ETV Bharat / state

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ପାନୀୟ ଜଳ ପ୍ରକଳ୍ପ ପାଇଁ ୪୫୩ କୋଟି ୧୧ ଲକ୍ଷ ଟଙ୍କା ଅନୁମୋଦନ

author img

By

Published : Oct 17, 2022, 7:40 AM IST

ଜନ୍ମଦିନରେ ବରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ୪୫୩ କୋଟି ୧୧ ଲକ୍ଷ ଟଙ୍କାର ବୃହତ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରକଳ୍ପ ଦ୍ବାରା ଭଟଲି, ଷୋହେଲା ଓ ଆମ୍ବାଭୋନା ବ୍ଲକର ପ୍ରାୟ ୨ ଲକ୍ଷ ୯୫ ହଜାର ୨୯୦ ଲୋକ ଉପକୃତ ହେବେ । ଅଧିକ ପଢ଼ନ୍ତୁ

ବରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ପାନୀୟ ଜଳ ପ୍ରକଳ୍ପ ପାଇଁ ୪୫୩ କୋଟି ୧୧ ଲକ୍ଷ ଟଙ୍କା ଅନୁମୋଦନ

ବରଗଡ: ଜନ୍ମଦିନରେ ବରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର । ଜିଲ୍ଲା ପାଇଁ ୪୫୩ କୋଟି ୧୧ ଲକ୍ଷ ଟଙ୍କାର ବୃହତ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସ୍ଥାନୀୟ ରୟାଲ ପ୍ୟାଲେସ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀରେ ଜିଲ୍ଲା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୭ ବର୍ଷରେ ପଦାର୍ପଣ କରିଛନ୍ତି ଓଡିଶା ରାଜନୀତିର ଅପରାଜେୟ ନାୟକ(CM Naveen Patnaik turns 77 today) । ତାଙ୍କର ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏହି ଅବସରରେ ବରଗଡ ଜିଲ୍ଲାକୁ ସ୍ବତନ୍ତ୍ର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ପାଇଁ ୪୫୩ କୋଟି ୧୧ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ବୃହତ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ କରାଯାଇଥିବା ନେଇ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ ଜରିଆରେ ସୂଚନା ଦିଆଯାଇଛି ।

ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ ବିଜେଡି ଦଳର ପୁରୁଖା ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ ବରଗଡ ଜିଲ୍ଲା ପାଇଁ ବିରାଟ ଭେଟି ପ୍ରଦାନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ ଓ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସାଧୁ ଚରଣ ନେପାକ ବରଗଡ ଜିଲ୍ଲାର ୩ ଗୋଟି ବ୍ଲକର ପାନୀୟ ଜଳ ସମସ୍ୟା ଦୂର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବରଗଡ ଜିଲ୍ଲାର ଭଟଲି ବ୍ଲକ, ଷୋହେଲା ବ୍ଲକ ଓ ଆମ୍ବାଭୋନା ବ୍ଲକ ମରୁଡି ପ୍ଳାବିତ ଅଞ୍ଚଳ ହୋଇଥିବା ବେଳେ ଏହି ୩ ଗୋଟି ବ୍ଲକର ୫୮ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୧୬ ଗ୍ରାମରେ ବସବାସ କରୁଥିବା ପ୍ରାୟ ୨ ଲକ୍ଷ ୯୫ ହଜାର ୨୯୦ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗେଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ତେବେ ହୀରାକୁଦ ନଦୀବନ୍ଧରୁ ଏହି ପାନୀୟ ଜଳ ସମସ୍ତ ବ୍ଲକକୁ ପହଞ୍ଚାଯିବ ଏବଂ ଏହି ବୃହତ ପ୍ରକଳ୍ପ ଗୁଡିକୁ ଆସନ୍ତା ୨୪ ମାସ ଅର୍ଥାତ ୨ ବର୍ଷ ଭିତରେ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ ରହିଥିବା ଭଟଲି ବିଧାୟକ ସୁଶାନ୍ତ ସିଂ ଉକ୍ତ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି । ତେବେ ଏହି ବୃହତ ଜଳ ପ୍ରକଳ୍ପରେ ଆମ୍ବାଭାନା ବ୍ଲକ ଅଞ୍ଚଳର ୧୫ ଗୋଟି ଗ୍ରାମପଞ୍ଚାୟତର ୧୦୪ ଗୋଟି ଗ୍ରାମର ୬୫ ହଜାର ୭୧୫ ଲୋକ, ଭଟଲି ବ୍ଲକ ଅନ୍ତର୍ଗତ ୧୬ ଗୋଟି ଗ୍ରାମପଞ୍ଚାୟତର ୮୪ଟି ଗ୍ରାମର ୯୦ ହଜାର ୩୨୧ ଲୋକ ଓ ଷୋହେଲା ବ୍ଲକର ୨୭ ଗୋଟି ଗ୍ରାମ ପଞ୍ଚାୟତର ୧୨୮ଟି ଗ୍ରାମର ପ୍ରାୟ ୧ ଲକ୍ଷ ୩୯ ହଜାର ୨୫୪ ଜଣ ଲୋକ ଏହି ଜଳ ପ୍ରକଳ୍ପ ଦ୍ଵାରା ଉପକୃତ ହେବେ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.