ETV Bharat / state

କାର୍ଯ୍ୟକ୍ଷମ ହୋଇପାରୁନି ରକ୍ତ ପୃଥକୀକରଣ ୟୁନିଟ, ଧାରଣାରେ ନିଷ୍ଠା ପରିବାର - ରକ୍ତ ପୃଥକୀକରଣ ୟୁନିଟ

ବରଗଡରେ ଦୀର୍ଘଦିନ ହେବ କାର୍ଯ୍ୟକାରୀ ହୋଇପାରୁନି ରକ୍ତ ପୃଥକୀକରଣ ୟୁନିଟ । ଜିଲ୍ଲାରେ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଦାବି କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛି ନିଷ୍ଠା ପରିବାର । ଅଧିକ ପଢନ୍ତୁ...

ନିଷ୍ଠା ପରିବାର ଧାରଣା
ନିଷ୍ଠା ପରିବାର ଧାରଣା
author img

By

Published : Mar 15, 2021, 5:17 PM IST

ବରଗଡ: 2018 ମସିହାରୁ ଜିଲ୍ଲାରେ ରକ୍ତ ପୃଥକୀକରଣ ୟୁନିଟ ଅଫିସ ସ୍ଥାପନ ହୋଇଛି । 2021 ମସିହା ହୋଇଗଲା ହେଲେ ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରୀ ହୋଇପାରିନାହିଁ । ଏହାର ପ୍ରତିବାଦ କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛି ନିଷ୍ଠା ପରିବାର ।

ନିଷ୍ଠା ପରିବାର ଧାରଣା

ଏକ ଘରୋଇ ଡାକ୍ତରଖାନା ପଛରେ ସ୍ଥାପନ ହୋଇ ଲାଇସେନ୍ସ ପାଇଗଲା ହେଲେ ପ୍ରଶାସନିକ ଅବହେଳା ପାଇଁ ରକ୍ତ ପୃଥକୀକରଣ ୟୁନିଟର କାର୍ଯ୍ୟକ୍ଷମ ହୋଇପାରୁନି ବୋଲି ଅଭିଯୋଗ କରିଛି ନିଷ୍ଠା ପରିବାର । ମେସିନ ଅଛି ଘର ଅଛି ଏପରିକି ମେସିନ ଖରାପ ହେବାକୁ ବସିଲାଣି ହେଲେ ରକ୍ତ ପୃଥକୀକରଣ ୟୁନିଟ ଚାଲିପାରିଲାନି । ଫଳରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।

ଜିଲ୍ଲାରେ ଜଲଦି ରକ୍ତ ପୃଥକୀକରଣ ୟୁନିଟ କାର୍ଯ୍ୟକାରୀ କରିବାକୁ ଦାବି କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ନିଷ୍ଠା ପରିବାର । ଯଦି ତାଙ୍କ ଦାବି ପୂରଣ ନହୁଏ, ତେବେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି କହିଛନ୍ତି ନିଷ୍ଠା ପରିବାର ସମ୍ପାଦକ ଅଶ୍ଵିନୀ କୁମାର ତ୍ରିପାଠୀ ।

ବରଗଡରୁ ରାଜେଶ ସରାପ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.