ETV Bharat / state

ଚିନିକଳ କର୍ମଚାରୀଙ୍କ କଲୋନୀରେ ବିଦ୍ୟୁତ ସେବା ବନ୍ଦ, ଧାରଣାରେ ବସିଲେ କୋଲୋନୀବାସୀ - ବରଗଡ ଚିନିକଳ

ବରଗଡ ଚିନିକଳ କର୍ମଚାରୀଙ୍କ କଲୋନୀରେ ବିଦ୍ୟୁତ ଯୋଗାଣ ବନ୍ଦ । ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ କୋଲୋନୀବାସୀ । ଅଧିକ ପଢନ୍ତୁ...

ଚିନିକଳ କର୍ମଚାରୀଙ୍କ କଲୋନୀରେ ବିଦ୍ୟୁତ ସେବା ବନ୍ଦ, ଧାରଣାରେ ବସିଲେ କୋଲୋନୀବାସୀ

author img

By

Published : Nov 3, 2020, 4:01 AM IST

ବରଗଡ: ଚିନି କାରଖାନ କର୍ମଚାରୀଙ୍କ କଲୋନୀରେ ବିଦ୍ୟୁତ ଯୋଗାଣ ଠପ । ଶତାଧିକ ମହିଳା ଓ ପିଲାଛୁଆ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆସି ଧାରଣାରେ ବସିଲେ ।

ଚିନିକଳ କର୍ମଚାରୀଙ୍କ କଲୋନୀରେ ବିଦ୍ୟୁତ ସେବା ବନ୍ଦ, ଧାରଣାରେ ବସିଲେ କୋଲୋନୀବାସୀ

ବରଗଡ ଜିଲ୍ଲାର ତୋରା ଠାରେ ଥିବା ଚିନି କାରଖାନା ବନ୍ଦ ହୋଇପଡିଥିବା ବେଳେ କାରଖାନା କର୍ମଚାରୀଙ୍କ 36 ମାସର ଦରମା ସରକାର ଦେଇନାହାନ୍ତି । ଯାହାଫଳରେ ଅତି ଶୋଚନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି କର୍ମଚାରୀ । ବୋଝଉପରେ ନଳିତା ବିଡା ସଦୃଶ୍ୟ ଏବେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶତାଧିକ ପରିବାର | ଏହାକୁ ନେଇ ଚିନି କାରଖାନାର ଶତାଧିକ ମହିଳା ଓ ପିଲାଛୁଆ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆସି ଧାରଣାରେ ବସିଛନ୍ତି ।

ଗୋଟିଏ ପଟେ 36 ମାସର ଦରମା ମିଳିନଥିବା ବେଳେ , ନା ହାତରେ ପଇସା ଅଛି ନାଁ ପରିବାର ପୋଷଣ ପାଇଁ ରୋଜଗାର ଅଛି । ଏ ଭଳି ସ୍ଥିତିରେ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଟିଏ ଥିବା ବେଳେ ଚକ୍ରାନ୍ତ କରି ଘର ଖାଲି କରିବା ପାଇଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି । ତେବେ ଏପରି ପରିସ୍ଥିତିରେ କଣ କରିବେ ଚିନି କାରଖାନାର କର୍ମଚାରୀ ସେନେଇ ଚିନ୍ତାରେ ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.