ETV Bharat / state

ପଦ୍ମଶ୍ରୀ ହଳଧର ନାଗଙ୍କ ପାଇଁ କୁଟୀର ନିର୍ମାଣ କରି ଚର୍ଚ୍ଚାରେ ଡାକ୍ତର ଦମ୍ପତି

author img

By

Published : Sep 25, 2020, 9:17 PM IST

ବରଗଡ ସାଇକୃପା ନର୍ସିଙ୍ଗହୋମର ଅଧିକାରୀ ଡ଼ା ରାଜେଶ ତ୍ରିପାଠୀ ଏବଂ ତାଙ୍କ ସ୍ତ୍ରୀ ଡ଼ା ସସ୍ମିତା ତ୍ରିପାଠୀ ଏବେ ଚର୍ଚ୍ଚାରେ । ପତିପତ୍ନୀଙ୍କ ମହତ୍ବ ଉଦ୍ୟମ ପାଇଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଘେଂସ ସ୍ଥିତ ହଲଧର ନାଗଙ୍କର ସାଧନା କୁଟୀର ଓ ସଂଗ୍ରହାଳୟର ପୁନରୁଦ୍ଧାର ହୋଇପାରିଛି ।

Docter couple built house for Padma Shri Haldhar Nag
ପଦ୍ମଶ୍ରୀ ହଳଧର ନାଗଙ୍କ ପାଇଁ କୁଟୀର ନିର୍ମାଣ କରି ଚର୍ଚ୍ଚାରେ ଡାକ୍ତର ଦମ୍ପତ୍ତି

ବରଗଡ: କେବଳ ପଦ୍ମଶ୍ରୀ ଉପାଧି ଦେଇ ଭୁଲିଗଲେ ସରକାର । ଯାହା ସରକାର କରିପାରିଲେ ନାହିଁ ଦୁଇ ଡାକ୍ତର ଦମ୍ପତି ତାହା କରିଦେଖାଇଛନ୍ତି । ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କୁ ପ୍ରକୃତ ସମ୍ମାନ ଦେଇପାରିଛନ୍ତି ।

ଦୁଇ ଡାକ୍ତର ଦମ୍ପତି ନିଜସ୍ଵ ଖର୍ଚ୍ଚରେ ପଦ୍ମଶ୍ରୀ ହଳଧର ନାଗଙ୍କ ପାଇଁ ନିର୍ମାଣ କରିଥିବା ଏକ ସାଧନା କୁଟୀରର ଶୁକ୍ରବାର ଶୁଭ ଉଦ୍ଘାଟନ କରାଯାଇଛି । ଏହି କୁଟୀର ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେଂସ ଗ୍ରାମରେ ରହିଛି ।

ପଦ୍ମଶ୍ରୀ ହଳଧର ନାଗଙ୍କ ପାଇଁ କୁଟୀର ନିର୍ମାଣ କରି ଚର୍ଚ୍ଚାରେ ଡାକ୍ତର ଦମ୍ପତ୍ତି

ବରଗଡ ସାଇକୃପା ନର୍ସିଙ୍ଗହୋମର ଅଧିକାରୀ ଡ଼ା ରାଜେଶ ତ୍ରିପାଠୀ ଏବଂ ତାଙ୍କ ସ୍ତ୍ରୀ ଡ଼ା ସସ୍ମିତା ତ୍ରିପାଠୀ ଏବେ ଚର୍ଚ୍ଚାରେ । ପତିପତ୍ନୀଙ୍କ ମହତ୍ବ ଉଦ୍ୟମ ପାଇଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଘେଂସ ସ୍ଥିତ ହଲଧର ନାଗଙ୍କର ସାଧନା କୁଟୀର ଓ ସଂଗ୍ରହାଳୟର ପୁନରୁଦ୍ଧାର ହୋଇପାରିଛି ।

ଏନେଇ ପଦ୍ମଶ୍ରୀ ହଳଧର ନାଗ ଡାକ୍ତର ଦମ୍ପତିଙ୍କୁ ଆନ୍ତରିକତା ସହିତ ଧନ୍ୟବାଦ ଜଣାଇଛନ୍ତି । ସରକାର ତାଙ୍କୁ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପଦପଦବୀରେ ସମ୍ମାନିତ କରିଥିଲେ ମଧ୍ୟ ସେହି ସମ୍ମାନଜନକ ମାନପତ୍ର ସବୁ ଅସମ୍ମାନିତ ଅବସ୍ଥାରେ ପଡିରହିଥିଲା । ମାତ୍ର ଡାକ୍ତର ଦମ୍ପତିଙ୍କ ଉଦ୍ୟମ କ୍ରମେ ଆଜି ତାହା ଉଚିତ ସ୍ଥାନ ପାଇପାରିଛି । ଯାହା ସରକାରଙ୍କ ଆଖିକୁ ଦେଖା ଗଲାନାହିଁ, ତାହା ବରଗଡର ସମାଜସେବୀ ଡାକ୍ତର ଦମ୍ପତ୍ତି ହୃଦୟଙ୍ଗମ କରି ପଦ୍ମଶ୍ରୀ ହଳଧର ନାଗଙ୍କୁ ପ୍ରକୃତ ସମ୍ମାନ ପ୍ରଦାନ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.