ETV Bharat / state

ମହାମାରୀ କୋରୋନା: ଫିକା ପଡିବ କି ହୋଲି ? କ୍ଷତିରେ ରଙ୍ଗ ବେପାରୀ - colour business

ବଜାରରେ ଭିନ୍ନ ଭିନ୍ନ ରଙ୍ଗର ଫଗୁ ଓ ରଙ୍ଗ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ କୋରୋନା ଭୟ ଯୋଗୁଁ ଲୋକେ ରଙ୍ଗ ଖେଳରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି । ଏହି କାରଣରୁ ଫିକା ପଡିଛି ରଙ୍ଗ ବ୍ୟବସାୟୀଙ୍କ ବ୍ୟାପାର |

colour-business-down-for-coronavirus
ହୋଲିରେ କୋରୋନାର କଳା ଛାୟା, କ୍ଷତିରେ ରଙ୍ଗ ବେପାରୀ
author img

By

Published : Mar 9, 2020, 11:10 PM IST

ବରଗଡ: ବର୍ଷରେ ଥରେ ହସ ଓ ଖୁସି ନେଇ ଆସେ ରଙ୍ଗର ପର୍ବ ହୋଲି । ଲୋକଙ୍କ ମନରେ ଉତ୍ସାହ ଆଣିଦେଉ ଥିବାବେଳେ ବହୁ ବ୍ୟବସାୟୀ ମଧ୍ୟ ରଙ୍ଗ ବ୍ୟାପାରରେ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି | ବଜାରରେ ଭିନ୍ନ ଭିନ୍ନ ରଙ୍ଗର ଫଗୁ ଓ ରଙ୍ଗ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ କୋରୋନା ଭୟ ଯୋଗୁଁ ଲୋକେ ରଙ୍ଗ ଖେଳରୁ ଦୂରେଇ ରହିବାକୁ ପସନ୍ଦ କରୁଛନ୍ତି । ଏହି କାରଣରୁ ଫିକା ପଡିଛି ରଙ୍ଗ ବ୍ୟବସାୟୀଙ୍କ ବ୍ୟାପାର |

ହୋଲିରେ କୋରୋନାର କଳା ଛାୟା, କ୍ଷତିରେ ରଙ୍ଗ ବେପାରୀ

ସମସ୍ତ ରଙ୍ଗ ଦୋକାନୀ ଗ୍ରାହକଙ୍କ ଅପେକ୍ଷାରେ ରହିଥିବା ବେଳେ କାଁ ଭାଁ କେତେବେଳେ ଜୁଟୁଛନ୍ତି ଗ୍ରାହକ | ପୂର୍ବ ବର୍ଷ ପରି ବ୍ୟାପାର ନଥିବା ବେଳେ ଏଥର ରଙ୍ଗ ବେପାରୀମାନଙ୍କୁ କ୍ଷତି ସହିବାକୁ ପଡିଛି | ପିଲାଠୁ ବୁଢ଼ା ଯାଏ ସମସ୍ତେ ଅତି ଆଗ୍ରହର ସହ ମିଳିମିଶି ହୋଲି ଖେଳ ଖେଳନ୍ତି ହେଲେ ଏଥର କିନ୍ତୁ ଭାଇଚାରାର ହୋଲି ପର୍ବ ଫିକା ପଡିଯିବ | ଦୋକାନ ମାନଙ୍କରେ ରଙ୍ଗ ସାମଗ୍ରୀ ସବୁ ପଡିରହିଛି । ନାଁ ଗ୍ରାହକ ଆସୁଛନ୍ତି ନାଁ କୌଣସି ହୋଲି ସାମଗ୍ରୀ ବିକ୍ରି ହେଉଛି ଏବଂ ଖୋଲିଥିବା ରଙ୍ଗ ଦୋକାନ, ବଜାର ସବୁ ଠପ ହୋଇ ପଡିଛି l ହଜାର ହଜାର ଟଙ୍କାର ହୋଲି ସାମଗ୍ରୀ ରଖି ଗ୍ରାହକ ଆଶାରେ ଦିନ ବିତାଉଛନ୍ତି ଖୁଚୁରା ବେପାରୀ l କରୋନା ଭୟ ଯୋଗୁଁ ଏ ବେପାରରେ ବାଧା ହେଉଥିବା ବେପାରୀ ମାନେ ସ୍ୱୀକାର କରିଛନ୍ତି l ଚାଇନାରୁ କାଳେ ରଙ୍ଗ ଆସିଥିବ ଏହି ଭୟରେ ବଜାରରେ ଗ୍ରାହକ ଙ୍କର ଭିଡ଼ ଜମୁନାହିଁ l ହୋଲିକୁ ନେଇ ଅନ୍ୟ ବର୍ଷ ପରି ସେତିକି ଉତ୍ସାହ ମଧ୍ୟ ଦେଖାଯାଉ ନାହିଁ l ତେବେ କୋରୋନା ଭୂତାଣୁର ପ୍ରଭାବ ବରଗଡରେ ଦେଖାଦେଇଛି ଏବଂ ଚଳିତ ହୋଲିର ରଙ୍ଗୀନ ଖେଳକୁ ଫିକା କରିଦେଇଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.