ବରଗଡ: ପେଟ୍ରୋଲ ଓ ଡିଜେଲ ବର୍ଦ୍ଧିତ ଦରକୁ ନେଇ ବରଗଡ କଂଗ୍ରେସ ପକ୍ଷରୁ ପ୍ରତିବାଦ । ବରଗଡ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ସୋମବାର ଏକ ଶୋଭାଯାତ୍ରା ବାହାରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ଗାନ୍ଧୀ ଛକ ରାଜରାସ୍ତାଠାରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
ତେବେ ମହାମାରୀ କୋରୋନାରେ ଦେଶ ଆଜି ଗତିକରୁଥିବା ବେଳେ ସାଧାରଣ ଲୋକଙ୍କର ଆୟ ପନ୍ଥା ପ୍ରତିମୂହର୍ତ୍ତରେ ସଂକୁଚିତ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ କାମଧନ୍ଦା ନପାଇ ଅତି ଦୟନୀୟ ଅବସ୍ଥାରେ ଭୋକଉପାସରେ ଦିନ କାଟୁଛନ୍ତି । ଚାଷୀ ଚାଷ କାର୍ଯ୍ୟ ନକରି ହାତ ବାନ୍ଧି ବସିଛି । ଏପରି ସମୟରେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅହେତୁକ ମୂଲ୍ୟ ବୁଦ୍ଧି କରିଚାଲିଛନ୍ତି ।
ତେବେ ଅହେତୁକ ଦର ବୁଦ୍ଧିକୁ ବିରୋଧ କରି ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୈଳ ଦର ବୁଦ୍ଧି ପାଇଁ ଦାୟୀ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ