ETV Bharat / state

ଆସିଲା ରହିତାଦେଶ, ଅଟକିଲା ପ୍ରଶାସନର ଜବରଦଖଲ ଉଛେଦ ପ୍ରକ୍ରିୟା - ବରଗଡ଼ରେ ଟ୍ରାଫିକ ସମସ୍ୟା

ଲଗାତାର 2 ଦିନର ଉଚ୍ଛେଦ କାର୍ଯ୍ୟ ପରେ ବନ୍ଦ ହୋଇଯାଇଛି ଉଚ୍ଛେଦ ପ୍ରକ୍ରିୟା। ବରଗଡ଼ରେ ପ୍ରତିଦିନ ବ୍ୟାପକ ଟ୍ରାଫିକ ସମସ୍ୟା ଉପୁଜୁଥିବା ଅଭିଯୋଗ ପରେ ଉଚ୍ଛେଦ ହୋଇଥିଲା। ଅଧିକ ପଢନ୍ତୁ

ଅଟକିଲା ପ୍ରଶାସନର ଜବରଦଖଲ ଉଛେଦ ପ୍ରକ୍ରିୟା
ଅଟକିଲା ପ୍ରଶାସନର ଜବରଦଖଲ ଉଛେଦ ପ୍ରକ୍ରିୟା
author img

By

Published : Aug 4, 2023, 9:48 PM IST

ଅଟକିଲା ପ୍ରଶାସନର ଜବରଦଖଲ ଉଛେଦ ପ୍ରକ୍ରିୟା

ବରଗଡ଼: ଜିଲ୍ଲା ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ଭିନ୍ନ ମୋଡ ନେଇଛି । ଲଗାତାର 2 ଦିନର ଉଚ୍ଛେଦ କାର୍ଯ୍ୟ ପରେ ବନ୍ଦ ହୋଇଯାଇଛି ଉଚ୍ଛେଦ ପ୍ରକ୍ରିୟା । ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ନୂତନ ଜୀରା ବ୍ରିଜ ପର୍ଯ୍ୟନ୍ତ ଶତାଧିକ ଜବରଦଖଲକାରୀଙ୍କ ବିରାଟ କୋଠାଘର ଏବଂ ଦୋକାନ ଗୃହ ରହିଥିବା ବେଳେ ଜିଲ୍ଲା ପ୍ରଶାସନର ପ୍ରଥମ ଉଚ୍ଛେଦ ପ୍ରକ୍ରିୟାରେ 59ଟି ଘର ଓ ଦୋକାନ ଗୃହକୁ ଉଚ୍ଛେଦ କରିବାର ଯୋଜନା ରହିଥିଲା । ମାତ୍ର 41ଟି ଘର JCB ସାହାଯ୍ୟରେ ଭାଙ୍ଗିବା ପରେ ଅଟକିଯାଇଥିଲା ଉଚ୍ଛେଦ ପ୍ରକ୍ରିୟା । କାରଣ 18ଟି ଜବରଦଖଲକାରୀଙ୍କ ଘର ଭାଙ୍ଗିବା ପୂର୍ବରୁ ରହିତାଦେଶ ଆସିଥିଲା । ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ଆଗକୁ ହେବ ନାଁ ପୁଣି ପୂର୍ବ ପରି ବରଗଡ଼ବାସୀ ଟ୍ରାଫିକ ସମସ୍ୟାରେ ଛନ୍ଦି ହେବେ ସେନେଇ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ଦୀର୍ଘ 50 ବର୍ଷ ପୂର୍ବରୁ ବରଗଡ ସହର ଦେଇଯାଇଥିଲା 6 ନମ୍ବର ଜାତୀୟ ରାଜପଥ । ବରଗଡ ଜୀରା ବ୍ରିଜ ଉପରେ ଇଂରେଜ ଶାସନ ସମୟର ଏହି ଲୁହାର ବ୍ରିଜ୍ ଅତି ଦୁର୍ବଳ ହୋଇ ପଡ଼ିଥିବାରୁ ଏହି ରାସ୍ତା ଦେଇ ବଡ଼ ବଡ଼ ଯାନବାହାନ ଚଳାଚଳ ନକରି ନୂତନ ଭାବେ ନିର୍ମିତ ବାଇପାସ୍ ରୋଡ୍‌କୁ ବ୍ୟବହାର କରଯାଇଥିଲା । ତେବେ ବରଗଡ ଟାଉନ ଭିତରୁ ଯାଇଥିବା ସେହି ପୁରାତନ 6 ନମ୍ବର ଜାତୀୟ ରାଜପଥର ଓସାର 120 ଫୁଟ ରହିଥିବାର ସୂଚନା ରହିଛି । ମାତ୍ର ଧୀରେଧୀରେ ଏହି ରାସ୍ତାର ଉଭୟ ପାର୍ଶ୍ବକୁ ବେଆଇନ ଭାବେ ଜବରଦଖଲ କରି ଲୋକେ ବଡ଼ବଡ଼ ଅଟ୍ଟାଳିକା ନିର୍ମାଣ କରିଦେଇଥିଲେ । ବର୍ତ୍ତମାନ ସେହି ରାସ୍ତାର ଓସାର 120 ଫୁଟରୁ ମାତ୍ର 30 ଫୁଟ ରହିଛି ଯାହାଫଳରେ ଏହି ରାସ୍ତାରେ ପ୍ରତିଦିନ ବ୍ୟାପକ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି ।

ବରଗଡ଼ ସହରରେ ଲକ୍ଷେରୁ ଅଧିକ ଜନସଂଖ୍ୟା ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ଏହା ବ୍ୟବସାୟର ଏକ ପେଣ୍ଠସ୍ଥଳୀ ପାଲଟିଛି । ଏପରି ସ୍ଥିତିରେ ବରଗଡ ଲେଙ୍ଗୁମିଶ୍ର ଛକଠାରୁ ଲମ୍ବା ବିଲଡିଙ୍ଗ ପର୍ଯ୍ୟନ୍ତ ବ୍ୟାପକ ଟ୍ରାଫିକ ସମସ୍ୟା ଉପୁଜିଥାଏ । ତେଣୁ ବରଗଡବାସୀ ଦୀର୍ଘ ଦିନରୁ ଏଠାରେ ରହିଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ଦାବି କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନଥିଲା । ଶେଷରେ ଆନ୍ଦୋଳନମୁହାଁ ହୋଇ ଜିଲ୍ଲା ପ୍ରଶାସନକୁ ଜବରଦଖଲ ଉଚ୍ଛେଦ ପାଇଁ ବାଧ୍ୟ କରିଥିଲେ ଉତ୍ତ୍ୟକ୍ତ ଲୋକେ । ତେବେ ବରଗଡର ସମଲେଶ୍ଵରୀ ସଂଘର ନେତୃତ୍ବରେ ହୋଇଥିବା ଆନ୍ଦୋଳନକୁ ସାମ୍ବାଦିକ ସଂଘ, ଓକିଲ ସଂଘ ତଥା ବରଗଡ଼ବାସୀ ସ୍ଵାଗତ ଜଣାଇ ସମର୍ଥନ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ରାସ୍ତା ଚଉଡା ପାଇଁ ଜବରଦଖଲ ଉଚ୍ଛେଦ, ବ୍ୟବସାୟୀଙ୍କ ପ୍ରତିବାଦ

ହମିଦ ଓ ମେଜର ନକ୍ସା ବାଦ ବିବାଦକୁ ପଛରେ ପକାଇ ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ 48 ଘଣ୍ଟାର ସମୟସୀମା ଦିଆଯାଇଥିଲା ଏବଂ ସମୟ ସୀମା ସମାପ୍ତ ହେବାପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ମାତ୍ର ଜବରଦଖଲକାରୀ ଶତାଧିକ ମହିଳା ଓ ପୁରୁଷ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଅପରପକ୍ଷେ, ବରଗଡ଼ବାସୀ ଏକତ୍ରିତ ହୋଇ ଜବରଦଖଲକାରୀଙ୍କୁ ବିରୋଧ କରିବାରେ ଲାଗିବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।

ତେବେ ପୋଲିସ ଚତୁରତାର ସହିତ ପରିସ୍ଥିତିକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଏବଂ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଏହି ରାସ୍ତାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପରେ ନିଶ୍ଚିତ ରୂପେ ଟ୍ରାଫିକ ସମସ୍ୟା ଦୂର ହୋଇଯିବ ବୋଲି ବରଗଡ଼ବାସୀ ଆଶା ରଖିଥିଲେ । ମାତ୍ର ଉଚ୍ଚ ନ୍ୟାୟାଳୟର ରହିତାଦେଶ ପରେ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ହୋଇଯାଇଛି ଯାହାକୁ ନେଇ ପୁଣି ଜନଅସନ୍ତୋଷ ଦେଖାଦେଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍‌ ହାଇକୋର୍ଟ ଯିବାକୁ ଥିବାବେଳେ ଆସନ୍ତା 8 ତାରିଖରେ ଏହି ଉଚ୍ଛେଦ ପ୍ରକ୍ରିୟା ଆଗକୁ ବଢିବ ନା ସ୍ଥଗିତ ରହିବ ତାହା ସ୍ପଷ୍ଟ ହେବ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.