ETV Bharat / state

ଶିଶୁଙ୍କୁ କ୍ୟାନ୍ସରକୁ ନେଇ ସଚେତନତା, ବରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Nov 9, 2023, 11:55 AM IST

ବରଗଡ଼ ଜିଲ୍ଲାର ସୋହେଲାଠାରେ ପ୍ରଥମ ଥର ପାଇଁ କ୍ୟାନସର ସରଭାଇବର୍ସ ଫାଇଟର୍ସ ଗୃପ ପକ୍ଷରୁ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଶିଶୁ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ
ଶିଶୁ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ

ଶିଶୁ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ

ବରଗଡ: ଜିଲ୍ଲାରେ ପ୍ରଥମ ଥର ପାଇଁ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବରଗଡ଼ ଜିଲ୍ଲାରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଶିଶୁମାନେ ମଧ୍ୟ ସେଥିରୁ ବର୍ତ୍ତି ନାହାନ୍ତି । ତେବେ ଶିଶୁମାନଙ୍କ କ୍ଷେତ୍ରରେ ଶୀଘ୍ର କ୍ୟାନ୍ସର ରୋଗ ଚିହ୍ନଟ ଏବଂ ପ୍ରଭାବଶାଳୀ ଚିକିତ୍ସା ପ୍ରତି ଅଧିକ ଗୁରୁତ୍ୱ ଦେବା ନିହାତି ଜରୁରୀ ହୋଇପଡ଼ିଛି । ଏପରି ହେଲେ ଶିଶୁ କର୍କଟ ଆରୋଗ୍ୟର ସମ୍ଭାବନାକୁ ବହୁଗୁଣିତ କରିପାରିବ । ଏନେଇ ଶିଶୁ କର୍କଟ ଉପରେ କାମ କରୁଥିବା ଭୁବନେଶ୍ୱରର ସ୍ବେଚ୍ଛାସେବୀ ସଂସ୍ଥା ଉମ୍ମିଦେଁ ଓ ବରଗଡ଼ର କ୍ୟାନ୍ସର ସରଭାଇବର୍ସ ଫାଇଟର୍ସ ଗୃପ ପକ୍ଷରୁ ଏକ ଶିଶୁ କର୍କଟ ସଚେତନତା ସଂପର୍କୀତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବରଗଡ଼ ଜିଲ୍ଲାର ସୋହେଲାଠାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଯାଇଛି ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଚିକିତ୍ସକମାନେ ନିଜର ମତ ପ୍ରକାଶ କରି ସୂଚନା ଦେଇଥିଲେ ଯେ, ଇଣ୍ଡିଆ କ୍ୟାନ୍ସର ସୋସାଇଟି ପରିସଂଖ୍ୟାନ ଅନୁଯାୟୀ ଭାରତରେ ପ୍ରତିବର୍ଷ ପ୍ରାୟ 50,000ରୁ ଅଧିକ ନୂଆ ଶିଶୁଙ୍କୁ କର୍କଟ ରୋଗ ହୁଏ । ଭାରତରେ ଶିଶୁ କର୍କଟ ପିଡ଼ୀତଙ୍କ ବଞ୍ଚିବାର ହାର ପ୍ରାୟ ୪୦ ପ୍ରତିଶତ । କିନ୍ତୁ ପାଶ୍ଚାତ୍ୟରେ ବଞ୍ଚିବାର ହାର କେତେକ କର୍କଟରେ ୮୦-୯୦% ଅଧିକ । ରକ୍ଷଣଶୀଳ ଆକଳନ ବଞ୍ଚିବା ହାର 70% । ଅନେକ ବଞ୍ଚିଥିବା ଶିଶୁ ପ୍ରତିବର୍ଷ ଜନସଂଖ୍ୟାରେ ଯୋଗ ହୁଅନ୍ତି ଏହା ନିଶ୍ଚିତ ଖୁସିର ବିଷୟ । ଶିଶୁ କ୍ୟାନ୍ସର ଚିକିତ୍ସା ପାଇଁ ବୟସ ସୀମା ଭିନ୍ନ ହୋଇପାରେ, କିନ୍ତୁ ସାଧାରଣତଃ ଏହା ଶିଶୁର ଜନ୍ମରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ କିମ୍ବା ବେଳେବେଳେ ୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରି ଚିକିତ୍ସା ହୋଇଥାଏ । ବଞ୍ଚିବାର ହାରକୁ ଆହୁରି ଉନ୍ନତ କରିବା ଏବଂ ପ୍ରଭାବିତ ଶିଶୁ ଏବଂ ସେମାନଙ୍କ ପରିବାର ପାଇଁ ଉତ୍ତମ ଫଳାଫଳ ପ୍ରଦାନ କରିବା ପାଇଁ ଶିଶୁ କର୍କଟ ରୋଗ ବିରୋଧରେ ସଚେତନତା, ସ୍କିନିଂ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏକାନ୍ତ ଆବଶ୍ୟକ ଅଟେ ।

ଏହା ମଧ୍ୟ ପଢନ୍ତୁ- Cancer Awareness Day: ପଥପ୍ରାନ୍ତ ନାଟକ ଜରିଆରେ ଛାତ୍ରଛାତ୍ରୀଙ୍କ କ୍ୟାନ୍ସର ସଚେତନତା

ଏହା ସ୍ପଷ୍ଟ ଯେ ଭାରତରେ ଶିଶୁ କର୍କଟ ରୋଗର ପିଡ଼ୀତଙ୍କ ଉପଚାର ପାଇଁ ସାମାଜିକ ଓ ପାରିବାରିକ ସମର୍ଥନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏପରି ମିଳିତ ପ୍ରୟାସ ପିଡ଼ୀତ ପ୍ରତି ଆସୁଥିବା ବିଭିନ୍ନ ଚ୍ୟାଲେଞ୍ଜ୍‌କୁ ଦୂର କରିବାରେ ସହାୟକ ହୋଇପାରିବ । ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ, ପରିବାର ସଦସ୍ୟ ଓ ସାମାଜିକ ସମର୍ଥନ ଦେଉଥିବା ବ୍ୟକ୍ତି ବିଶେଷ ଓ ସଂଗଠନମାନଙ୍କୁ ଅଧିକ ସଚେତନ ହେବା ନିହାତି ଜରୁରୀ ବୋଲି ଉପସ୍ଥିତ ବିଶେଷଜ୍ଞମାନେ ସୂଚନା ଦେଇଥିଲେ । ସେହିଭଳି ଶିଶୁ କର୍କଟ ସମ୍ପର୍କରେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ବିଷୟରେ ଉମ୍ମିଦେଁ ପକ୍ଷରୁ ନିତାଇଗୌର ପାଣିଗ୍ରାହୀ, ଫାଇଟର୍ସ ଗୃପ୍‌ ପକ୍ଷରୁ ଅଶ୍ବିନୀ କୁମାର ଦର୍ଜୀ ସୂଚନା ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସୋହେଲା ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡ଼ିର ସହାୟିକା ସାମିଲ ହୋଇଥିଲେ ।

ଇଚିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.