ETV Bharat / state

ସାର ବଣ୍ଟନ ସମୟରେ ସମବାୟ ବିଭାଗର କୋଭିଡ ନିୟମ ଉଲ୍ଲଙ୍ଘନ

ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧା ସାଜିଛି ସାର ଅଭାବ । ବରଗଡ ଡଭା ସମବାୟ ସମିତିକୁ ଅଳ୍ପ ସାର ଆସିଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲେ । ଏହି ସମୟରେ ସାଧାରଣ ଚାଷୀଙ୍କ ଠାରୁ ସମବାୟ ଅଧିକାରୀ ସମସ୍ତେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ସାର ବଣ୍ଟନ ସମୟରେ କୋଭିଡ ନିୟମକୁ ଅବମାନନା କଲେ ସମବାୟ ବିଭାଗ

author img

By

Published : Sep 1, 2020, 7:45 AM IST

Updated : Sep 1, 2020, 12:54 PM IST

ବରଗଡ: ୟୁରିଆ ସାର ଅଭାବ କାରଣରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋମବାର ବରଗଡ ଡଭା ସମବାୟ ସମିତିକୁ ଅଳ୍ପ ସାର ଆସି ପହଞ୍ଚିଥିବାରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଫଳରେ ଲୋକଙ୍କ ମଧ୍ୟରେ କୋଭିଡ ନିୟମ ଉଲ୍ଲଙ୍ଘନ ହୋଇଥିଲା ।

କାହାରି ମୁହଁରେ ମାସ୍କ ଥିଲା ନଥିବାବେଳେ ସାମାଜିକ ଦୂରତ୍ବ କେହି ରକ୍ଷା କରିଥିଲେ । ଏପରିକି ସାର ବଣ୍ଟନ କରୁଥିବା ଅଧିକାରୀ ମାନେ ମଧ୍ୟ କୋଭିଡ଼ ନିୟମକୁ ଖାତିର ନକରି ସାର ବଣ୍ଟନ ପ୍ରକ୍ରିୟା ଜାରି ରଖିଥିଲେ। ସରକାରୀ କଳ ଖୋଦ କୋଭିଡ଼ ନିୟମକୁ ଉଲ୍ଲଙ୍ଘନ କଲେ ଗ୍ରାମାଞ୍ଚଳ ମାନଙ୍କରେ ଏହି ନିୟମକୁ କିଏ ଖାତିର କରିବ ?

ସାର ବଣ୍ଟନ ସମୟରେ ସମବାୟ ବିଭାଗର କୋଭିଡ ନିୟମ ଉଲ୍ଲଙ୍ଘନ

ବିନା ସାମାଜିକ ଦୂରତ୍ଵ ଓ ମାସ୍କରେ ନିର୍ଭୟରେ ଶହ ଶହ ଚାଷୀ ସାର ନେବାକୁ ପହଞ୍ଚିଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାନଯିବା ଆଗାମୀ ଦିନରେ କୋରୋନା ସଂକ୍ରମଣ ବ୍ୟାପିବାର ଭୟକୁ ବଢାଇ ଦେଇଛି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Sep 1, 2020, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.