ବରଗଡ : ପଦ୍ମପୁର ଉପନିର୍ବାଚନ (Padmapur By Poll) ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ଏନେଇ ଦଳୀୟ ବିଧାୟକ ସୂଚନା ଦେଇଛନ୍ତି ।
ଏହାବି ପଢନ୍ତୁ- Padmapur By Poll: ମତଦାନ ପୂର୍ବରୁ ରେଡ୍ ରାଜନୀତି, ବିଜେଡି-ବିଜେପି ଛକାପଞ୍ଝା
ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ ଆସନ୍ତା 2 ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ 3 ଟି ସାଧାରଣ ସଭାକୁ ସମ୍ବୋଧିତ କରିବେ । ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଆୟୋଜିତ ସାଧାରଣ ସଭାରେ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ରୋଡ ଶୋ’ କରି ଦଳୀୟ ପ୍ରାର୍ଥୀନି ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିବେ ନବୀନ ।
ପ୍ରଚାର ମଇଦାନକୁ ଓହ୍ଲେଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତା 2 ତାରିଖରେ ପଦ୍ମପୁରରେ ପ୍ରଚାର କରିବେ ନବୀନ । 3 ଟି ବ୍ଲକରେ ନିର୍ବାଚନୀ ସଭା ସହ ରୋଡ଼ ଶୋ’ କରିବେ ବିଜେଡି ସୁପ୍ରିମୋ । ଏନେଇ ସମସ୍ତ ପ୍ରାକ ପ୍ରସ୍ତୁତି ସାରିଥିବା ବିଜେଡି ପକ୍ଷରୁ କୁହାଯାଇଛି । ଶେଷରେ ପ୍ରଚାରକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ପଦ୍ମପୁରରେ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରୀହା ସପକ୍ଷରେ ଭୋଟ ମାଗିବେ ନବୀନ ।
ଭିସିରେ ନୁହେଁ ସିଧାସଳଖ ପଦ୍ମପୁର ଯାଇ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ଏକାଧିକ କେନ୍ଦ୍ରାମନ୍ତ୍ରୀଙ୍କ ପ୍ରଚାର ପରେ ବିଜେଡି ବ୍ୟାକଫୁଟରେ ଥିବାରୁ ଶେଷରେ ମଇଦାନକୁ ଓହ୍ଲାଇବେ ଦଳର ବଡ଼ ଚେହେରା । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ 3ଟି ବଡ଼ ନିର୍ବାଚନୀ ସଭା କରିବେ ନବୀନ । ଏହା ସହ ରୋଡ଼ ସୋ ଜରିଆରେ ବର୍ଷାଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ଧାମନଗର ପରାଜୟ ପରେ 2024 ନିର୍ବାଚନ ପୂର୍ବରୁ ପଦ୍ମପୁର ସେମିଫାଇନାଲ୍ । ଗଡ଼ ରକ୍ଷା ଲାଗି ଶେଷରେ ମଇଦାନକୁ ଓହ୍ଲାଇଛନ୍ତି ନବୀନ । ପ୍ରଚାର ମଇଦାନରେ ବିଜେଡି ପକ୍ଷରୁ 15 ମନ୍ତ୍ରୀଙ୍କ ସମେତ 50 ବିଧାୟକ ଡେରା ପକାଇଛନ୍ତି । ସାମ୍ପ୍ରତିକ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ବ୍ୟାକଫୁଟରେ ଥିବା ଚର୍ଚ୍ଚା ହେଉଛି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ହେଉ ବା ରେଳ ସଂଯୋଗ । କିମ୍ବା ଚାଷୀ ପ୍ରସଙ୍ଗ । ସବୁଥିରେ ସରକାରଙ୍କୁ ଘେରୁଛି ବିରୋଧୀ ବିଜେପି । ସେପଟେ କେନ୍ଦ୍ରମନ୍ତ୍ରୀ ମାନେ ପ୍ରଚାରରେ ଆସି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନାରେ ନେଇଛନ୍ତି । ତେଣୁ ଏହାକୁ ପ୍ରତିହତ କରିବା ଲାଗି ନବୀନ ପ୍ରଚାର ମଇଦାନରେ ଓହ୍ଲାଇବାକୁ ଯାଉଛନ୍ତି ।
ଇଟିଭି ଭାରତ, ବରଗଡ