ETV Bharat / state

ପଦ୍ମପୁରରେ ପ୍ରଚାର ମଙ୍ଗ ଧରିବେ ଧର୍ମେନ୍ଦ୍ର ପ୍ରଧାନ, କରିବେ ମାରାଥାନ ପ୍ରଚାର

author img

By

Published : Nov 28, 2022, 5:49 PM IST

ଉପନିର୍ବାଚନ ପାଇଁ ପଦ୍ମପୁରରେ ଏବେ ହେବିୱେଟଙ୍କ ଭିଡ଼ ଲାଗିଛି । ଏହି କ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଙ୍ଗଳବାର ଏଠାରେ ପହଞ୍ଚିବେ । ଅଧିକ ପଢ଼ନ୍ତୁ

Dharmendra Pradhan set to campaign in Padmapur ahead of by Election
ପଦ୍ମପୁରରେ ପ୍ରଚାର ମଙ୍ଗ ଧରିବେ ଧର୍ମେନ୍ଦ୍ର ପ୍ରଧାନ, କରିବେ ମାରାଥାନ ପ୍ରଚାର

ବରଗଡ଼: ଉପନିର୍ବାଚନ ପାଇଁ ପଦ୍ମପୁରରେ ଏବେ ହେବିୱେଟଙ୍କ ଭିଡ଼ ଲାଗିଛି । କେନ୍ଦ୍ରମନ୍ତ୍ରୀ ପଦ୍ମପୁର ଗସ୍ତ କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍‌ ମାଗୁଛନ୍ତି । ଏହି କ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଙ୍ଗଳବାର ଏଠାରେ ପହଞ୍ଚିବେ । ୪ ଦିନ ଧରି କେନ୍ଦ୍ର ଶିକ୍ଷମନ୍ତ୍ରୀ ବିଭିନ୍ନ ସ୍ଥାନରେ ରୋଡ୍‌ ସୋ କରିବା ସହ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ୍‌ ମାଗିବେ ।

ଏହାପୂର୍ବରୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପଦ୍ମପୁର ପ୍ରଚାର କରି ରାଜ୍ୟ ସରକାରଙ୍କୁ ଚାଷୀ ପ୍ରସଙ୍ଗରେ ଟାର୍ଗେଟ୍‌ କରିଛନ୍ତି । ଲଗାତାର ୪ ଦିନ ଧରି ଜନସାଧାରଣଙ୍କ ସହ ମିଶିବେ । ପ୍ରଥମ ଦିନ ପାଇକମାଳ ବ୍ଲକ୍‌ର ମାଣ୍ଡୋସିଲଠାରୁ ପ୍ରଚାର ଆରମ୍ଭ କରିବେ । ଦୁଇ ଦିନ ମଧ୍ୟରେ ପାଇକମାଳ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ରୋଡ ସୋ କରିବେ । ଏହାପରେ ସାଧାରଣ ସଭାରେ ସାମିଲ ହେବେ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ପଦ୍ମପୁର ବ୍ଲକରେ ରୋଡ ସୋ ଏବଂ ସାଧାରଣ ସଭାରେ ଯୋଗଦେବେ । ଏହାପରେ ତୃତୀୟ ଦିନ ଝରବନ୍ଦରେ ସାଧାରଣ ସଭାରେ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜନତାଙ୍କୁ ସମ୍ବୋଧନ କରିବେ ।

ମୋଟ ଦୁଇଟି ପର୍ଯ୍ୟାୟରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ ପ୍ରଥମ ପର୍ଯ୍ୟାୟ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଡିସେମ୍ବର ୩ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର କରିବେ । ୪ ଦିନ ମଧ୍ୟରେ ୩୦ ପଞ୍ଚାୟତ ବୁଲିବେ କେନ୍ଦ୍ରମନ୍ତ୍ରୀ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.