ETV Bharat / state

ସେନା କ୍ୟାମ୍ପରେ ଜୀବନ ହାରିଲେ ସିଆରପିଏଫ ଯବାନ, କାରଣ ଅସ୍ପଷ୍ଟ - ସେନା କ୍ୟାମ୍ପରେ ଜୀବନ ହାରିଲେ ସିଆରପିଏଫ ଯବାନ

ଡ୍ୟୁଟିରେ ଥିବା ସମୟରେ ସେନା କ୍ୟାମ୍ପରେ ଜୀବନ ହାରିଲେ ସିଆରପିଏଫ ଯବାନ । ଅଧିକ ପଢନ୍ତୁ

crpf jawan dies by suicide in bargarh
crpf jawan dies by suicide in bargarh
author img

By

Published : Mar 28, 2023, 10:16 AM IST

crpf jawan dies by suicide in bargarh

ବରଗଡ: ସେନା କ୍ୟାମ୍ପରେ ଫୁଟିଲା ଗୁଳି । ଡ୍ୟୁଟିରେ ଥିବା ସମୟରେ ଜୀବନ ହାରିଲେ ସିଆରପିଏଫ ଯବାନ । ଏଭଳି ଘଟଣା ଘଟିଛି ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳର ସିଆରପିଏଫ କ୍ୟାମ୍ପରେ । ମୃତ ସିଆରପିଏଫ ଯବାନ ହେଉଛନ୍ତି ପ୍ରସନ୍ନଜିତ ପାଲ । ସେ ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ହୋଇଥିବା ସୂଚନା ମିଳିଛି । ସେ ନିଜ ବନ୍ଧୁକରେ ନିଜେ ଗୁଳିକରି ଜୀବନ ହାରିଥିବା କୁହାଯାଉଛି । ତେବେ ସେ କେଉଁ କାରଣରୁ ମୃତ୍ୟୁର ରାସ୍ତାକୁ ଆପଣାଇଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ଗତକାଲି (ସୋମବାର) ପ୍ରସନ୍ନଜିତ ପାଲ ରାତି 10 ଟାରୁ 12 ଟା ପର୍ଯ୍ୟନ୍ତ ସୁରକ୍ଷା ଟାଓ୍ବାର ଉପରେ ଡ୍ୟୁଟି ରହିଥିଲା । ରାତି ପାଖାପାଖି ପ୍ରାୟ 11 ଟା 30 ମିନିଟ ସମୟରେ ହଠାତ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା l ଏହା ଶୁଣିବା ପରେ ସାଥି ଯବାନ ମାନେ ଘଟଣାସ୍ଥଳରେ ପହଞ୍ଚି ଯବାନ ପ୍ରସନ୍ନଜିତ ପାଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏଥିସହ ତାଙ୍କ ହାତରେ ବନ୍ଧୁକ ଥିବା ଦେଖିବାକୁ ମିଳିଥିଲା l ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡ଼ାକ୍ତର ଘୋଷଣା କରିଥିଲେ l ଘଟଣାର ସ୍ଥିତି ଅନୁଧ୍ୟାନ ପରେ ସେ ନିଜେ ନିଜକୁ ଗୁଳିକରିଥିବା ଜଣାପଡ଼ିଛି l

ମୃତ ଯବାନଙ୍କର ମୃତଦେହକୁ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବା ବେଳେ ସିଆରପିଏଫ ଅଧିକାରୀ ମାନେ ପହଞ୍ଚି ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି l ପଦ୍ମପୁର ଉପଖଣ୍ଡ ମାଓବାଦୀ ଅଞ୍ଚଳ ହୋଇଥିବା ବେଳେ ଦୀର୍ଘ ବର୍ଷରୁ ଏହି ଅଞ୍ଚଳରେ ସିଆରପିଏଫ ଯବାନ ମାନଙ୍କର କମ୍ବିଂ ଅପରେସନ ଓ କ୍ୟାମ୍ପ ଲାଗିରହିଛି l ଜୀବନ ହାରିଥିବା ଯବାନ ମଧ୍ୟ ଏହି କ୍ୟାମ୍ପରେ ରହିଥିଲେ । ମାତ୍ର ଆତ୍ମହତ୍ୟା ଜନିତ ମୃତ୍ୟୁର କାରଣ କଣ ତାହା ଅସ୍ପଷ୍ଟ ରହିଛି । ତଦନ୍ତ ପରେ କାରଣ ଜଣାପଡିବା ନେଇ ଆଶା କରାଯାଉଛି । ମୃତ ଯବାନଙ୍କ ପରିବାର ସହ ବର୍ତ୍ତମାନ ସୁଦ୍ଧା ଯୋଗାଯୋଗ କରାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଗତବର୍ଷ ଝାରସୁଗୁଡା ଜିଲ୍ଲାର ଏକ ହୋଟେଲ ରୁମରୁ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଝାରସୁଗୁଡା ଜିଲ୍ଲା ଷ୍ଟେସନ ଛକସ୍ଥିତ ଏକ ହୋଟେଲର ରୁମ ନମ୍ବର 211ରୁ ସିଆରପିଏଫ ଯବାନ ଅଜିତ ବାବୁଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସେ ଛତିଶଗଡ଼ ଜସପୁରଠାରେ କାର୍ଯ୍ୟରତ ଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.