ETV Bharat / state

ବରଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, କରିବେ ବିଜୁ ଏକ୍ସପ୍ରେସ ୱେ’ ଉଦଘାଟନ - ବରଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

କାଲି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ । ବରଗଡରେ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ବିଜୁ ଏକ୍ସପ୍ରେସ ୱେର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Mar 4, 2023, 10:50 PM IST

ବିଜୁ ଏକ୍ସପ୍ରେସ ୱେର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବରଗଡ : ମାର୍ଚ୍ଚ 5 ତାରିଖରେ ସାରା ଓଡିଶାରେ ପାଳିତ ହେଉଛି ବିଜୁ ଜୟନ୍ତୀ ଦିବସ ଏବଂ ଏହି ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା କୁ କରୁଛନ୍ତି ଗସ୍ତ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ଶୁଭ ଉଦଘାଟନ କରିବାକୁ ବରଗଡ ଗସ୍ତରେ ଆସୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାୟ ସାଢ଼େ ତିନି ମାସ ମଧ୍ୟରେ ଏହା ତିନି ତିନି ଥର ବରଗଡ଼ ଜିଲ୍ଲାକୁ ଗସ୍ତ ହୋଇଥିବା ବେଳେ ବିଜେଡି ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି । ତେବେ ସକାଳ 10 ଟା 30ମିନିଟ ପଦ୍ମପୁର ସତିଭଟା ଏଆରଷ୍ଟ୍ରିପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଂଚିବାର କାର୍ଯ୍ୟକ୍ରମ ଥିବା ବେଳେ 10ଟା 40ମିନିଟରେ ହେଲିକ୍ୟାପ୍ଟର ଯୋଗେ ଏହି ଏଆରଷ୍ଟ୍ରିପରୁ ବାହାରି ସୋହେଲା ହଲଦୀପାଲି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ 10ଟା 55ମିନିଟ ସମୟରେ ପହଞ୍ଚିବେ। ଏଠାରେ ସେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏହାପରେ 11ଟା 45ମିନିଟ ସମୟରେ ସୋହେଲାରୁ ବୀରମାଟି ଘେସ ପ୍ରାୟ 18 କିଲୋମିଟର ପର୍ଯ୍ୟନ୍ତ ରୋଡ଼ସୋ ରେ ମୁଖ୍ୟମନ୍ତ୍ରୀଙ୍କ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ରାସ୍ତାରେ ଯିବା ସମୟରେ ରାସ୍ତାକଡ଼ରେ ଯାଯାବର ମାନଙ୍କ ପାଇଁ ନିର୍ମିତ ହୋଇଥିବା ରାସ୍ତାକଡ଼ ସୁବିଧା କେନ୍ଦ୍ର ସାଙ୍ଗକୁ ସହିଦ କୁଞ୍ଜଳ ସିଂଙ୍କ ନାମରେ ନିର୍ମିତ ଉଦ୍ୟାନର ଶୁଭ ଉଦଘାଟନ ସହ ସହିଦ ମାଧୋ ସିଂଙ୍କ ପ୍ରତିମୂର୍ତ୍ତି ଉଦଘାଟନ ପରେ ଲୋକଙ୍କୁ ଉଦବୋଧନ ଦେବେ ଏବଂ ଶେଷରେ ଘେସରୁ ହେଲିକ୍ୟାପ୍ଟର ଯୋଗେ ନୂଆପଡ଼ା ଗସ୍ତରେ ଯିବାରକାର୍ଯ୍ୟକ୍ରମ ରହିଛି ।

ତେବେ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏହି ଗସ୍ତକୁ ନେଇ ଅଧିକ ତତ୍ପର ହୋଇପଡିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଜଣେ SP , 4ଜଣ ASP, 7 ଜଣ DSP , 20 ଜଣ ଇନ୍ସପେକ୍ଟର, 100 ଜଣ SI ଓ ASI ଏବଂ 20 ପ୍ଲାଟୁନ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଥିବା ବରଗଡ଼ ଏସ. ପି ପ୍ରହଲ୍ଲାଦ ସାହାଇ ମୀନା ସୂଚନା ଦେଇଛନ୍ତି । ତେବେ ପ୍ରାୟ 4000 କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣକୁ ନେଇ ଏହା ଏହି ଅଂଚଳର ବିକାଶର ଏକ ନୂଆ ନକ୍ସା ଯୋଡ଼ିହେବ ବୋଲି ଅଞ୍ଚଳବାସୀ ଆଶା କରିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.