ETV Bharat / state

କଂଗ୍ରେସ ଭୋଟ ବିଜେଡି ଓ ବିଜେପି କିଣି ନେଇଛନ୍ତି: ସୁର - ଉପନିର୍ବାଚନକୁ ନେଇ କଂଗ୍ରେସର ପ୍ରତିକ୍ରିୟା

କଂଗ୍ରେସ ଭୋଟ ବିଜେଡି ଓ ବିଜେପି କିଣି ନେଇଛନ୍ତି । ପଦ୍ମପୁର ଉପନିର୍ବାଚନ (Padmapur Result)ରେ ଧରାଶାୟୀ ହେବା ପରେ ଉଭୟ ବିଜେଡି ଓ ବିଜେପି ଉପରେ ଦୋଷ ଲଦିଛନ୍ତି ବିଧାୟକ ସୁର ରାଉତରାୟ । ଉଭୟ ଦଳ ତାଙ୍କ ଭୋଟରଙ୍କୁ କିଣି ନେଇଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

କଂଗ୍ରେସ ଭୋଟ ବିଜେଡି ଓ ବିଜେପି କିଣି ନେଇଛନ୍ତି: ସୁର

author img

By

Published : Dec 8, 2022, 5:58 PM IST

ଭୁବନେଶ୍ବର: ପ୍ରକାଶ ପାଇଛି ପଦ୍ମପୁର ଉପନିର୍ବାଚନ ଫଳାଫଳ (Padmapur ByPoll Result) । ପ୍ରାୟ ୪୦ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟ ହୋଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କଡା ମୁକାବିଲା କରିଥିଲେ ବି ବହୁ ପଛରେ ରହିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଥିବା ବେଳେ ନିଜର ପକେଟ ଭୋଟ ବଞ୍ଚେଇ ପାରିନାହାନ୍ତି ସତ୍ୟଭୂଷଣ ସାହୁ । କଂଗ୍ରେସ ଭୋଟ ବିଜେଡି ଓ ବିଜେପି କିଣି ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ (Congress MLA Sura Routray) ।

କଂଗ୍ରେସ ଭୋଟ ବିଜେଡି ଓ ବିଜେପି କିଣି ନେଇଛନ୍ତି: ସୁର

ବିଧାୟକ ସୁରେଶ କହିଛନ୍ତି, "୪ ଦିନ ପୂର୍ବରୁ ପୂର୍ବାନୁମାନ କରିଥିଲି, ଫଳାଫଳ ଏମିତି ହେବ । ପ୍ରତ୍ୟେକ ଭୋଟରକୁ ବିଜେଡି ୬ ହଜାର ଓ ବିଜେପି ୫ ହାଜର ଟଙ୍କା ବାଣ୍ଟିଛନ୍ତି । ଦେଶରେ ଗଣତନ୍ତ୍ର ଆଉ ନାହିଁ । ନିର୍ବାଚନ କମିଶନ କେବଳ ନାଁକୁ ମାତ୍ର । ସରକାରୀ ଅଧିକାରୀ ଏବେ ଶାସକ ଦଳର ହାତବାରିସୀ ସାଜିଛନ୍ତି । ନବୀନ ବାବୁ ଯଦି ଏତେ ପପୁଲାର, ତେବେ କାହିଁକି ୧୧ ମନ୍ତ୍ରୀଙ୍କ ସମେତ ୬୨ ବିଧାୟକ ଡେରା ପକାଇଥିଲେ ପଦ୍ମପୁରରେ । ବିଜେଡି ୪୦ କୋଟି ଟଙ୍କା ବାଣ୍ଟିଛି" ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- Padmapur by Poll Result: ପଦ୍ମପୁରରେ ପୁଣି ବିଜେଡିର ଜଲୱା, ବିପୁଳ ଭୋଟ୍‌ରେ ଜିତିଲେ ବର୍ଷା

ବିଧାୟକ ସୁର ଆହୁରି କହିଛନ୍ତି ଯେ "ମୋଦି ସରକାର ଯଦି ବହୁତ ବିକାଶ କାର୍ଯ୍ୟ କରିଛ, ତେବେ ଧର୍ମେନ୍ଦ୍ର ପ୍ରଧାନ କାହିଁକି ଏତେ ଟଙ୍କା ଦେଲେ । ବିଜେପି ଭୋଟର ପିଛା ୫ ହଜାର ଦେଇଛି । ଦୁଇ ଦଳ ଟଙ୍କା ଅପର୍ଯ୍ୟାପ୍ତ କମେଇଛନ୍ତି । କଂଗ୍ରେସ ୩ ନମ୍ବରରେ ରହିବ । କଂଗ୍ରେସ ବିଧାୟକ ପ୍ରାର୍ଥୀ ଜଣେ ଶିକ୍ଷିତ ଭଦ୍ର ଲୋକ । ସେ ତାଙ୍କ ସମୟରେ ଅନେକ କାର୍ଯ୍ୟ କରିଛନ୍ତି । ନବୀନଙ୍କ କାର୍ଯ୍ୟକ୍ରମରେ ୫ କୋଟି ଖର୍ଚ୍ଚ ହୋଇଛି । ଖାଇବା, ପିଇବା ଓ ଟଙ୍କା ବାଣ୍ଟି ଲୋକ ଆଣିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଧାମନଗର ପରେ ପଦ୍ମପୁରରେ ହରିଥିଲେ, ବିଜେଡି ପାଇଁ ୨୦୨୪ରେ ସମସ୍ୟା ହୋଇଥାନ୍ତା ।

ଏଣୁ ନବୀନ ବାବୁ ପଦ୍ମପୁର ପ୍ରଚାର ଲାଗି ଗଲେ । ବିଜେଡିର ଲିଡରସିପକୁ ମାନିବାକୁ ପଡିବ । ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର ପ୍ରମୁଖ ନେତା ଲାଗିପଡି ଭୋଟ କରେଇଛନ୍ତି । କଂଗ୍ରେସ ଓ ବିଜେପିର ଲିଡରସିପ ନାହିଁ । ଧର୍ମେନ୍ଦ୍ରଙ୍କୁ ଅଧେ ମାନୁଛନ୍ତି, ଆଉ ଅଧେ ମାନୁନାହାନ୍ତି । ପଦ୍ମପୁରକୁ ଜିଲ୍ଲା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ଆସିଲେ । ନିର୍ବାଚନ କମିଶନର, ଜିଲ୍ଲାପାଳ ଓ ଏସପି ଜଳକା । କଂଗ୍ରେସ ଭୋଟ ବିଜେଡି ଓ ବିଜେପି କିଣି ନେଇଛନ୍ତି । ନେତା ନୁହେଁ, କର୍ମୀ ବିକ୍ରୀ ହୋଇଗଲେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.