ETV Bharat / state

କୁନି ପିଲାଙ୍କ କୁନି ରଥଯାତ୍ରା, ସାମିଲ ହେଲେ ଅଞ୍ଚଳବାସୀ

ବରଗଡ଼ରେ ଦେଖିବାକୁ ମିଳିଛି କୁନି ପିଲାଙ୍କ ନିଆରା ରଥଯାତ୍ରା । ପୁରୀ ଯାଇ ନପାରିବାରୁ ନିଜ ଅଞ୍ଚଳରେ ବେଶ ଆଡ଼ମ୍ବରରେ ରଥଯାତ୍ରା ପାଳନ କରିଛନ୍ତି । ଅଧିକ ପଢ଼ନ୍ତୁ

rath yatra in bargarh
ବରଗଡ଼ରେ ନିଆରା ରଥଯାତ୍ରା
author img

By

Published : Jun 21, 2023, 10:18 PM IST

ବରଗଡ଼ରେ ନିଆରା ରଥଯାତ୍ରା

ବରଗଡ଼: ସବୁଆଡେ ଚାଲିଛି ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା । ହେଲେ କାଳିଆର ଟିକିଏ ଦର୍ଶନ ପାଇଁ କାହିଁ କେତେ ଦୂରରୁ ପୁରୀ ଶ୍ରୀକ୍ଷେତ୍ରକୁ ଭକ୍ତମାନେ ଧାଇଁ ଆସିଥାନ୍ତି । ମାତ୍ର ପ୍ରବଳ ଜନସମାଗମ ପାଇଁ କାଳିଆର ଦର୍ଶନ ଲାଗି ବାଦ ପଡିଯାଇଥାନ୍ତି ବୃଦ୍ଧବୃଦ୍ଧା ଓ କୁନି ପିଲାମାନେ । ତେଣୁ ବରଗଡ଼ରେ ଦେଖିବାକୁ ମିଳିଛି କୁନି ପିଲାଙ୍କ ନିଆରା ରଥଯାତ୍ରା । କୁନି କୁନି ହାତରେ ପିଲାମାନେ ଟାଣି ନେଉଛନ୍ତି କୁନି ରଥକୁ । ପିଲାଙ୍କ ରଥଯାତ୍ରାରେ ବଡ଼ମାନେ ମଧ୍ୟ ସାମିଲ ହୋଇଛନ୍ତି । ବେଶ ଆଡ଼ମ୍ବର ସହକାରେ ରଥଯାତ୍ରା ପାଳନ କରାଯାଇଛି ।

ବରଗଡ଼ ସହର ସ୍ଥିତ 1 ନମ୍ବର ୱାର୍ଡର ସୁପ୍ରିୟା ମାର୍ଗଠାରେ କୁନି ପିଲାଙ୍କ ରଥଯାତ୍ରା ଦେଖିବାକୁ ମିଳିଛି । 2001 ମସିହାରୁ କିଛି ଛୋଟ ପିଲା ମାନେ ଏକ କୁନି ରଥ ନିର୍ମାଣ କରି ସେମାନଙ୍କ ଭକ୍ତି ଭାବନାକୁ ପ୍ରକାଶ କରି ପକାଇଥିଲେ । ସ୍ଥାନୀୟ ଲୋକେ ପିଲାଙ୍କ ଏପରି ଶ୍ରଦ୍ଧା ଦେଖି ସେମାନଙ୍କ ସହ ରଥଯାତ୍ରାରେ ସାମିଲ ହୋଇଥିଲେ ଏବଂ ସେବେଠାରୁ ବିଧି ଅନୁଯାୟୀ ଏଠାରେ ରଥଯାତ୍ରା ପାଳନ ହେଉଛି । ତେବେ ଏହି ରଥଯାତ୍ରା ଟିକିଏ ନିଆରା । ଯେଉଁଠି ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି କୁନି ପୂଜକ । ଛେରା ପହଁରା ମଧ୍ୟ କୁନି ଗଜପତିଙ୍କ ଦ୍ବାରା ହୋଇଥାଏ । ଏପରିକି ଛୋଟ ଛୋଟ ପିଲାମାନେ ମହାପ୍ରଭୁଙ୍କ ରଥ ଟାଣିଥାନ୍ତି । ଏନେଇ ଅଞ୍ଚଳବସୀ କହିଛନ୍ତି, "ପୁରୀ ରଥଯାତ୍ରା ବିଶ୍ବ ପ୍ରସିଦ୍ଧ ହୋଇଥିବା ବେଳେ ସେଠାକୁ ଲକ୍ଷଲକ୍ଷ ଭକ୍ତ ଯାଇଥାନ୍ତି । ପ୍ରବଳ ଗହଳି ଯୋଗୁଁ ବୟସ୍କ ବ୍ୟକ୍ତି ଏବଂ ଛୋଟ ପିଲାମାନେ ପ୍ରଭୁଙ୍କୁ ପାଖରୁ ଦର୍ଶନ କରିବା ସମ୍ଭବ ହୋଇନଥାଏ । ତେଣୁ ପିଲାମାନେ ଏକାଠି ହୋଇ ନିଜ ଅଞ୍ଚଳରେ ରଥଯାତ୍ରା କରିିବାକୁ ମନସ୍ଥ କଲେ । ଅଭିଭାବକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସେବେଠାରୁ ପ୍ରତିବର୍ଷ ପିଲାଙ୍କ ଦ୍ବାରା ଏଠାରେ ବେଶ ଆଡ଼ମ୍ବର ସହକାରେ ରଥଯାତ୍ରା ଅନୁଷ୍ଠିତ ହେଉଛି ।"

ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଠାରେ ସମସ୍ତଙ୍କର ଶ୍ରଦ୍ଧା, ଭକ୍ତି ଓ ଆସ୍ଥା ରହିଥାଏ । ମାତ୍ର କୁନି କୁନି ପିଲାଙ୍କ ପ୍ରଭୁଙ୍କ ପ୍ରତି ଥିବା ଶ୍ରଦ୍ଧା,ଭକ୍ତି ଓ ଆସ୍ଥା ଦେଖିବାକୁ ମିଳିଛି ବରଗଡ଼ ସହରରେ l ପିଲାଙ୍କ କୁନି କୁନି ହାତରେ ମହାପ୍ରଭୁ ସେବା ପାଇଛନ୍ତି । ବରଗଡ଼ର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଠାକାର ରଥଯାତ୍ରାର ଦୃଶ୍ୟ ଥିଲା ଭିନ୍ନ । ତେବେ ପିଲାମାନେ ଉତ୍ସାହର ସହିତ ଭଟଲି ଛକ ଦେଇ ସୁପ୍ରିୟା ମାର୍ଗ ପର୍ଯ୍ୟନ୍ତ ରଥ ଟାଣିଥିଲେ । ଆଜିର ଯୁବକଙ୍କୁ ପାଶ୍ଚାତ୍ୟ ସଭ୍ୟତା ଗ୍ରାସ କରିଦେଇଥିବା ବେଳେ ଏହି କୁନି ପିଲାଙ୍କ ଆଧ୍ୟାତ୍ମିକ ରସର ମଉଜ ଏବଂ ଏପରି ନିଆରା ରଥଯାତ୍ରା ଆୟୋଜନ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.