ETV Bharat / state

କୋରୋନା ସଂକ୍ରମିତଙ୍କ ତଥ୍ୟ ଭାଇରାଲ, ଯୁବକଙ୍କ ନାମରେ ମାମଲା ରୁଜୁ - କୋରୋନା ସଂକ୍ରମିତଙ୍କ ତଥ୍ୟ ଲିକ୍‌

ସୋସିଆଲ ମିଡିଆରେ କୋରୋନା ସଂକ୍ରମିତଙ୍କ ତଥ୍ୟ ଭାଇରାଲ କରିବା ଜଣେ ଯୁବକଙ୍କ ପଡିଛି ମହଙ୍ଗା । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

bargarh latest news, covid rule violation on facebook, covid positive's information leak, corona situation in bargarh, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ଫେସବୁକରେ କୋଭିଡ ନିୟମ ଉଲଙ୍ଘନ, କୋରୋନା ସଂକ୍ରମିତଙ୍କ ତଥ୍ୟ ଲିକ୍‌, ବରଗଡରେ କୋରୋନା ସ୍ଥିତି
କୋରୋନା ସଂକ୍ରମିତଙ୍କ ତଥ୍ୟ ଭାଇରାଲ, ଯୁବକଙ୍କ ନାମରେ ମାମଲା ରୁଜୁ
author img

By

Published : Jul 3, 2020, 10:59 PM IST

ବରଗଡ: ସୋସିଆଲ ମିଡିଆରେ କୋରୋନା ସଂକ୍ରମିତଙ୍କ ତଥ୍ୟ ଭାଇରାଲ କରିବା ଜଣେ ଯୁବକଙ୍କ ପଡିଛି ମହଙ୍ଗା । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣାଟି ହେଉଛି ଅତାବିରା ଅଞ୍ଚଳର । ଯେଉଁଠି ଜଣେ ପ୍ରହଲ୍ଲାଦ ଉର୍ମା ନାମକ ବ୍ୟକ୍ତି ଜଣେ ମହିଳା କୋରୋନା ସଂକ୍ରମିତ ଥିବା ନେଇ ତାଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଫେସବୁକରେ ପୋଷ୍ଟ କରିଥିଲେ ।

ଏହି ପୋଷ୍ଟରେ ସଂକ୍ରମିତଙ୍କ ତଥ୍ୟ ଭାଇରାଲ ହୋଇଥିବା ବେଳେ ଏହା କୋଭିଡ ନିୟମର ଉଲଙ୍ଘନ ଅଟେ । ତେଣୁ ପ୍ରହଲ୍ଲାଦଙ୍କ ଅତାବିରା ଥାନାରେ ଏତଲା ଦିଆଯିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.