନା ଠାବ, 9 ଗିରଫ
ବରଗଡରେ ନକଲି ସାର କାରଖାନା ଠାବ, 9 ଗିରଫ
author img

By

Published : Apr 1, 2023, 8:23 PM IST

ବରଗଡରେ ନକଲି ସାର କାରଖାନା ଠାବ, 9 ଗିରଫ

ବରଗଡ: କୃଷି ପ୍ରଧାନ ବରଗଡ ଜିଲ୍ଲାରେ ନକଲୀ ସାର କାରଖାନା। ବେଆଇନ ନକଲି ସାର କାରଖାନା ଉପରେ ଚଢାଉ କରି ପୋଲିସ 9 ଜଣଙ୍କୁ ଗିରଫ କରିବା ସହିତ ବହୁ ମାତ୍ରାରେ ଗଚ୍ଛିତ ଥିବା ନକଲି ସାର ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି । ବରଗଡ ଜିଲ୍ଲା ଚାଷୀ ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ବ୍ୟାପକ ମାତ୍ରାରେ ସାର ବ୍ୟବସାୟ ହୋଇଥାଏ । ଏହାର ଫାଇଦା ଉଠାଇ କିଛି ଦୁର୍ବୃତ୍ତ ବେଆଇନ ସାର କାରଖାନା ନିର୍ମାଣ କରିଥିଲେ । ନକଲି ସାରା ପ୍ରସ୍ତୁତ କରି ବଜାରକୁ ଯୋଗାଣ କରୁଥିଲେ । ବଜାରରେ ନକଲି ସାର ମିଳୁଥିବା ଅଭିଯୋଗ ହେବାପରେ ପୋଲିସ ଏହାର ତଦନ୍ତ କରିଥିଲା । ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଥିବା ଗାଇସିଲେଟ ବ୍ଲକର ଯାମମାଳ ଗ୍ରାମରେ ଏହି ନକଲି ସାରା କାରଖାନାକୁ ଠାବ କରି ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ପୋଲିସ ।

ପ୍ରଥମେ ଏହି ନକଲି ସାର କାରଖାନା ସମ୍ପର୍କରେ ପୋଲିସ ସୂଚନା ପାଇ ବରଗଡ ଏସପି ପ୍ରହଲ୍ଲାଦ ମୀନାଙ୍କ ନିର୍ଦ୍ଦେଶ କ୍ରମେ କାରଖାନା ଉପରେ ଚଢ଼ାଉ କରିଥିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ହୃଷିକେଶ ସାହୁର ତତ୍ବାବଧାନରେ ନକଳି ସାର ପ୍ରତି ପ୍ୟାକେଟକୁ 1200 ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ ଘେସଁ ସ୍ଥିତ ଶଙ୍କର ଟ୍ରେଡ଼ର୍ସ ସାର ଦୋକାନକୁ 140 ପ୍ୟାକେଟ ନକଲି ସାର ଯାଇଥିବା ତଦନ୍ତରେ ଜଣା ପଡ଼ିବା ପରେ ଉକ୍ତ ଦୋକାନକୁ ସିଲ୍‌ କରାଯାଇଥିବା ପଦ୍ମପୁର ଏସଡିପିଓ ବିଭୁତି ଭୂଷଣ ଭୋଇ ସୂଚନା ଦେଇଛନ୍ତି ।

ଏହି ଘଟଣାରେ ପୋଲିସ 9 ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗାଇସିଲଟେ ଜାମମାଲ ଗାଁର 30ବର୍ଷୀୟ ହୃଷିକେଶ ସାହୁ ଓ ବଡସାହାଜବାହାଲ ଗାଁର 27 ବର୍ଷୀୟ ଆକାଶ ସାହୁ, ସୋନପୁର ଜିଲ୍ଲାର ଡୁମେରପାଳି ଗାଁର 24 ବର୍ଷୀୟ ବିଶ୍ଵାମିତ୍ର ସାହୁ ଓ 24ବର୍ଷୀୟ ବାବୁଲୁ ତରିଆ, ଡୁଙ୍ଗୁରିପାଲି ଥାନା କରଲାଜୁରୀ ଗାଁର 24 ବର୍ଷୀୟ ଭରତ ସାହୁ , 37 ବର୍ଷୀୟ କାର୍ତ୍ତିକ ସାହୁ ଓ 26 ବର୍ଷୀୟ ସୁନୀଲ ସାହୁ । ଏମାନଙ୍କ ସହିତ ବଲାଙ୍ଗୀର ଜିଲ୍ଲାର ଆଗଲପୁର ଥାନା ମହୁଲପାଲି ଗାଁର 24 ବର୍ଷୀୟ ସତ୍ୟବାଦୀ ସାହୁ ଓ ଲୋଇସିଂହା ଥାନା ଗଣ୍ଡପାଲି ଗାଁର 30 ବର୍ଷୀୟ ଗୌରାଙ୍ଗ ସାହୁ ।

ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ଟାଟା ପିକଅପ ଗାଡି, 60 ଟି 25kg ବିଶିଷ୍ଟ ଲୁଣ ପ୍ୟାକେଟ, 34ଟି ନକଲି ପଟାସ ସାର, ଏମଓପି ଲେଖା 36ଟି ପ୍ଲାଷ୍ଟିକ ବସ୍ତା, 1KG ଓଜନର ଏକ କଲର ପ୍ୟାକେଟ, 2ଟି କଲର ପ୍ୟାକେଟ, 40ଟି ଖାଲି ଲୁଣ ପ୍ୟାକେଟ, ଓଜନ ମାପକ ଯନ୍ତ୍ର ସାଙ୍ଗକୁ 7 ଗୋଟି ମୋବାଇଲ ଫୋନ ଆଦି ଜବତ କରାଯାଇଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.