ETV Bharat / state

ବରଗଡରେ ଚାଞ୍ଚଲ୍ୟ: ବନ୍ଦ ଘରେ ପଡିଛି ସ୍ୱାମୀ ଓ ଦୁଇ ପତ୍ନୀଙ୍କ ମୃତଦେହ

ବରଗଡ଼ ଜିଲ୍ଲା ଭେଡେନ ଥାନା ଆଖିଫୁଟା ଗାଁ ରେ ବନ୍ଦ ଘରୁ 3ଜଣଙ୍କ ମୃତଦେହ ଉଦ୍ଧାର। ଅଧିକ ପଢନ୍ତୁ

Dead bodies of 3 people recovered
Dead bodies of 3 people recovered
author img

By

Published : Apr 18, 2023, 7:59 PM IST

Dead bodies of 3 people recovered

ବରଗଡ: ବନ୍ଦ ଘରୁ 3ଜଣଙ୍କ ମୃତଦେହ ଉଦ୍ଧାର। ବରଗଡ଼ ଜିଲ୍ଲା ଭେଡେନ ଥାନା ଆଖିଫୁଟା ଗାଁ ରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟ ବିତାରକ ଦୃଶ୍ୟ । ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

ସୂଚନା ଅନୁଯାୟୀ ,ଜିଲ୍ଲାର ଆଖିଫୁଟା ଗ୍ରାମରେ ଆଜି ଏକ ଘରେ 3 ଜଣଙ୍କର ମୃତଦେହ ପଡ଼ି ଥିବା ଖବର ପାଇ ଗ୍ରାମବାସୀ ଭେଡେନ ପୋଲିସକୁ ଜଣାଇ ଥିଲେ l ତେବେ ସଙ୍ଗେ ସଙ୍ଗେ ଭେଡେନ ପୋଲିସ ଓ ବରଗଡ଼ ଏସଡିପିଓ ଅମ୍ରିତ କୁମାର ପଣ୍ଡା ଘଟଣା ସ୍ଥଳକୁ ପହଞ୍ଚି ଥିଲେ । ଏଥିସହ ସ୍ଥିତି ସମୀକ୍ଷା କରିଥିଲେ । ସେହିପରି ଏହା ହତ୍ୟାକାଣ୍ଡ ନାଁ ଆତ୍ମହତ୍ୟା ଘଟଣା ତାହା ସନ୍ଦେହ ହେବାରୁ ସାଇଣ୍ଟିଫିକ ଟିମ କୁ ଡକାଇ ଅଧିକ ଛାନ ଭିନ ଆରମ୍ଭ କରିଛି ପୋଲିସ । ତେବେ ମୃତକ ମାନେ ଆଖିଫୁଟା ଗ୍ରାମର ପାଖାପାଖି 60 ବର୍ଷର ବୃଦ୍ଧ ଟଙ୍କଧର ସାହୁ ଏବଂ ତାଙ୍କର ଦୁଇ ପତ୍ନୀ ମାଧବୀ ଓ ଦ୍ରୌପତି ସାହୁ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-PM Awas Yojana: 'ଜଣେ ବି ଅଯୋଗ୍ୟ ହିତାଧିକାରୀ ଘର ପାଇଲେ ପରିସ୍ଥିତି ଭୟାବହ ହେବ'

ଏହା ମଧ୍ୟ ପଢନ୍ତୁ- ଭୁବନେଶ୍ବର ରେ ପ୍ରତିଷ୍ଠା ହେବ ୩ ନୂଆ ଅଗ୍ନିଶମ ସେବା କେନ୍ଦ୍ର, ନିୟୋଜିତ ହେବେ ୪୫ କର୍ମଚାରୀ

ତେବେ ଟଙ୍କଧରଙ୍କ ର ପ୍ରଥମ ସ୍ତ୍ରୀ ଙ୍କୁ କୌଣସି ସନ୍ତାନ ନ ହେବାରୁ ସେ ପୁଣି ଅନ୍ୟତ୍ର ବିବାହ କରିଥିଲେ । ହେଲେ ଉଭୟ ସ୍ତ୍ରୀଙ୍କ ସହିତ ସେ ଗୋଟେ ଘରେ ରହୁଥିଲେ l ଟଙ୍କଧର ଦୁଇ ଗୋଟି ବିବାହ କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ନ ଥିଲେ l ଅନ୍ୟପଟେ ତାଙ୍କର ପ୍ରଚୁର ସମ୍ପତ୍ତି ମଧ୍ୟ ରହିଥିବା ଜଣାପଡ଼ିଛି l ତେବେ ଆଜି ବନ୍ଦ ଘର ଭିତରେ ଟଙ୍କଧର ଓ ତାଙ୍କ ଉଭୟ ପତ୍ନୀଙ୍କ ମୃତଦେହ ଠାବ ହୋଇଛି । ଏପରି ପରିସ୍ଥିତିରେ ନିଃସନ୍ତାନ ଟଙ୍କଧର ଓ ତାଙ୍କ ପରିବାର ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି ନାଁ ସମ୍ପତ୍ତି ଆଶାରେ ତାଙ୍କୁ ହତ୍ୟା କରାଯାଇଛି ତାହା ସନ୍ଦେହ ଘେରରେ ରହିଛି l ମୃତଦେହ ବ୍ୟବଚ୍ଛେଦ ସହିତ ପୋଲିସ ର ତଦନ୍ତ ପରେ ହିଁ ଏହି ଘଟଣା ର ପ୍ରକୃତ କାରଣ କଣ ଜଣା ପଡ଼ିବ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି l

ଇଟିିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.