ETV Bharat / state

ବେଆଇନ କାରବାରକୁ ପ୍ରଶୟ ଦେଉଛି ପୋଲିସ !

author img

By

Published : Aug 24, 2019, 12:33 PM IST

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ପୋଲିସର ନିଷ୍କ୍ରିୟତା ଯୋଗୁଁ ଦିନକୁ ଦିନ ବଢି ଚାଲିଛି ଅପରାଧିକ ମାମଲା । ହେଲେ ସେଠାକାର ପୋଲିସ ଅପରାଧକୁ ରୋକିବା ବଦଳରେ ପୋଲିସ ନିଜେ ଅପରାଧିକ ମାମଲାରେ ସମ୍ପୃକ୍ତ ରହୁଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ପୋଲିସର ନିଷ୍କ୍ରିୟତା ଯୋଗୁଁ ଦିନକୁ ଦିନ ବଢି ଚାଲିଛି ଅପରାଧିକ ମାମଲା । ହେଲେ ସେଠାକାର ପୋଲିସ ଅପରାଧକୁ ରୋକିବା ବଦଳରେ ପୋଲିସ ନିଜେ ଅପରାଧିକ ମାମଲାରେ ସମ୍ପୃକ୍ତ ରହୁଥିବା ନଜିର ଆସୁଛି । ଫଳରେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା , ଝାରବନ୍ଦ ଥାନା ଏବଂ ବୁଡେନ ଥାନା ଅଞ୍ଚଳରେ ଜନସାଧାରଣଙ୍କ ପୋଲିସ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ଉଠିଯାଇଛି ।

ଓଡିଶା ଓ ଛତିଶଗଡ ସୀମାନ୍ତରେ ରହିଥିବା ବରଗଡ ଜିଲ୍ଲାର ତିନି ଗୋଟି ଥାନା ଝାରବନ୍ଦ, ବୁଡେନ ଓ ଜଗଦଲପୁର ଅଞ୍ଚଳରେ ବ୍ୟାପକ ମାତ୍ରାରେ ବେଆଇନ କାର୍ଯ୍ୟକଳାପ ଚାଲିଥିବାବେଳେ ଖୋଦ ଏଠାକାର ପୋଲିସ ଏପରି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ଲୋକେ ଅଭିଯୋଗ କରୁଛନ୍ତି । ଛତିଶଗଡ ରାଜ୍ୟରେ ଦେଶୀ ରନ୍ଧା ମଦ କାରବାର ସେଠାକାର ସରକାର ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିବାରୁ ଓଡିଶାର ସୀମାନ୍ତ ଅଞ୍ଚଳରେ ଦେଶୀ ରନ୍ଧା ମଦର ବ୍ୟବସାୟ ବଢିଚାଲିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ଆଉ ଏହି ବେଆଇନ ବ୍ୟବସାୟକୁ ପ୍ରଶୟ ଦେଉଛନ୍ତି ବରଗଡ ଜିଲ୍ଲା ସୀମାନ୍ତରେ ରହିଥିବା ଥାନାଧିକାରୀମାନେ । ଦେଶୀ ରନ୍ଧା ମଦ ଠାରୁ ଆରମ୍ଭ କରି , ଗଞ୍ଜେଇ ବେପାର, ନଦୀ ବାଲି ଚୋରା ଚାଲାଣ, ଖଣିଜ ପଥର ଚୋରା ଚାଲାଣ କାର୍ଯ୍ୟରେ ଖୋଦ ପୋଲିସ ନିଜେ ସହଯୋଗ କରୁଥିବାବେଳେ ଜଗଦଲପୁର ଥାନଧିକାରୀଙ୍କ ସହଯୋଗରେ ଖୁଲମଖୁଲା ଘୁଡୁଘୁଡୁ ପଟି ଖେଳ କାରବାର ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ।

ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମର ଢିପାପଡା ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ବିଷୟରେ ପଦ୍ମପୁର ଏସଡିପିଓ ପ୍ରଦୀପ ସାହୁଙ୍କୁ ଜଣାଇବା ପରେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଘୁଦୁଘୁଡୁ ଖେଳ ବନ୍ଦ କରିଦିଆଯାଇଥିଲା । କିନ୍ତୁ ପରେ ପୁଣି ଖେଳ ଆରମ୍ଭ କରାଯାଇଥିଲା । ତେବେ ପୋଲିସ ନଜରକୁ ଜୁଆ ଖେଳର ଅଭିଯୋଗ ଆସିବା ପରେ ମଧ୍ୟ ଜୁଆ ଖେଳ ଆଡ୍ଡା ଉପରେ ପୋଲିସ ଚଢାଉ ନକରି ଫୋନ କରି ଖେଳକୁ କିଛି ସମୟ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ କୁହାଯିବାର କଣ ରହସ୍ୟ ରହିଛି ବୋଲି ପ୍ରଶ୍ନ କରିଛନ୍ତି ।

ପୋଲିସ ଉପରେ ସ୍ଥାନୀୟ ଜନସାଧାରଣଙ୍କ ଭରସା ସମ୍ପୂର୍ଣ୍ଣ ଉଠିଯାଇଥିବାବେଳେ ବଡ ବଡିଆ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଦୁଃଖର ବିଷୟ । ତେବେ ଏହି ଅଞ୍ଚଳମାନଙ୍କରେ ଚାଲିଥିବା ପୋଲିସର ବେଆଇନ କାର୍ଯ୍ୟକଳାପ ଅଭିଯୋଗରେ ସ୍ଥାନୀୟ ଲୋକେ ସମ୍ବଲପୁର ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ପୋଲିସର ନିଷ୍କ୍ରିୟତା ଯୋଗୁଁ ଦିନକୁ ଦିନ ବଢି ଚାଲିଛି ଅପରାଧିକ ମାମଲା ହେଲେ ସେଠାକାର ପୋଲିସ ଅପରାଧକୁ ରୋକିବା ବଦଳରେ ପୋଲିସ ନିଜେ ଅପରାଧିକ ମାମଲାରେ ସମ୍ପୃକ୍ତ ରହୁଥିବା ନଜିର ଆସୁଛି | ଫଳରେ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା , ଝାରବନ୍ଦ ଥାନା ଏବଂ ବୁଡେନ ଥାନା ଅଞ୍ଚଳରେ ଜନସାଧାରଣଙ୍କ ପୋଲିସ ଉପରେ ସମ୍ପୂର୍ଣ ବିଶ୍ବାସ ଉଠିଯାଇଛି | Body:
ଓଡିଶା ଓ ଛତିଶଗଡ ସୀମାନ୍ତରେ ରହିଥିବା ବରଗଡ ଜିଲ୍ଲାର ତିନି ଗୋଟି ଥାନା ଝାରବନ୍ଦ , ବୁଡେନ ଓ ଜଗଦଲପୁର ଅଞ୍ଚଳରେ ବ୍ୟାପକ ମାତ୍ରାରେ ବେଆଇନ କର୍ଜ୍ୟାକଳାପ ଚାଲିଥିବା ବେଳେ ଖୋଦ ଏଠାକାର ପୋଲିସ ଏପରି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ଲୋକେ ଅଭିଯୋଗ କରୁଛନ୍ତି | ଛତିଶଗଡ ରାଜ୍ୟରେ ଦେଶୀ ରନ୍ଧା ମଦ କାରବାର ସେଠାକାର ସରକାର ସମ୍ପୂର୍ଣ ବନ୍ଦ କରିଦେଇଥିବାରୁ ଓଡିଶାର ସୀମାନ୍ତ ଅଞ୍ଚଳରେ ଦେଶୀ ରନ୍ଧା ମଦର ବ୍ୟବସାୟ ବଢିଚାଲିଛି | ଏବଂ ଏହି ବ୍ୟବସାୟକୁ ପ୍ରଶ୍ରୟ ଦେଉଛନ୍ତି ବରଗଡ ଜିଲ୍ଲା ସୀମାନ୍ତରେ ରହିଥିବା ଥାନାଧିକାରୀ ମାନେ | ଦେଶୀ ରନ୍ଧା ମଦ ଠାରୁ ଆରମ୍ଭ କରି , ଗଞ୍ଜେଇ ବ୍ୟାପାର , ନଦୀ ବାଲି ଚୋରା ଚାଲାଣ , ଖଣିଜ ପଥର ଚୋରା ଚାଲାଣ କାର୍ଯ୍ୟରେ ଖୋଦ ପୋଲିସ ନିଜେ ସହଯୋଗ କରୁଥିବା ବେଳେ ଜଗଦଲପୁର ଥନଧିକାରୀଙ୍କ ସହଯୋଗରେ ଖୁଲମ ଖୁଲ୍ଲା ଘୁଡୁଘୁଡୁ ପଟି ଖେଳ କାରବାର ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ | ଜଗଦଲପୁର ଥାନା ଅନ୍ତର୍ଗତ ପୁଟୁକା ଗ୍ରାମର ଢିପାପଡା ଅଞ୍ଚଳରେ ଜୁଆ ଖେଳ ଚାଲିଥିବା ବିଷୟରେ ପଦ୍ମପୁର SDPO ପ୍ରଦୀପ ସାହୁଙ୍କୁ ଜଣାଇବା ପରେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଘୁଦୁଘୁଡୁ ଖେଳ ବନ୍ଦ କରିଦିଆଯାଇଥିଲା କିନ୍ତୁ ପରେ ପୁଣି ଖେଳ ଆରମ୍ଭ କରାଯାଇଥିଲା | ତେବେ ପୋଲିସ ନଜରକୁ ଜୁଆ ଖେଳର ଅଭିଯୋଗ ଆସିବା ପରେ ମଧ୍ୟ ଜୁଆ ଖେଳ ଆର୍ଡା ଉପରେ ପୋଲିସ ଚଢାଉ ନକରି ଫୋନକରି ଖେଳକୁ କିଛି ସମୟ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ କୁହାଯିବା ର କଣ ରହସ୍ୟ ରହିଛି ବୋଲି ପ୍ରଶ୍ନ କରିଛନ୍ତି | ପୋଲିସ ଉପରେ ସ୍ଥାନୀୟ ଜନସାଧାରଣଙ୍କ ଭରୋଷା ସମ୍ପୂର୍ଣ ଉଠିଯାଇଥିବା ବେଳେ ବଡ ବଡିଆ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଦୁଃଖର ବିଷୟ | ତେବେ ଏହି ଅଞ୍ଚଳ ମାନଙ୍କରେ ଚାଲିଥିବା ପୋଲିସ ର ବେଆଇନ କାର୍ଯ୍ୟ କଳାପ ଅଭିଯୋଗରେ ସ୍ଥାନୀୟ ଲୋକେ ସମ୍ବଲପୁର ଡ଼ିଆଇଜି ଶ୍ରୀ ସତ୍ୟବ୍ରତ ଭୋଇ ଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଛନ୍ତି |

ବାଇଟ ୧ - ଅଭୟ ଦୀପ ( ଅଭିଯୋଗକାରୀ )
Conclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.