ETV Bharat / state

NAC Elections: ଏପ୍ରିଲ 3 ରେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ - ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ

ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ଅନୁସାରେ, ବରଗଡ଼ର ଅତାବୀରା ଓ ଢେଙ୍କାନାଳର ହିନ୍ଦୋଳ ଏନଏସିର କାର୍ଯ୍ୟକାଳ ଏପ୍ରିଲ 12 ତାରିଖରେ ଶେଷ ହେବ । ଏହା ପୂର୍ବରୁ ଉଭୟ ଏନଏସିରେ ନିର୍ବାଚନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ୱାର୍ଡ ସୀମା ନିର୍ଦ୍ଧାରଣ ଓ କାଉନସିଲର ଏବଂ ଅଧ୍ୟକ୍ଷ ପଦବୀ ପାଇଁ ଆସନ ଆରକ୍ଷଣ ଚୂଡାନ୍ତ କରାଯାଇଛି । ଅଧିକ ପଢନ୍ତୁ

NAC Elections
NAC Elections
author img

By

Published : Feb 28, 2023, 6:36 PM IST

Updated : Feb 28, 2023, 8:23 PM IST

ଏପ୍ରିଲ 3 ରେ ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ

ଭୁବନେଶ୍ବର: ଘୋଷଣା ହୋଇଛି ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନ ତାରିଖ । ଏପ୍ରିଲ 3 ରେ ଭୋଟିଂ ଗ୍ରହଣ ହେବାକୁ ଥିବାବେଳେ 5 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଆଜିଠାରୁ ଏପ୍ରିଲ 5 ତାରିଖ ଯାଏଁ ଉଭୟ ଏନଏସିରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀ ।

ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ଅନୁସାରେ, ବରଗଡ଼ର ଅତାବୀରା ଓ ଢେଙ୍କାନାଳର ହିନ୍ଦୋଳ ଏନଏସିର କାର୍ଯ୍ୟକାଳ ଏପ୍ରିଲ 12 ତାରିଖରେ ଶେଷ ହେବ । ଏହା ପୂର୍ବରୁ ଉଭୟ ଏନଏସିରେ ନିର୍ବାଚନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ୱାର୍ଡ ସୀମା ନିର୍ଦ୍ଧାରଣ ଓ କାଉନସିଲର ଏବଂ ଅଧ୍ୟକ୍ଷ ପଦବୀ ପାଇଁ ଆସନ ଆରକ୍ଷଣ ଚୂଡାନ୍ତ କରାଯାଇଛି । ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ 3ରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବେ ।

ଏହାବି ପଢନ୍ତୁ- Delhi Liquor Scam: ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ

ସରକାରୀ ଛୁଟିଦିନ ସହିତ ମାର୍ଚ୍ଚ 9ରୁ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । 17 ମାର୍ଚ୍ଚରେ ନାମାଙ୍କନ ଯାଞ୍ଚ ହେବା ସହ ମାର୍ଚ୍ଚ 20 ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରିଖ ରହିଛି । ଏପ୍ରିଲ 3 ରେ ଭୋଟି ଗ୍ରହଣ ହୋଇ 5 ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ 19ରେ ଅନୁଷ୍ଠିତ ହେବ ।ଦୁଇ ଏନଏସିର କାଉନସିଲର ଏବଂ ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ସାଧାରଣ ନିର୍ବାଚନ ହେବ । ଦୁଇ ଏନଏସିରେ ମୋଟ 28 ଟି ୱାର୍ଡରେ 32ଟି ବୁଥ ରହିଛି । ମୋଟ ଭୋଟର ସଂଖ୍ୟା 23397 । ଅଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ବ୍ୟବହାର ହେବ । ଗୋଟିଏ କାଉନସିଲର ଓ ଅନ୍ୟଟି ଅଧ୍ୟକ୍ଷ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ରହିବ । କାଉନସିଲର ନିର୍ବାଚନ ପାଇଁ ଗୋଲାପି ଓ ଅଧ୍ୟକ୍ଷ ନିର୍ବାଚନ ପାଇଁ ହଳଦିଆ ରଙ୍ଗର କାଗଜ ବ୍ୟାଲଟ ପେପର ଇଭିଏମରେ ବ୍ୟବହାର ହେବ । ଇଭିଏମରେ ନୋଟା ଅପ୍ସନ ରହିବ । କାଉନସିଲର ପ୍ରାର୍ଥୀ 50 ହଜାର ଓ ଅଧ୍ୟକ୍ଷ ପ୍ରାର୍ଥୀ 2 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ।

ଏହାବି ପଢନ୍ତୁ- ଯାଜପୁରର ଚର୍ଚ୍ଚିତ ସନ୍ତୋଷୀ ମା'ଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ, ସାମିଲ ହେଲେ ଶହ ଶହ ମହିଳା

ସେହିପରି ପ୍ରଚାରରେ କାଉନସିଲର ପ୍ରାର୍ଥୀ 2ଟି, ଅଧ୍ୟକ୍ଷ ପ୍ରାର୍ଥୀ 4ଟି ଗାଡି ବ୍ୟବହାର କରିପାରିବେ । ପ୍ରାର୍ଥୀ ମାନଙ୍କ ପାଇଁ ନାମାଙ୍କନ ପତ୍ର ସହ ଦୁଇଟି ସତ୍ୟପାଠ ଦେବା ବାଧ୍ୟତାମୂଳକ । ପ୍ରଥମଟି ହେଉଛି ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା, ସମ୍ପତ୍ତି ତାଲିକା ଏବଂ ଗୋଟିଏ ଜୀବନ ସାଥୀ ଜୀବିତ ଏବଂ ଦୁଇରୁ ଅଧିକ ପିଲା ନଥିବା ସତ୍ୟପାଠ ଦେବାକୁ ପଡିବ । ଆଜିଠାରୁ ଏପ୍ରିଲ 5ତାରିଖ ଯାଏଁ ଉଭୟ ଏନଏସିରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିବ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ବିଜୟ କୁମାର ଦାଶ, ଆୟୋଗର ଯୁଗ୍ମ ସଚିବ ଆଜାଦ ହିନ୍ଦ ପାଣିଗ୍ରାହୀ, ଅଇନ ଅଧିକାରୀ ମାଧୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 28, 2023, 8:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.