ETV Bharat / state

ଆଶ୍ଚର୍ଯ୍ୟ! ଗର୍ଭଧାରଣ ବିନା ଗାଈ ଦେଉଛି କ୍ଷୀର - ବାଛୁରୀ ଦେଉଛି କ୍ଷୀର

ବିନା ଗର୍ଭଧାରଣରେ କିମ୍ବା ଛୁଆ ଜନ୍ମ ନ କରି 12 ମାସର ବାଛୁରୀ ଦେଉଛି କ୍ଷୀର । ବରଗଡରେ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ଦେଖିବାକୁ ମିଳିଛି ବିରଳ ଘଟଣା । ଅଧିକ ପଢନ୍ତୁ...

ଆଶ୍ଚର୍ଯ୍ୟ! ଗର୍ଭଧାରଣ ବିନା ଗାଈ ଦେଉଛି କ୍ଷୀର

author img

By

Published : Jun 24, 2021, 9:28 PM IST

ବରଗଡ: ବିନା ଗର୍ଭଧାରଣରେ ଗୋଟିଏ ଗାଈ କେବେ କ୍ଷୀର ଦେବା ଆପଣ ଶୁଣିଛନ୍ତି କି ? ଯଦି ଏହି କଥା କେହି ଆପଣଙ୍କୁ କୁହନ୍ତି ତାହାହେଲେ ସମ୍ଭବତଃ ଆପଣ ଏହାକୁ ବିଶ୍ବାସ ନ କରିପାରନ୍ତି । ହେଲେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବରଗଡରେ । ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମରେ ଜଣେ 12 ମାସର ବାଛୁରୀ ବିନା ଗର୍ଭଧାରଣରେ କ୍ଷୀର ଦେଉଛି ।

ଆଶ୍ଚର୍ଯ୍ୟ! ଗର୍ଭଧାରଣ ବିନା ଗାଈ ଦେଉଛି କ୍ଷୀର

ସହରରୁ ପ୍ରାୟ 8 କିଲୋମିଟର ଦୂର ସରସରା ଗ୍ରାମର ଏହି ବିରଳ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି । ଗ୍ରାମର ସବିତା ନାୟକଙ୍କ 12 ମାସର ବାଛୁରୀ ବିନା ଗର୍ଭଧାରଣ ଏବଂ ଛୁଆ ଜନ୍ମ ନକରି ଦିନକୁ ଦୁଇରୁ ଅଢେଇ ଲିଟର କ୍ଷୀର ଦେଉଛି । ସେ ଦୀର୍ଘ 30ବର୍ଷରୁ ଅଧିକ ହେବ ଗାଈ ରଖିଆସୁଥିବା ବେଳେ କିନ୍ତୁ ଏପରି ଘଟଣା କେବେ ଦେଖିନଥିବା ପରିବାର ତଥା ଆଖପାଖ ଅଞ୍ଚଳର ଲୋକେ କହିଛନ୍ତି । ସେପଟେ ଏନେଇ ପ୍ରାଣୀ ଚିକିତ୍ସକ କହିଛନ୍ତି ଯେ ହରମୋନର ଅସନ୍ତୁଳନ କାରଣରୁ ବେଳେବେଳେ ଏପରି ହୋଇଥାଏ ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.