ETV Bharat / state

Padmapur Result: ବିଜୟୀ ହେଲେ ବର୍ଷା, ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର - ବର୍ଷା ସିଂ ବରିହା

ପଦ୍ମପୁର ଉପନିର୍ବାଚନରେ ବିଜୟିନୀ ହୋଇଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ବର୍ଷାଙ୍କ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷାଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

Padmapur Result: ବିଜୟୀ ହେଲେ ବର୍ଷା, ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

author img

By

Published : Dec 8, 2022, 7:08 PM IST

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur ByPoll)ରେ ଏକ ବୃହତ ଭୋଟ ବ୍ୟବଧାନରେ ବିଜୟିନୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା (BJD Candidate Barsha Singh Bariha) । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ସେ ପ୍ରାୟ ୪୯ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ବିରୋଧୀ ଦଳ ବିଜେଡିର ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଉପନିର୍ବାଚନର ଫଳାଫଳକୁ ସ୍ବୀକାର କରିବା ସହିତ ବିଜେପି ପାଇଁ ଭୋଟ ଦେଇଥିବା ପ୍ରତ୍ୟେକ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି (Union Minister Dharmendra Pradhan)।

  • ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ୱୀକାର କରୁଛୁ । ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ । ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ।

    — Dharmendra Pradhan (@dpradhanbjp) December 8, 2022 " class="align-text-top noRightClick twitterSection" data=" ">

ଫଳାଫଳ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ବିଟ କରି କହିଛନ୍ତି, "ପଦ୍ମପୁର ଉପନିର୍ବାଚନର ଫଳାଫଳକୁ ସ୍ବୀକାର କରୁଛୁ । ଆମ ଦଳକୁ ଭୋଟ୍ ଦେଇଥିବା ପ୍ରତ୍ୟେକ ମତଦାତାଙ୍କୁ ଆନ୍ତରିକ ଧନ୍ୟବାଦ। ଗଣତନ୍ତ୍ରରେ ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ସହ ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟମରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ । ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ।"

ଏହା ବି ପଢନ୍ତୁ- Padmapur Bypoll Result: ବାଜି ମାରିଲେ ବିଜୟଙ୍କ ଝିଅ ବର୍ଷା, BJD ବିଜୟର 5 କାରଣ

ଧାମନଗର ପରେ ପଦ୍ମପୁର ଉପନିର୍ବାଚନରେ ବିଜୟ ହେବା ଲାଗି ବିଜେପି ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଥିଲା । ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ ଘନ ଘନ ଜନସଭା ଓ ରୋଡ ଶୋ' ମଧ୍ୟ କରିଥିଲେ । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ପଦ୍ମପୁରକୁ ଗସ୍ତ କରି ଭୋଟ ଭିକ୍ଷା କରିଥିଲେ । ପଦ୍ମପୁରରେ ଚାଷୀ ଫସଲ ବୀମା ଅର୍ଥକୁ ନେଇ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ ଏହି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ଗସ୍ତ କରି ରାଜ୍ୟ ସରକାରଙ୍କୁ ଏଥିଲାଗି ଦୋଷାରୋପ କରିଥିଲେ । ଫସଲ ବୀମା ଅର୍ଥ କେବେଠୁ କେନ୍ଦ୍ର ରିଲିଜ କରିଥିବା ବେଳେ ରାଜ୍ୟ ସରକାର ଏହାକୁ ବଣ୍ଟନ କରିନଥିବା ସେ ଅଭିଯୋଗ ଆଣିଥିଲେ ।

ପଦ୍ମପୁର ଉପନିର୍ବାଚନ ଲାଗି ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏକାଧିକ ଜନସଭାରେ ରାଜ୍ୟ ସରକାରଙ୍କୁ ଦୋଷ ଦୁର୍ବଳତାକୁ ବଖାଣିଥିଲେ । ମାତ୍ର ଏହା ସେତେଟା ପ୍ରଭାବ ପକାଇନଥିବା ଜନାଦେଶରୁ ସ୍ପଷ୍ଟ ହୋଇଛି । ପୁଣି ଉପନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି । ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ସିଂ ବରିହାଙ୍କ ଝିଅ ବର୍ଷାଙ୍କ ଉପରେ ଆସ୍ଥା ପ୍ରକଟ କରି ପଦ୍ମପୁରବାସୀ ତାଙ୍କୁ ନିଜ ବିଧାୟକ ଭାବେ ବାଛିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.