ETV Bharat / state

ବୃଦ୍ଧା ମା' ଠାରୁ ପୁଅକୁ ଛଡାଇ ନେଲା ମହାମାରୀ କୋରୋନା - ମହାମାରୀ କୋରୋନା

ବରଗଡ଼ ସଂକଳ୍ପ ପରିବାର ସାହାଯ୍ୟରେ ପିପଳମୁଣ୍ଡା ସ୍ଥିତ ସ୍ବର୍ଗଦ୍ବାରରେ ଶନିବାର କୋଭିଡରେ ମୃତ୍ୟୁବରଣ କରିଥିବା ଅସହାୟଙ୍କ ଅନ୍ତିମ ସତ୍କାର ହୋଇଛି । ଅଧିକ ପଢନ୍ତୁ...

ବୃଦ୍ଧା ମା' ଠାରୁ ପୁଅକୁ ଛଡାଇ ନେଲା ମହାମାରୀ କୋରୋନା

author img

By

Published : Jan 3, 2021, 9:38 AM IST

Updated : Jan 3, 2021, 11:16 AM IST

ବରଗଡ: କୋଭିଡରେ ମୃତ୍ୟୁବରଣ କରିଥିବା ଅସହାୟଙ୍କ ସତ୍କାର କଲା ବରଗଡର ସଂକଳ୍ପ ପରିବାର । ବରଗଡ଼ ସଂକଳ୍ପ ପରିବାର ସାହାଯ୍ୟରେ ପିପଳମୁଣ୍ଡା ସ୍ଥିତ କୋଭିଡ ସ୍ବର୍ଗଦ୍ବାରରେ ଶନିବାର ଏହି ସତ୍କାର କାର୍ଯ୍ୟ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ପଦ୍ମପୁର ବ୍ଲକ ଅନ୍ତର୍ଗତ ମେଳଛାମୁଣ୍ଡା ଗ୍ରାମର 58 ବର୍ଷର ଆଦିତ୍ୟ ପ୍ରସାଦ ଭୁଏ । ସେ ମେଳଛାମୁଣ୍ଡା ପୋଷ୍ଟ ଅଫିସରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ ।

ଗତ 24 ଡିସେମ୍ବର 2020 ଗୁରୁବାର ଦିନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଏଠାରେ କୋଭିଡ ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ଖେଦାପାଲିରେ ଥିବା କୋଭିଡ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା ।

କିନ୍ତୁ ଶନିବାର ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁବରଣ ହୋଇଥିଲା । ଆଦିତ୍ୟଙ୍କ ଜ୍ୱାଇଁ ହୃଦାନନ୍ଦ ଭୋଇ ମୁଖାଗ୍ନି ଦେଇଥିବା ବେଳେ ସଂକଲ୍ପ ପରିବାର ତରଫରୁ ଜି. ରମେଶ, ବିକାଶ ଅଗ୍ରୱାଲ,ଗୋବିନ୍ଦ ବିଶ୍ୱାଳ, ସୁବାସ ଭୋଇ ପ୍ରମୁଖ ସାହାଯ୍ୟ କରିଥିଲେ ।

ବୃଦ୍ଧା ମା' ଠାରୁ ପୁଅକୁ ଛଡାଇ ନେଲା ମହାମାରୀ କୋରୋନା

ମହାମାରୀ ରେ ବହୁ ଲୋକଙ୍କ ପ୍ରାଣବାୟୁ ଚାଲିଯାଉଥିବା ବେଳେ ଏହି ପରିବାରର ଦୁଃଖ କହିଲେ ନସରେ। ମୃତ ଆଦିତ୍ୟଙ୍କ ମା ରମ୍ଭା ଭୁଏ ୭୮ ବର୍ଷରେ ମଧ୍ୟ ସୁସ୍ଥ ଥିବାବେଲେ ତାଙ୍କ ଆଗରେ ତାଙ୍କ ପୁଅର ଅକାଳରେ ବିୟୋଗ ହୋଇଯାଇଛି । ପରିବାରର ତିନି ଜଣ ମହିଳା ଏବେ ଅସହାୟ ହୋଇପଡିଛନ୍ତି । ସ୍ତ୍ରୀ , ଅବିବାହିତା 42 ବର୍ଷର ଭଉଣୀ ଏବଂ 78 ବର୍ଷର ବୃଦ୍ଧା ମା' ଠାରୁ ଆଦିତ୍ୟଙ୍କୁ ଛଡାଇ ନେଇଛି ମହାମାରୀ କୋରୋନା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jan 3, 2021, 11:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.