ETV Bharat / state

Padmapur ByPoll: ନାମାଙ୍କନ ଭରିଲେ ପ୍ରଦୀପ ଓ ସତ୍ୟଭୂଷଣ, ବିଜୟକୁ ନେଇ କହିଲେ ଏମିତି

author img

By

Published : Nov 17, 2022, 5:58 PM IST

Updated : Nov 17, 2022, 6:43 PM IST

ପଦ୍ମପୁର ଉପନିର୍ବାଚନ (Padmapur ByPoll) ଲାଗି ଆଜି ଶେଷ ତାରିଖ ଥିବା ବେଳେ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

Padmapur ByPoll: ନାମାଙ୍କନ ଭରିଲେ ପ୍ରଦୀପ ଓ ସତ୍ୟଭୂଷଣ, ବିଜୟକୁ ନେଇ କହିଲେ ଏମିତି
Padmapur ByPoll: ନାମାଙ୍କନ ଭରିଲେ ପ୍ରଦୀପ ଓ ସତ୍ୟଭୂଷଣ, ବିଜୟକୁ ନେଇ କହିଲେ ଏମିତି

ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur ByPoll) ପାଇଁ ନାମାଙ୍କନ ପତ୍ର ଦାଖଲ ଲାଗି ଆଜି ଥିଲା ଶେଷ ତାରିଖ । ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ଥାପା, ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପରେ ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ (Congress Candidate Satya Bhusan Sahu) ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ((BJP Candidate Pradip Purohit) । ପ୍ରାର୍ଥୀପତ୍ର ଦାଖଲ ପରେ ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାର୍ଥୀ ସତ୍ୟଭୂଷଣ । ସେପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ଫସଲବୀମା ଅର୍ଥ, ପଦ୍ମପୁର ସବଡିଭିଜନକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଭଳି ମୁଦ୍ଦା ଉଠାଇଥିବା ବେଳେ ବିଜୟ ପରେ ଏଗୁଡ଼ିକ ପୂରଣ କରିବେ ବୋଲି କହିଛନ୍ତି ।

କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଆଜି ନିଜ ନାମାଙ୍କନ ଭରିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ସତ୍ୟ ଭୂଷଣ ସାହୁ, ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ଅଧିର ରଞ୍ଜନ ପାଣିଗ୍ରାହୀ, ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ, ଅଶ୍ଵିନୀ ଗୁରୁ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆଙ୍କ ସହିତ ବହୁ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ତେବେ ଏ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହା ବି ପଢନ୍ତୁ- Padmapur ByPoll: ନାମାଙ୍କନ ଭରିଲେ ବିଜେଡ଼ି ପ୍ରାର୍ଥିନୀ ବର୍ଷା

ସେହିପରି ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ମଧ୍ୟ ନିଜ ସମର୍ଥକ ଓ ନେତା ମାନଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା ପରେ ପଦ୍ମପୁର ବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ପ୍ରଦୀପ । ସେ କହିଛନ୍ତି, " ପଦ୍ମପୁର ଅଞ୍ଚଳର ଯେଉଁ ଯେଉଁ ସମସ୍ୟା ରହିଛି ଚାଷୀଙ୍କ ସମସ୍ୟା ହେଉ ବା ପଦ୍ମପୁର ସବଡିଭିଜନକୁ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା, କେନ୍ଦୁପତ୍ର ଶ୍ରମିକ ମାନଙ୍କ ସମସ୍ୟା ରହିଛି । ଏହି ସମସ୍ୟା ଗୁଡ଼ିକୁ ନେଇ ମୁଁ ଲୋକଙ୍କ ପାଖକୁ ଯିବି । ଲୋକଙ୍କଠାରୁ ଏହି ଆଶୀର୍ବାଦ ପାଇବା ପରେ ଏଗୁଡ଼ିକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବି ।"

ଏହା ବି ପଢନ୍ତୁ- Padmapur ByPoll: ପ୍ରଥମେ ନାମାଙ୍କନ ଭରିଲେ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥାପା

ସୂଚନା ଥାଉ କି ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ପ୍ରଥମେ ନାମାଙ୍କନ ଭରିଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ ବିଜୟ ସିଂ ବରିହାଙ୍କ ବିୟୋଗ ପରେ ହେଉଛି ଏହି ଉପନିର୍ବାଚନ । ୧୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ଶେଷ ଦିନ ରହିଛି । ଚାଷୀଙ୍କ ଆନ୍ଦୋଳନ ଏବଂ ପଦ୍ମପୁର ବାସୀଙ୍କ ଜିଲ୍ଲା ଦାବି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଯାଏଁ କୌଣସି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇନଥିଲା । ପୂର୍ବରୁ ବିଜେପି ପ୍ରାର୍ଥୀ ୧୪ ତାରିଖରେ ନାମାଙ୍କନ ଭରିବା ପାଇଁ ବିରାଟ ରାଲିରେ ହେବିୱେଟ ନେତାଙ୍କ ସହିତ ବାହାରିଥିବା ବେଳେ ଚାଷୀଙ୍କ ଆନ୍ଦୋଳନକୁ ସମ୍ମାନ ଜଣାଇ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ ।

ଇଟିଭି ଭାରତ, ବରଗଡ଼

Last Updated : Nov 17, 2022, 6:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.