ETV Bharat / state

ଅଜଣା ବୃଦ୍ଧାଙ୍କ ମୃତ ଦେହ ସତ୍କାର କଲା ବରଗଡର ସଂକଳ୍ପ ପରିବାର - bargarh sankalp parivar

ବରଗଡ଼ ସଂକଲ୍ପ ପରିବାର ପକ୍ଷରୁ ବରାହଗୋଡା ସ୍ମଶାନ ଘାଟର ଏକ ଅସହାୟ ବୃଦ୍ଧା ବ୍ୟକ୍ତିଙ୍କ ମୃତଦେହ ସତ୍କାର କରାଯାଇଛି । ଅଧିକ ପଢନ୍ତୁ...

ଅଜଣା ବୃଦ୍ଧାଙ୍କ ମୃତ ଦେହ ସତ୍କାର କଲା ବରଗଡର ସଂକଳ୍ପ ପରିବାର

author img

By

Published : Nov 20, 2020, 2:07 AM IST

ବରଗଡ଼: ସଂକଲ୍ପ ପରିବାର ପକ୍ଷରୁ ବରାହଗୋଡା ସ୍ମଶାନ ଘାଟର ଏକ ଅସହାୟ ବୃଦ୍ଧା ବ୍ୟକ୍ତିଙ୍କ ମୃତଦେହ ସତ୍କାର କରାଯାଇଛି । ସୂଚନା ଅନୁଯାୟୀ ବୃଦ୍ଧା ଜଣକ ଦୀର୍ଘବର୍ଷରୁ ବରାହଗୋଡା ଗୌରାଙ୍ଗ ଟିକିରାରେ ଜଣକର ଘରେ ରହି ତାଙ୍କର ଗାଈ ଚରାଇବା ସହ ଦୁଗ୍ଧ ସଂଗ୍ରହ ଓ ଘାସ କାଟି ଗାଈର ଖାଇବା ବ୍ୟବସ୍ଥା କରୁଥିଲେ । ହେଲେ ବୃଦ୍ଧା ଜଣକର ମୃତ୍ୟୁ ପରେ ଉକ୍ତ ବ୍ୟକ୍ତି ଜଣକ ଆଉ ପାଖକୁ ଆସିନଥିଲେ ।

ଅଜଣା ବୃଦ୍ଧାଙ୍କ ମୃତ ଦେହ ସତ୍କାର କଲା ବରଗଡର ସଂକଳ୍ପ ପରିବାର

ବୃଦ୍ଧାଙ୍କ ମୃତ ଦେହ ଦୀର୍ଘ ଦୁଇଦିନ ହେଲା ପଡିରହିଥିଲା ଏକ ଅର୍ଧନିର୍ମିତ କୋଠରୀରେ ଏବଂ ପଚିଶଢ଼ୀ ଦୁର୍ଗନ୍ଧରେ ନାକ ଫାଟି ଯାଉଥିଲା | ଗ୍ରାମବାସୀ ମଧ୍ୟ ଛୁଇଁବାକୁ କୁଣ୍ଠା ପ୍ରକାଶ କରୁଥିଲେ । ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ଦେଖିବାକୁ ମିଳିଥିଲା ବରଗଡ଼ ସହର ଉପକଣ୍ଠ ବରାହଗୋଡା ପଞ୍ଚାୟତ ଗୌରାଙ୍ଗ ଟିକିରାରେ ।

ଖବର ପାଇବାପରେ ସଂକଲ୍ପ ପରିବାରର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ପ୍ରଶାସନ ସହିତ ଆଲୋଚନା କରିବାପରେ ବରଗଡ଼ ବରାହଗୋଡା ସ୍ମଶାନରେ ମୃତଦେହ ସତ୍କାର କରାଯାଇଥିଲା । ଏଥିରେ ସଂକଲ୍ପ ପରିବାରର ସଦସ୍ୟ ଜି ରମେଶ, ନିଲେଶ ପଧାନଙ୍କ ସହିତ ସରପଞ୍ଚ ଚତୁର୍ଭୁଜ ମେହେର ଓ ଅରବିନ୍ଦ ମେହେର ଉପସ୍ଥିତ ଥିଲେ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.