ବରଗଡ: ଥମୁନି ଗଜରାଜଙ୍କ ଉତ୍ପାତ। ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହୋଇଛନ୍ତି ହାତୀପଲ। ବରଗଡ ଜିଲ୍ଲାରେ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ 4 ଜଣଙ୍କର ମୃତ୍ୟୁ ହୋଇଛି।
ମୃତକ ହେଲେ ପଦ୍ମପୁର ସହର ୧ ନମ୍ବର ୱାର୍ଡ ସ୍ବସ୍ତିକ ନଗରରେ ୧୦ ବର୍ଷର ଶିଶୁ ସମେତ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି। ରାତି ପ୍ରାୟ ୩ ଟାରେ ହାତୀ ମାନେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ରାତି ପ୍ରାୟ ୩ ଟାରେ ହାତୀ ମାନେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଗୋଟେ ଘରକୁ ହାତୀମାନେ ଭାଙ୍ଗି ନଷ୍ଟ କରିଦେଇଥିବା ବେଳେ ହାତୀ ଆକ୍ରମଣରେ ଘର ଭିତରେ ୭୫ ବର୍ଷିଆ ବୃଦ୍ଧଙ୍କର ମୃତଦେହ ମିଳିଛି। ଏହାସହ ଘର ବାହାରେ ବୃଦ୍ଧଙ୍କ ୧୦ ବର୍ଷର ନାତି ଓ ବୋହୂଙ୍କର ମୃତଦେହ ପଡ଼ିରହିଛି ।
ସେହିପରି ଏହି ହାତୀ ଦଳ ବୁଡେନ ଥାନା ଅନ୍ତର୍ଗତ ବୁଜେନମୁଣ୍ଡା ଗ୍ରାମର ୫୨ ବର୍ଷର ହେମସାଗର ସାହୁଙ୍କୁ ମଧ୍ୟ ଆକ୍ରମଣ କରିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହେମସାଗର ଭୋର ରୁ ମହୁଲ ସଂଗ୍ରହ କରିବାକୁ ଯାଇ ହାତୀ ଆକ୍ରମଣର ଶୀକାର ହୋଇଥିଲେ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ